Posted inଖେଳ

ଅନ୍ତିମ ଟେଷ୍ଟରେ ରୋହିତଙ୍କ ଶତକ : ବର୍ଷା, ଖରାପ ଆଲୋକ ଯୋଗୁ ଖେଳ ବାଧାପ୍ରାପ୍ତ

ରାଞ୍ଚି,୧୯।୧୦(ପି.ଟି.):  ସ୍ଥାନୀୟ ଝାଡଖଣ୍ଡ ଷ୍ଟେଟ୍‌ କ୍ରିକେଟ ଆସୋସିଏଶନ ଷ୍ଟାଡିୟମ କମ୍ପେକ୍ସରେ ଶନିବାରଠାରୁ ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଛି। ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତାରକା ଓପନର ରୋହିତ ଶର୍ମାଙ୍କ ଶତକ ସହାୟତାରେ ଭାରତ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୫୮ ଓଭରରେ ୩ ଉଇକେଟ ହରାଇ ୨୨୪ ରନ ସଂଗ୍ରହ କରିଛି। ଖରାପ ଆଲୋକ ଓ ବର୍ଷା କାରଣରୁ ପ୍ରଥମ ଦିନର ଖେଳ ଶୀଘ୍ର ଶେଷ ହୋଇଥିଲା। ପାଖାପାଇ ୩୦ ଓଭର ଖେଳ ସମ୍ଭବ ହୋଇପାରି ନ ଥିଲା। ଚା’ ପାନ ବିରତି ପରେ ୬ ଓଭର ଖେଳ ସମ୍ଭବ ହୋଇପାରି ଥିଲା। ସମ୍ପୂର୍ଣ୍ଣ ଖେଳ ହୋଇପାରି ନ ଥିବାରୁ ରବିବାର ୩୦ ମିନିଟ୍‌ ଆଗରୁ ଖେଳ ଆରମ୍ଭ ହେବ। ପ୍ରଥମ ସେସନରେ ଦକ୍ଷିଣ ଆଫ୍ରିକା ବୋଲରଙ୍କ ପ୍ରଭାବ ଦେଖିବାକୁ ମିଳିଥିଲା। ତେବେ ପରେ ରୋହିତ ଓ ରାହାନେ ଭ୍ରମଣକାରୀ ବୋଲରଙ୍କ ସଫଳ ମୁକାବିଲା କରିଥିଲେ।
ଷ୍ଟମ୍ପ ଅପାସରାଣ ବେଳକୁ ରୋହିତ ୧୧୭ ରନର ଶତକୀୟ ପାଳି ଓ ଉପ- ଅଧିନାୟକ ଅଜିଙ୍କ୍ୟ ରହାନେ ୮୩ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଅପରାଜିତ ରହିଛନ୍ତି। ଇନିଂସ ଆରମ୍ଭରୁ ଭାରତ ଝଟ୍‌କା ଖାଇଥିଲା। ଇନ୍‌ଫର୍ମ ଓପନର ମୟଙ୍କ ଅଗ୍ରଓ୍ବାଲ ମାତ୍ର ୧୦ ରନ କରିଥିବା ବେଳେ ଦ୍ରୁତ ବୋଲର କାଗିସୋ ରାବାଡାଙ୍କ ବଲ୍‌ରେ ତୃତୀୟ ସ୍ଲିପ୍‌ରେ ଡିନ୍‌ ଏଲଗାରଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ଟେଷ୍ଟ ସ୍ପେଶାଲିଷ୍ଟ କୁହାଯାଉଥିବା ଚେତେଶ୍ୱର ପୂଜାରା ଖାଥା ଖୋଲିବା ପୂର୍ବରୁ ରାବାଡ଼ାଙ୍କ ଦ୍ୱାର ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ପ୍ରଥମେ ଅମ୍ପାୟର ଆବେଦନ ଖାରଜ କରିଥିଲେ। ଫଳରେ ପୂଜାରାଙ୍କୁ ଆଉଟ୍‌ କରିବା ପାଇଁ ଦକ୍ଷିଣ ଆଫ୍ରିକାକୁ ରିଭ୍ୟୁ ନୋବାକୁ ପଡିଥିଲା। ଶେଷରେ ପୂଜାରାଙ୍କୁ ପ୍ୟାଭିଲିୟନ ଫେରିଥିଲେ। ଦ୍ୱିତୀୟ ଟେଷ୍ଟରେ ୨୫୪ ରନର ଅପରାଜିତ ଦ୍ୱିଶତକୀୟ ପାଳି ଖେଳିଥିବା ଅଧିନାୟକ ବିରାଟ କୋହଲି ଏଥର ବିଫଳ ହୋଇଥିଲେ। ସେ ୧୨ ରନ କରିଥିବା ବେଳେ ଲାଇନ ମିସ୍‌ କରି ଅନରିଚ ନୋର୍ଜଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ଏଥି ସହିତ ନୋର୍ଜ କ୍ୟାରିୟର ପ୍ରଥମ ଟେଷ୍ଟ ଉଇକେଟ ହାସଲ କରିଥିଲେ। କୋହଲି ରିଭ୍ୟୁ ନେଇଥିଲେ ମଧ୍ୟ କୌଣସି ଲାଭ ହୋଇ ନ ଥିଲା। ମାତ୍ର ୩୯ ରନରେ ୩ ଉଇକେଟ ହରାଇ ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ଏହାପରେ ରୋହିତ ଓ ରାହାନେ ଦୃଢ଼ ବ୍ୟାଟିଂ କରି ସ୍ଥିତି ସମ୍ଭାଳିଥିଲେ। ଚତୁର୍ଥ ଉଇକେଟରେ ଏହି ଦୁଇ ବ୍ୟାଟ୍ସମ୍ୟାନ ୨୫୬ଟି ବଲ୍‌ ଖେଳି ଅପରାଜିତ ୧୮୫ ରନକରି ଥିଲେ। ରୋହିତ ୧୬୪ଟି ବଲ୍‌ର ସମ୍ମୁଖୀନ ହୋଇ ୧୪ ଚୌକା ଓ ୪ ଛକା ସହ ଶତକୀୟ ପାଳି ଖେଳି ଅପରାଜିତ ରହିଥିଲେ। ଏଥି ସହିତ ରୋହିତ ସିରିଜରେ ତୃତୀୟ ଓ କ୍ୟାରିୟର ଷଷ୍ଠ ଶତକ ହାସଲ କରିଛନ୍ତି। ସ୍ପିନର ଡେନ୍‌ ପିଟଙ୍କୁ ଏକ ସୁନ୍ଦର ଛକା ମାରି ରୋହିତ ଶତକ ହାସଲ କରିଥିଲେ। ସେହିପରି ରାହାନେ ୧୩୫ଟି ବଲ୍‌ର ସମ୍ମୁଖୀନ ହୋଇ ୧୧ ଚୌକା ଓ ୧ ଛକା ସହ ଶତକର ନିକଟତର ହେବା ସହ ଅପରାଜିତ ରହିଛନ୍ତି। ସେ କ୍ୱାରିୟରର ୨୧ତମ ଟେଷ୍ଟ ଅର୍ଦ୍ଧଶତକ ହାସଲ କରିଛନ୍ତି। ବୋଲିଂରେ ଦକ୍ଷିଣ ଆଫ୍ରିକା ତରଫରୁ ରାବାଡ଼ା ୨ ଓ ନୋର୍ଜ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
୩୦ ବର୍ଷୀୟ ଝାଡଖଣ୍ଡ ବାମହାଦୀ ସ୍ପିନର ଶାହାବାଜ ନଦିମଙ୍କୁ ଅନ୍ତିମ ଏକାଦଶରେ ସ୍ଥାନ ମିଳିଛି ଓ ସେ ଟେଷ୍ଟ ପଦାର୍ପଣ କରିଛନ୍ତି। କୁଲଦୀପ ଯାଦବ କାନ୍ଧରେ ଦେଖାଦେଇଥିବା ଆଘାତ ସମସ୍ୟା ଯୋଗୁ ଦଳରୁ ବାଦ୍‌ ପଡିଥିଲେ। ଫଳରେ ନଦିମଙ୍କୁ ଖେଳିବା ପାଇଁ ଟିମ୍‌ ମ୍ୟାନେଜମେଣ୍ଟ ସୁଯୋଗ ଦେଇଛି। ଅନ୍ୟପଟେ ଦକ୍ଷିଣ ଆଫ୍ରିକା ଦଳରେ ୫ଟି ପରିବର୍ତ୍ତନ କରାଯାଇଛି। ଦକ୍ଷିଣ ଆଫ୍ରିକା ପାଇଁ ହେନେରିଚ କ୍ଲାସେନ ଓ ସ୍ପିନର ଜର୍ଜ ଲିଣ୍ଡେ ପଦାର୍ପଣ କରିଛନ୍ତି। ସିରିଜର ପ୍ରଥମ ଦୁଇଟି ଟେଷ୍ଟ ଜିତି ଭାରତ ୨-୦ରେ ଅଗ୍ରଣୀ ହେବା ସହ ଆଗୁଆ ସିରିଜ ହାତେଇ ନେଇଛି। ଏଥିସହିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିନପ୍‌ରେ ଭାରତ ୨୦୦ ପଏଣ୍ଟ ହାସଲ କରି ତାଲିକାର ଶୀର୍ଷରେ ରହିଛି। ନ୍ୟୁଜିଲାଣ୍ଡ ୪୦ ପଏଣ୍ଟ ପାଇଁ ଦ୍ୱିତୀୟ ସ୍ଥାନରେ ରହିଛି।
ସଂକ୍ଷିପ୍ତ ସ୍କୋର:
ଭାରତ ପ୍ରଥମ ଇନିଂସ- ୫୮ ଓଭରରେ ୨୨୪/୩
(ରୋହିତ- ୧୧୭*, ରାହାନେ- ୮୩*, ରାବାଡ଼ା-/୫୪,ନାର୍ଜ-/୫୦)।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri