ଅନ୍ତରୀକ୍ଷ ପରୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
ପିଲାଟିଏ କାନ୍ଦିଲେ ମାତାପିତା ତାକୁ ଆକାଶ ଦେଖାଇଥାଆନ୍ତି। ଜହ୍ନ ମାମୁ ଓ ପରି ରାଇଜର କଥା କୁହାଯାଇ ତାକୁ ତୁନି କରାଯାଇଥାଏ। କିନ୍ତୁ ବଡ଼ ହେଲା ପରେ ମହାକାଶ ଓ ମହାଜାଗତିକ ବସ୍ତୁ ବିଷୟରେ ଜାଣିବାକୁ ଆଗ୍ରହ ରଖେ। ବିଜ୍ଞାନମନସ୍କ ଛାତ୍ରୀଛାତ୍ରଙ୍କ ମଧ୍ୟରୁ କେତେକେ ଏ ଦିଗରେ ବହୁପାଦ ଆଗକୁ ଯାଇ ଅନ୍ତରୀକ୍ଷରେ ପହଞ୍ଚିବାକୁ ଚେଷ୍ଟା କରନ୍ତି। ଏବେ ୪୧ ବର୍ଷୀୟା ଖ୍ରୀଷ୍ଟିନା କୋଚ୍‌ ମହାକାଶରେ ମହିଳା ମହାକାଶଚାରୀ ଭାବେ ୩୨୮ ଦିନ ରହିବାର ଗୌରବ ଅର୍ଜନ କରି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ୬ ଫେବୃୟାରୀ ୨୦୨୦ରେ ଏହି ଆମେରିକୀୟ ମହିଳା ପୃଥିବୀକୁ ଫେରିବା ପରେ ସେ ଯୁବ ମହାକାଶଚାରୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟି ଯାଇଛନ୍ତି।
ଆମେରିକା ମିଚିଗାନ୍‌ର ଗ୍ରାଣ୍ଡ୍‌ ରାପିଡ୍ସଠାରେ ଖ୍ରୀଷ୍ଟିନା ୨୯ ଜାନୁୟାରୀ ୧୯୭୯ରେ ଜନ୍ମଗ୍ରହଣ କରିଥିଲେ। ମହାକାଶଚାରୀ ହେବା ଥିଲା ତାଙ୍କ ପିଲା ବେଳର ଲକ୍ଷ୍ୟ। ସେଥିପାଇଁ ସେ ପ୍ରାଥମିକ ଶିକ୍ଷା ଗ୍ରହଣ ସମୟରୁ ନିଜକୁ ପ୍ରସ୍ତୁତ କରିଥିଲେ। ଡୁର୍‌ହାମସ୍ଥିତ ନର୍ଥ କରୋଲିନା ସ୍କୁଲ ଅଫ୍‌ ସାଇନ୍ସ ଆଣ୍ଡ୍‌ ମାଥ୍‌ମେଟିକ୍ସରୁ ସେ ସ୍ନାତକ ଡିଗ୍ରୀ ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ନର୍ଥ କରୋଲିନା ଷ୍ଟେଟ୍‌ ୟୁନିଭର୍ସିଟିରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଓ ପଦାର୍ଥ ବିଜ୍ଞାନରେ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରୀ ଅର୍ଜନ କରିଥିଲେ। ୨୦୦୧ରେ ସେ ନାସା (ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ) ର ଅନ୍ତରୀକ୍ଷ ଗବେଷଣା ପରୀକ୍ଷାଗାର ଜିଏସ୍‌ଏଫ୍‌ସିର ଏକାଡେମୀ ପ୍ରୋଗ୍ରାମ୍‌ର ଗ୍ରାଜୁଏଟ୍‌ ହୋଇଥିଲେ। ପରେ ସ୍ପେସ୍‌ ସାଇନ୍ସ ଇନ୍‌ଷ୍ଟ୍ରୁମେଣ୍ଟ ଡେଭଲପ୍‌ମେଣ୍ଟ ଆଣ୍ଡ୍‌ ରିମୋଟ୍‌ ସାଇଷ୍ଟିଫିକ୍‌ ଫିଲ୍ଡ ଇଞ୍ଜିନିୟରିଂରେ ଖ୍ରୀଷ୍ଟିନା କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ସମୟରେ ଆଷ୍ଟ୍ରୋଫିଜିକ୍ସ ଓ କସ୍‌ମୋଲୋଜୀ ଉପରେ ବେଶ୍‌ ଅଧ୍ୟୟନ କରିବା ସହ ମେରୀଲାଣ୍ଡ୍‌ସ୍ଥିତ ମଣ୍ଟେଗୋମେରୀ କଲେଜରେ ଅଧ୍ୟାପନା କରିଥିଲେ। ୨୦୦୪ରୁ ୨୦୦୭ ମଧ୍ୟରେ ୟୁନାଇଟେଡ୍‌ ଷ୍ଟେଟ୍‌ସ ଆଣ୍ଟ୍ରାକ୍‌ଟିକ୍‌ ପ୍ରୋଗ୍ରାମ୍‌ରେ ରିସର୍ଚ୍ଚ ଆସିଷ୍ଟାଣ୍ଟ୍‌ ଭାବେ କାର୍ଯ୍ୟ କଲା ବେଳେ ଅଭିଜ୍ଞତା ଅର୍ଜନ କରିଥିଲେ। ଏପରି କି ଅମୁଣ୍ଡସେନ୍‌ସ୍କଟ ସାଉଥ୍‌ ପୋଲ୍‌ ଷ୍ଟେଶନରେ ମାଇନସ୍‌ ୧୧୧ ଡିଗ୍ରୀ ତାପମାତ୍ରାରେ ଓ୍ବିଣ୍ଟର ଓଭର ସିଜିନ୍‌ କାର୍ଯ୍ୟକ୍ରମରେ ଭାଗ ନେଇ କଠିନ ସମୟକୁ ସମ୍ମୁଖୀନ ହୋଇ ଖ୍ରୀଷ୍ଟିନା ନିଜ ମନୋବଳ ଦୃଢ଼ କରିପାରିଥିଲେ। ସାଉଥ୍‌ ପୋଲ୍‌ରେ ଥିବା ବେଳେ ସେ ମାସ ମାସ ଧରି ସୂର୍ଯ୍ୟକୁ ଦେଖିବାର ସୁଯୋଗ ପାଇ ନ ଥିବା କହିଥାଆନ୍ତି। ତାଙ୍କର ଏକନିଷ୍ଠ କାର୍ଯ୍ୟଶୈଳୀ ବରିଷ୍ଠ ବୈଜ୍ଞାନିକଙ୍କୁ ଖୁବ୍‌ ପ୍ରଭାବିତ କରିଥିଲା। ୨୦୦୭ରୁ ୨୦୦୯ ଯାଏ ସେ ଜନ୍‌ ହଫ୍‌କିନ୍ସ ବିଶ୍ୱବିଦ୍ୟାଳୟରେ ସ୍ପେସ୍‌ ଡିପାର୍ଟମେଣ୍ଟ ଅଫ୍‌ ଦି ଆପ୍ଲାଏଡ୍‌ ଫିଜିକ୍ସ ଲାବରେଟୋରୀରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ କରିଥିଲେ। ସେତେବେଳେ ଖ୍ରୀଷ୍ଟିନା ମହାକାଶ ବିଜ୍ଞାନ ଉପକରଣ ବିକଶିତ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। ସେହି ସମୟରେ ସେ ଆଣ୍ଟାର୍କଟିକାର ପାଲମେର୍‌ ଷ୍ଟେଶନ ଏବଂ ଗ୍ରୀନ୍‌ଲାଣ୍ଡ୍‌ ବୁଲିବାର ସୁଯୋଗ ପାଇଥିଲେ। ୨୦୧୨ରେ ନ୍ୟାଶନାଲ ଓସେନିକ୍‌ ଆଣ୍ଡ୍‌ ଆଟ୍‌ମୋସ୍ଫିୟରିକ୍‌ ଆଡ୍‌ମିନିଷ୍ଟ୍ରେଶନ (ଏନ୍‌ଓଏଏ)ରେ ସେ କାର୍ଯ୍ୟ କରିଥିଲେ। ତେବେ ୨୦୧୩ରେ ୨୧ ଜଣିଆ ମହାକାଶଚାରୀଙ୍କ ଗୋଷ୍ଠୀରେ ଖ୍ରୀଷ୍ଟିନାଙ୍କୁ ସାମିଲ କରାଯିବା ପରେ ସେ ଅନ୍ତରୀକ୍ଷ ଯାତ୍ରା ଲାଗି ସ୍ବପ୍ନ ଦେଖିଲେ। ଜୁଲାଇ ୨୦୧୫ରେ ସେ ଏଥିଲାଗି ପ୍ରଶିକ୍ଷଣ ଶେଷ କରିଥିଲେ। ୧୪ ମାର୍ଚ୍ଚ ୨୦୧୯ରେ ସେ ମହାକାଶକୁ ସୋୟୂଜ ୧୨ରେ ଆଲେକ୍ସ ଓଭ୍‌ଚିନିନ୍‌ ଏବଂ ନିକ୍‌ ହଗ୍‌ଙ୍କ ସହ ଯାଇଥିଲେ। ହେଲେ ହଗ୍‌ ଏବଂ ଓଭ୍‌ଚିନିନ୍‌ ବେଶି ଦିନ ଖ୍ରୀଷ୍ଟିନାଙ୍କ ଭଳି ସେଠାରେ ରହି ନ ପାରି ଫେରି ଆସିଥିଲେ। ଫଳରେ ୧୮ ଅକ୍ଟୋବର ୨୦୧୯ରେ ଖ୍ରୀଷ୍ଟିନା ଓ ଅନ୍ୟ ଜଣେ ମହିଳା ମହାକାଶଚାରୀ ଜେସିକା ମୈର ମହିଳା ପଦଚାରୀ ଭାବେ ମହାକାଶରେ ବୁଲିଥିଲେ। ହେଲେ ମହାକାଶରେ ରହିବାରେ ଖ୍ରୀଷ୍ଟିନା ସେହି ଆମେରିକାର ମହିଳା ମହାକାଶଚାରୀ ପେଗୀ ହ୍ବିଟ୍‌ସନ୍‌ଙ୍କ ପୂର୍ବର ୨୮୯ ଦିନର ରେକର୍ଡକୁ ଭାଙ୍ଗି ୩୨୮ ଦିନର କୀର୍ତ୍ତିମାନ ସ୍ଥାପନ କରିପାରିଛନ୍ତି।
ବ୍ୟକ୍ତିଗତ ଜୀବନ କହିଲେ ଖ୍ରୀଷ୍ଟିନା ତାଙ୍କ ସ୍ବାମୀ ରବର୍ଟ କୋଚ୍‌ଙ୍କ ସହ ଟେକ୍ସାସ୍‌ରେ ରହୁଛନ୍ତି। ବୃତ୍ତିରେ ମହାକାଶଚାରୀ ଭାବେ ସେ ଅନେକ ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇପାରିଛନ୍ତି। ତେବେ ପାହାଡ଼ ଚଢ଼ିବା, ସାଇକ୍ଲିଂ, ନୌବିହାର, ଦୌଡ଼ିବା, ଯୋଗ କରିବା, ଫଟୋ ଉଠାଇବା ସହ ଗୋଷ୍ଠୀଗତ ସେବାରେ ନିଜକୁ ନିୟୋଜିତ କରିବାରେ ସେ ଅଧିକ ଆନନ୍ଦ ପାଇଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri