Posted inଖେଳ

ଅନ୍ତିମ ଟି୨୦: ସିରିଜ ବିଜୟ ଲକ୍ଷ୍ୟରେ ଭାରତ

ନାଗପୁର, ୧୦।୧୧(ପି.ଟି.)- ଚଳିତ ସେସନରେ ଭାରତ ଘରୋଇ ପରିବେଶରେ ତା’ର ପ୍ରଥମ ଟି୨୦ ସିରିଜ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛି। ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ରବିବାର ଭାରତ ଓ ବାଂଲାଦେଶ ମଧ୍ୟରେ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ ଆୟୋଜନ ହେବ। ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ ଏବେ ୧-୧ ସମାନସ୍ତରରେ ରହିଛି। ଫଳରେ ଉଭୟ ଦଳ ପାଖରେ ସିରିଜ ବିଜୟୀ ହେବାର ସୁଯୋଗ ରହିଛି। ତେବେ ଏଥିପାଇଁ ଅନ୍ତିମ ମ୍ୟାଚ୍‌ରେ ବିଜୟୀ ହେବା ଜରୁରୀ। ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ପୂର୍ବରୁ ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ସମେତ କେତେକ ସିନିୟର ଖେଳାଳିଙ୍କ ଅନୁପସ୍ଥିତିରେ ପ୍ରତିଭାସମ୍ପନ୍ନ ଖେଳାଳି ଚୟନ କରିବା ଭାରତର ମୂଳ ଲକ୍ଷ୍ୟ ରହିଛି। ତେବେ ଏହି ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଭାରତକୁ ସେତେଟା ସଫଳତା ମିଳିନାହିଁ। ପ୍ରଥମ ଦୁଇ ମ୍ୟାଚ୍‌ରେ ଯୁବ ଖେଳାଳିମାନେ ସେତେଟା ଦମ୍‌ ଦେଖାଇପାରି ନାହାନ୍ତି। ଅବଶ୍ୟ ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ସଫଳ ପ୍ରତ୍ୟାବର୍ତ୍ତନ କରିଛନ୍ତି। ମିଡଲ ଓଭରରେ ସେ ପୁଣି ଥରେ ନିଜକୁ ଉଇକେଟ ହାସଲକାରୀ ବୋଲର ରୂପେ ପ୍ରମାଣିତ କରିଛନ୍ତି।
ଗତ ମ୍ୟାଚ୍‌ରେ ଚହଲ ଓ ଅନ୍ୟ ବୋଲରମାନେ ବାଂଲାଦେଶକୁ ୧୫୨/ ୬ରେ ସୀମିତ ରଖିଥିଲେ। ଏହାପରେ କାମଚଳା ଅଧିନାୟକ ରୋହିତ ଶର୍ମା ଚିରାଚରିତ ଢଙ୍ଗରେ ଧୂଆଁଧାର ବ୍ୟାଟିଂ କରି ଦ୍ରୁତ ୮୫ ରନ କରି ଭାରତକୁ ଅତି ସହଜରେ ଜିତାଇଥିଲେ ଓ ସିରିଜକୁ ୧-୧ ସମାନସ୍ତରକୁ ଆଣିଥିଲେ। ସ୍ପିନର ଓ୍ବାଶିଂଟନ ସୁନ୍ଦର ଅବଶ୍ୟ କିଛିମାତ୍ରା ସଫଳ ପ୍ରଦର୍ଶନ କରିଛନ୍ତି। ତେବେ ଦୁଇଟି ମ୍ୟାଚ୍‌ରେ ଦ୍ରୁତ ବୋଲର ଖଲିଲ ଅହମ୍ମଦ ବେଶ୍‌ ବ୍ୟୟବହୁଳ ସାବ୍ୟସ୍ତ ହୋଇଛନ୍ତି। ଫଳରେ ତାଙ୍କ ବଦଳରେ ଶାର୍ଦ୍ଦୁଳ ଠାକୁର ଦଳରେ ସ୍ଥାନ ପାଇବେ ଓ ଦୀପକ ଚହରଙ୍କ ସହ ପେଶ୍‌ ବୋଲିଂ ଦାୟିତ୍ୱ ସମ୍ଭାଳିବେ। ସେହିପରି ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା ଏପର୍ଯ୍ୟନ୍ତ ଉଇକେଟ ହାସଲ କରିପାରି ନ ଥିବାବେଳେ ବ୍ୟାଟିଂରେ ମଧ୍ୟ ପ୍ରଭାବୀ ସାବ୍ୟସ୍ତ ହୋଇପାରିନାହାନ୍ତି। ରାଜକୋଟ ଓ ଦିଲ୍ଲୀରେ ରୋହିତ ସମାନ ଦଳ ନେଇ ପଡିଆକୁ ଓହ୍ଲାଇଥିଲେ। ଫଳରେ ମନୀଷ ପାଣ୍ଡେ, ସଞ୍ଜୁ ସାମସନ ଓ ରାହୁଲ ଚହର ସୁଯୋଗ ନ ପାଇ ବେଞ୍ଚ୍‌ରେ ବସିଥିଲେ। ଯଦି ତୃତୀୟ ମ୍ୟାଚ୍‌ରେ ଏମାନେ ସୁଯୋଗ ନ ପାଆନ୍ତି ତାହାଲେ ଆସନ୍ତା ମାସରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ସିରିଜରେ ଏମାନେ ଖେଳିବାକୁ ସୁଯୋଗ ପାଇବେ।
ଏହି ସିରିଜ ପରେ ସିନିୟର ଖେଳାଳିମାନେ ମଧ୍ୟ ଦଳକୁ ଫେରିବେ। ଭାରତୀୟ ଦଳରେ ଏକାଧିକ ସମସ୍ୟା ରହିଛି। ଖାସ୍‌ କରି ବ୍ୟାଟିଂ ବିଭାଗରେ ବହୁତ କିଛି ଉନ୍ନତି ହେବାର ଆବଶ୍ୟକତା ରହିଛି। ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଭଳି ଧୂଆଁଧାର ବ୍ୟାଟ୍ସମ୍ୟାନ ଭାରତୀୟ ଦଳରେ ନ ଥିବା ପରିଲକ୍ଷିତ ହୋଇଛି। ଶ୍ରେୟାସ ଆୟାର ସୀମିତ ସମୟ ମଧ୍ୟରେ ବେଶ୍‌ ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି। ତେବେ ଲୋକେଶ ରାହୁଲ ଏପର୍ଯ୍ୟନ୍ତ ଦମ୍‌ ଦେଖାଇପାରି ନାହାନ୍ତି। ସେହିପରି ଅଲରାଉଣ୍ଡର ଶିବମ୍‌ ଦୁବେ ମଧ୍ୟ କିଛି ସେଭଳି ଖାସ୍‌ କରିପାରିନାହାନ୍ତି। ଅଭିଜ୍ଞ ଓପନର ଶିଖର ଧାଓ୍ବନ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଉପରେ ମଧ୍ୟ ଚାପ ରହିବ। ଧାଓ୍ବନ ରନ୍‌ର ଗତି ବଢାଇବାରେ ସଫଳ ହୋଇ ନ ଥିବା ବେଳେ ପନ୍ତ ଉଇକେଟ ପଛରେ ପ୍ରଭାବୀ ସାବ୍ୟସ୍ତ ହୋଇ ପାରିନାହାନ୍ତି। ପୂର୍ବରୁ ମଧ୍ୟ ତାଙ୍କ ଶଟ୍‌ ଚୟନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ତେବେ ଅନ୍ତିମ ମ୍ୟାଚ୍‌ରେ ଏହି ଦୁଇ ଖେଳାଳି ସେମାନଙ୍କ ସମାଲୋଚକଙ୍କୁ ଚୁପ୍‌ କରାଇବାର ସୁଯୋଗ ପାଇବେ।
ନାଗପୁରରେ ଭାରତ ସିରିଜ ବିଜୟୀ ହେବା ଆଶା କରାଯାଉଛି। ତେବେ ପ୍ରଥମ ମ୍ୟାଚ୍‌ ଭଳି ବାଂଲାଦେଶ ଭାରତକୁ ଚକ୍‌ମା ଦେବାର ଯଥେଷ୍ଟ ସମ୍ଭାବନା ରହିଛି। ଅବଶ୍ୟ ବାଂଲାଦେଶ ଦଳରେ ତାମିମ ଇକବାଲ ଓ ତାରକା ଅଲରାଉଣ୍ଡର ତଥା ଅଧିନାୟକ ସାକିବ ଅଲ ହାସନ ନାହାନ୍ତି। ଗୁରୁବାର ରାଜକୋଟରେ ବାଂଲାଦେଶ ଭଲ ଆରମ୍ଭ କରିଥିଲେ ମଧ୍ୟ କେତୋଟି ଗୁରୁତ୍ୱପୂର୍ଣ୍ଣ ଉଇକେଟ ହରାଇ ବଡ଼ ସ୍କୋର ହାସଲ କରିବାରେ ବିଫଳ ହୋଇଥିଲା। ବାଂଲାଦେଶର ସବୁ ବ୍ୟାଟ୍ସମ୍ୟାନ ଭଲ ଟଚ୍‌ରେ ରହିଛନ୍ତି ଓ ଏହି ମ୍ୟାଚ୍‌ରେ ପୁଣି ଥରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି। ୨୦ ବର୍ଷୀୟ ଲେଗ୍‌ ସ୍ପିନର ଅମିନୁଲ ଇସ୍‌ଲାମ ଅଧିକ ରନ ବ୍ୟୟ ନ କରି ୪ ଉଇକେଟ ହାସଲ କରି ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଅଧିନାୟକ ମହମୁଦୁଲ୍ଲା ମଧ୍ୟ ଅମିନୁଲଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ତେବେ ବିଜୟୀ ହେବାକୁ ହେଲେ ବାଂଲାଦେଶକୁ ଆହୁରି ଭଲ ପ୍ରଦର୍ଶନ କରିବାକୁ ହେବ। ଦଳର ତାରକା ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନ ଘରୋଇ ବ୍ୟାଟ୍ସମ୍ୟାନଙ୍କୁ ସମସ୍ୟାରେ ପକାଇବାରେ ବିଫଳ ହୋଇଛନ୍ତି। ଏହା ସିରିଜ ନିର୍ଣ୍ଣାୟକ ମ୍ୟାଚ୍‌ ହୋଇଥିବାରୁ ଏଥିରେ ଜବରଦସ୍ତ ରୋମାଞ୍ଚ୍‌ ଓ ସଂଘର୍ଷ ଦେଖିବାକୁ ମିଳିବ।
ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଖଲିଲ ଅହମ୍ମଦ, ୟୁଜବେନ୍ଦ୍ର ଚହଲ, ଦୀପକ ଚହର, ରାହୁଲ ଚହର, ଶିଖର ଧାଓ୍ବନ, ଶିବମ ଦୁବେ, ଶ୍ରେୟାସ ଆୟାର, ମନୀଷ ପାଣ୍ଡେ, କ୍ରୁନାଲ ପାଣ୍ଡ୍ୟା, ରିଷଭ ପନ୍ତ, ଲୋକେଶ ରାହୁଲ, ସଞ୍ଜୁ ସାମସନ, ଓ୍ବାଶିଂଟନ ସୁନ୍ଦର ଓ ଶାର୍ଦ୍ଦୁଳ ଠାକୁର।
ବାଂଲାଦେଶ ଦଳ: ମହମୁଦୁଲ୍ଲା ରିୟାଦ (ଅଧିନାୟକ), ତାଇଜୁଲ ଇସ୍‌ଲାମ, ମହମ୍ମଦ ମିଥୁନ, ଲିଟନ କୁମାର ଦାସ, ସୌମ୍ୟ ସରକାର, ନଇମ ଶେଖ, ମୁସ୍‌ଫିକର ରହିମ, ଅଫିଫ୍‌ ହୋସେନ, ମୋସାଡେକ ହୋସେନ ସାଇକତ, ଅମିନୁଲ ଇସ୍‌ଲାମ, ଆରାଫତ ସନ୍ନୀ, ଅବୁ ହାଇଦର, ଅଲ- ଅମିନ ହୋସେନ, ମୁସ୍ତାଫିଜୁର ରହମାନ ଓ ସୈଫୁଲ ଇସ୍‌ଲାମ।
ମ୍ୟାଚ୍‌ ଆରମ୍ଭ: ସନ୍ଧ୍ୟା ୭ଟା
ସ୍ଥାନ: ନାଗପୁର
ପ୍ରସାରଣ: ଷ୍ଟାର ସ୍ପୋଟର୍‌ସ ନେଟଓ୍ବର୍କ

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ୍: ପାକିସ୍ତାନକୁ ଧୂଳି ଚଟାଇ ସୁପର-୮ରେ ଭାରତ; ଧରାଶାୟୀ ପଡ଼ୋଶୀ ଦଳ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ହାଇଭୋଲ୍ଟେଜ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ର ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଲଗାତାର…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଟି-୨୦ ବିଶ୍ୱକପ୍: ପାକିସ୍ତାନୀ ବୋଲରଙ୍କୁ ଧୂଳି ଚଟାଇଲେ ଇଶାନ କିଷାନ; ୨୭ ବଲ୍‌ରେ ବିସ୍ଫୋରକ ଅର୍ଦ୍ଧଶତକ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ମହାମୁକାବିଲାରେ ଭାରତୀୟ ଓପନର୍ ଇଶାନ କିଷାନଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ରନ୍ ବର୍ଷା। ପାକିସ୍ତାନ ବିପକ୍ଷ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଇଶାନ ମାତ୍ର…

ଟି-୨୦ ବିଶ୍ୱକପ୍ ୨୦୨୬: ଟସ୍ ଜିତି ପାକିସ୍ତାନର ବୋଲିଂ ନିଷ୍ପତ୍ତି, ହ୍ୟାଣ୍ଡସେକ୍ ପାଇଁ ପୁଣି…

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ଗ୍ରୁପ୍-ଏ ମ୍ୟାଚରେ ପାକିସ୍ତାନ ଅଧିନାୟକ ସଲମାନ ଆଘା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତୀୟ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri