ଅନ୍ୟ ଜିଲାକୁ ଗଲେ ୫୩ ଶ୍ରମିକ

ଅନୁଗୋଳ ଅଫିସ, ୯।୫ – ଅନୁଗୋଳରେ ଥିବା ବାହାର ଜିଲାର ୫୩ ଜଣ ଶ୍ରମିକ ଶୁକ୍ରବାର ସେମାନଙ୍କୁ ଘରକୁ ଫେରିଛନ୍ତି। ଦୁଇଟି ବସ୍‌ରେ ସେମାନଙ୍କୁ କଳାହାଣ୍ଡି, ବଲାଙ୍ଗୀର ଓ ବୌଦ୍ଧ ଜିଲାକୁ ପଠାଯାଇଛି। ଲକ୍‌ଡ଼ାଉନ୍‌ ସମୟରେ ଶ୍ରମିକମାନେ ଅନୁଗୋଳ ଜିଲା ଦେଇ ଯାଉଥିବାବେଳେ ପୋଲିସ ଓ ପ୍ରଶାସନ ସେମାନଙ୍କୁ ଅଟକାଇ କ୍ବାରାଣ୍ଟାଇନ୍‌ରେ ରଖିଥିଲା। କ୍ବାରାଣ୍ଟାଇନ୍‌ ଅବଧି ଶେଷ ହେବା ପରେ ସେମାନଙ୍କୁ ନିଜ ଅଞ୍ଚଳକୁ ପଠାଯାଇଥିବା ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି। କଳାହାଣ୍ଡିକୁ ୩୨ ଜଣ ଯାଇଥିବାବେଳେ ବଲାଙ୍ଗୀର ୨୦ ଜଣ ଓ ବୌଦ୍ଧ ଜିଲାକୁ ଜଣେ ଯାଇଛନ୍ତି। ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ପିଡି ତଥା ନୋଡାଲ ଅଫିସର ଅତୁଲ୍ୟ ଚମ୍ପତ୍ତିରାୟ, ଡେପୁଟି କଲେକ୍ଟର ବଇତୁରା ଦୀପ୍‌, ଏପିଡି ଫାଇନାନ୍ସ ଅବିନାଶ ମହାନ୍ତି, ଏପିଡି ଟ୍ରେନିଂ ରାକେଶ କୁମାର କୁଣ୍ଡୁ ପ୍ରମୁଖ ଏହି ସମୟରେ ଉପସ୍ଥିତ ଥିଲେ।