ଅନ୍ୟ ପନ୍ଥା ନାହିଁ

ଆକାର ପଟେଲ
ମୋର ବୟସ ୫୦ ହେଲାଣି ଏବଂ ବର୍ତ୍ତମାନ ଚାଲିଥିବା ସିଏଏ, ଏନ୍‌ଆର୍‌ସି ଓ ଏନ୍‌ପିଆର୍‌ ବିରୋଧୀ ଆନ୍ଦୋଳନ ପରି ଗଣଆନ୍ଦୋଳନ ଦେଖିନାହିଁ। ଜରୁରିକାଳୀନ ପରିସ୍ଥିତି ସମୟର ଅସ୍ପଷ୍ଟ ସ୍ମୃତି ମୋର ଏବେ ବି ମନେଅଛି। ମୁମ୍ବାଇର ଭିଲେ ପାର୍ଲେ ଇଷ୍ଟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଥିଲା କିନ୍ତୁ ତାହା ବେଶି ସମୟ ରହି ନ ଥିଲା। ମୋର ମନେଅଛି ଜନତା ଦଳ ଦ୍ୱାରା ଏକ ହଳଦିଆ ରଙ୍ଗର ପୁସ୍ତିକା ବଣ୍ଟାଯାଇଥିଲା। ସେଥିରେ ତତ୍‌କାଳୀନ ଇନ୍ଦିରା ଗାନ୍ଧୀଙ୍କ ସରକାର ବିରୋଧୀମାନଙ୍କ ଉପରେ ଯେଉଁ ଅତ୍ୟାଚାର ଚଳାଇଥିଲେ, ସେ ବିଷୟରେ ଲେଖାଯାଇଥିଲା। ସେଥିରେ ଗୋଟିଏ ପୃଷ୍ଠାରେ ସିଗାରେଟ ଚେଙ୍କ ଦିଆଯାଇଥିବା ଜଣେ ଲୋକର ଛବି ଥିଲା। ମୁଖ୍ୟତଃ, କଂଗ୍ରେସର ରାଜନୈତିକ ବିରୋଧୀମାନଙ୍କ ପ୍ରତି ଏଭଳି ଅତ୍ୟାଚାର କରାଯାଇଥିଲା ଓ ଜେଲରେ ରଖାଯାଇଥିଲା ଏବଂ ଗଣମାଧ୍ୟମ ଉପରେ କଟକଣା ଲଗାଯାଇଥିଲା। କ୍ଷମତା ପାଇଁ ଏହା ଥିଲା ଏକ ରାଜନୈତିକ ଲଢ଼େଇ, ଯେଉଁଥିରେ ସାଧାରଣ ନାଗରିକମାନଙ୍କର କୌଣସି କ୍ଷତି ହୋଇ ନ ଥିଲା। ତା’ପରେ ଆଉ ଗୋଟିଏ ଆନ୍ଦୋଳନ ଦେଖାଗଲା ମଣ୍ଡଳ କମିଶନଙ୍କ ସୁପାରିସକୁ ନେଇ ଜାତିଗତ ସଂରକ୍ଷଣ ବିରୋଧରେ। ଏହାର ଠିକ୍‌ ପୂର୍ବରୁ ୧୯୮୫ରେ ଗୁଜରାଟରେ ଗୋଟିଏ ଆନ୍ଦୋଳନ ଦେଖାଯାଇଥିଲା। ପ୍ରତିବାଦକାରୀମାନେ ସମସ୍ତେ ଥିଲେ ସବର୍ଣ୍ଣ। ଗୁଜରାଟରେ ଏହି ଆନ୍ଦୋଳନ ଦଙ୍ଗାରେ ପରିଣତ ହେଲା ଏବଂ ବିନା କାରଣରେ ମୁସଲମାନମାନେ ଦଣ୍ଡିତ ହେଲେ। ଏହାର କିଛିବର୍ଷ ପରେ ଦେଖାଦେଲା ମଣ୍ଡଳ କନ୍ଦଳ। ପ୍ରତିବାଦକାରୀମାନେ ଦୁଇଟି ଗୋଷ୍ଠୀର ଥିଲେ- ସଂରକ୍ଷଣ ସପକ୍ଷବାଦୀ ଓ ସଂରକ୍ଷଣ ବିରୋଧୀ। ଉଚ୍ଚଜାତିର ଲୋକମାନେ ସେମାନଙ୍କ ଅଧିକାର କ୍ଷୁଣ୍ଣ ହେଉଥିବାରୁ ବିଦ୍ରୋହ କରିଥିଲେ। ଗୋସ୍ବାମୀ ନାମକ ଜଣେ ବ୍ୟକ୍ତି ନିଆଁରେ ନିଜକୁ ଜାଳିଦେଇ ହିରୋ ବନିଯାଇଥିଲେ। ପାଖାପାଖି ସେହି ସମୟରେ ବାବ୍ରି ମସ୍‌ଜିଦକୁ ନେଇ ଏକ ଆନ୍ଦୋଳନ ଦେଖାଦେଇଥିଲା, ଯାହା ଅତ୍ୟନ୍ତ ଭୟଙ୍କର ଥିଲା। ଏଲ୍‌.କେ. ଆଡ୍‌ଭାନୀ ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି ଯେ, ତାଙ୍କ ରଥଯାତ୍ରା ଯେଉଁ ପଥ ଦେଇ ଯାଉଥିଲା, ସେଠାରେ କୌଣସି ହିଂସା ଘଟି ନ ଥିଲା। କିନ୍ତୁ ଭାରତ ସାରା ଆନ୍ଦୋଳନର ନିଆଁ ବ୍ୟାପିବା ସହ ଏଥିରେ ମୁସଲମାନମାନେ ହିଁ ଦଣ୍ଡିତ ହୋଇଥିଲେ। ବାବ୍ରି ମସ୍‌ଜିଦ ଭଙ୍ଗାଯିବା ପରେ ହିଂସାକାଣ୍ଡରେ ୨୦୦୦ ଭାରତୀୟଙ୍କର ମୃତ୍ୟୁ ଘଟିଥିଲା।
ପ୍ରତ୍ୟେକ ଆନ୍ଦୋଳନ ସମୟରେ ଯେଉଁଭଳି ବର୍ବରତା ଦେଖିବାକୁ ମିଳିଥିଲା, ସେଗୁଡ଼ିକ ବର୍ତ୍ତମାନ ପରି ନ ଥିଲା। ଭାରତରେ ଯେତେ ଆନ୍ଦୋଳନ ଘଟିଛି ସବୁ ବ୍ୟକ୍ତିଗତ କାରଣ ପାଇଁ। ମଣ୍ଡଳ ଓ ମନ୍ଦିର ଆନ୍ଦୋଳନକାରୀମାନେ ନିଜ ପାଇଁ ଆନ୍ଦୋଳନ କରୁଥିଲେ। ଜଣେ ସଂରକ୍ଷଣକୁ ସମର୍ଥନ କରିପାରେ ବା କରି ନ ପାରେ କିନ୍ତୁ ଉଭୟ ମତବାଦୀମାନେ ନିଜର ସ୍ବାର୍ଥ ପାଇଁ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ସମ୍ବିଧାନ ସପକ୍ଷରେ ସ୍ଥାୟୀ ଗଣଆନ୍ଦୋଳନ ଏହା ପୂର୍ବରୁ କେବେ ବି ଦେଖିବାକୁ ମିଳିନାହିଁ। ଇରମ ଶର୍ମିଲା ନାମକ ମହିଳା ସମ୍ବିଧାନ ଓ ମାନବାଧିକାର ସପକ୍ଷରେ ଦୀର୍ଘଦିନ ଧରି ଆନ୍ଦୋଳନ କରି ଆସୁଛନ୍ତି। ଏଥିରେ ଲକ୍ଷ ଲକ୍ଷ ଭାରତୀୟ ବ୍ୟକ୍ତିଗତ ଲାଭ ଅପେକ୍ଷା ମୂଲ୍ୟବୋଧ ସପକ୍ଷରେ ଠିଆ ହୋଇଛନ୍ତି। ମୋ ପରି ଅନେକ ପ୍ରତିବାଦକାରୀଙ୍କର ସରକାରଙ୍କୁ ଗାଦିଚ୍ୟୁତ କରିବା ବା ସରକାରଙ୍କର କ୍ଷତି ପହଞ୍ଚାଇବାର କୌଣସି ଉଦ୍ଦେଶ୍ୟ ନାହିଁ। ଏହା ଏକ ନିର୍ବାଚିତ ସରକାର ଏବଂ ଏହା ତାଙ୍କର କାର୍ଯ୍ୟକାଳ ପୂର୍ଣ୍ଣ କରିବେ। ଯଦି ମୋଦି ପୁଣିଥରେ ନିର୍ବାଚିତ ହୁଅନ୍ତି ତେବେ ସେ ତୃତୀୟ ପାଳିରେ ବି ଦେଶର ସେବା କରିବେ। ସେ ଦିଗରୁ ଆମର କୌଣସି ଉଦ୍‌ବେଗର କାରଣ ନାହିଁ। କିନ୍ତୁ ଆମର ପ୍ରତିବାଦର ଉଦ୍ଦେଶ୍ୟ ହେଉଛି ଆଇନରେ କୌଣସି ପକ୍ଷପାତିତା ନ ରହୁ ଏବଂ ତାହା ସମ୍ବିଧାନର ମୌଳିକ ଢାଞ୍ଚାର ଉଲ୍ଲଂଘନ ନ କରୁ। ଭାରତ ଯେଉଁସବୁ ଅନ୍ତର୍ଜାତୀୟ ଚୁକ୍ତିନାମାରେ ସ୍ବାକ୍ଷର କରିଛି ତାହାର ଉଲ୍ଲଂଘନ ନ ହେଉ।
ଏହା ସତ ଯେ, ଅଧିକାଂଶ ପ୍ରତିବାଦକାରୀ ହେଉଛନ୍ତି ମୁସଲମାନ ଯେଉଁମାନେ ତାଙ୍କର ଅଧିକାର ତାଙ୍କଠାରୁ ଛିନ୍ନ କରିନିଆଯିବା ଭୟରେ ଆତଙ୍କିତ ଅଛନ୍ତି। ସେମାନଙ୍କର ଭୟ ଯୁକ୍ତିଯୁକ୍ତ। ତେବେ ସେମାନେ ଯାହା ପାଇଛନ୍ତି, ତା’ଠୁ ଅଧିକ କିଛି ଚାହୁଁନାହାନ୍ତି। ସେମାନେ ସଂରକ୍ଷଣ ଚାହୁଁନାହାନ୍ତି ବା ମନ୍ଦିର ଚାହୁଁନାହାନ୍ତି ଏବଂ ସେମାନଙ୍କର ଅନ୍ୟ କୌଣସି ଦାବି ନାହିଁ। କେବଳ ସେମାନେ ଚାହାନ୍ତି, ସେମାନଙ୍କୁ ହଇରାଣ କରା ନ ଯାଉ। ସେଥିପାଇଁ ଏହି ଆନ୍ଦୋଳନ ହେଉଛି ସ୍ବତନ୍ତ୍ର, ଯାହା ଏ ସରକାରକୁ ଅଡ଼ୁଆରେ ପକାଇଦେଇଛି। ସରକାର ଆଗକୁ କ’ଣ କରିବେ ବା ନ କରିବେ ସେଥିନେଇ ସନ୍ଦେହରେ ଅଛନ୍ତି। କ’ଣ ଘଟିବ ତାହା ସରକାରଙ୍କ ନିୟନ୍ତ୍ରଣରେ ନାହିଁ, ଯାହା ଉଦ୍‌ବେଗଜନକ। ବିଶ୍ୱ ସମୁଦାୟ ଭାରତ ଉପରେ ନଜର ରଖିଛି ଏବଂ ମୋଦି ସରକାର ଚାପରେ ଅଛନ୍ତି। କେବଳ ମୋହାଥିର ମହମ୍ମଦ ବା ଆମେରିକା କଂଗ୍ରେସ ସଦସ୍ୟା ପ୍ରମିଲା ଜୟପାଲ ମୋଦି ସରକାରକୁ କଶ୍ମୀର ଓ ନାଗରିକତ୍ୱକୁ ନେଇ ଯାହା ଚାଲିଛି ତାକୁ ବନ୍ଦ କରିବାକୁ କହିନାହାନ୍ତି। ଭାରତ ନିଜ ନାଗରିକଙ୍କ ଉପରେ ଦମନଲୀଳା ଚଳାଇଛି ବୋଲି ଯେଉଁ ଅଭିଯୋଗ ହେଉଛି, ତାହା ବିରୋଧରେ ସଫେଇ ଦେବା ଲାଗି ଭାରତ ପାଖରେ କିଛି ନାହିଁ। ତେଣୁ ସରକାର ଆନ୍ଦୋଳନକୁ ଯୁକ୍ତିଯୁକ୍ତ ବୋଲି ମାନିନେବା ସହ ପ୍ରଣୀତ ଜନବିରୋଧୀ ଆଇନଗୁଡ଼ିକୁ ପ୍ରତ୍ୟାହାର କରିନେବା ଏବଂ ପ୍ରସ୍ତାବିତ ସର୍ଭେ ବନ୍ଦ କରିବା ଛଡ଼ା ଅନ୍ୟ ପନ୍ଥା ନାହିଁ, ଯାହାଦ୍ୱାରା ଆନ୍ଦୋଳନକୁ ପ୍ରଶମିତ କରିହେବ। ଆମେ ଆଶା କରୁଛୁ ବିଶ୍ୱର ଅନ୍ୟତମ ପ୍ରବୀଣ ରାଜନୀତିଜ୍ଞ ଆମ ପ୍ରଧାନମନ୍ତ୍ରୀ ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଏ କଥା ବୁଝି ଠିକ୍‌ ପଦକ୍ଷେପ ଗ୍ରହଣ କରିବେ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri