ଅନୁଭୂତି: ମହାପ୍ରଭୁଙ୍କ ସେବା ଲାଗି ଜ୍ୱର ଭଲ ହୋଇଯାଇଥିଲା

ମହାପ୍ରଭୁଙ୍କ ଅଣସର ଗୁପ୍ତ ନୀତି ପାଇଁ ପରମ୍ପରା ମୁତାବକ ବଡ଼ ଓଡ଼ିଆ ମଠ ଫୁଲୁରି ତେଲ ଯୋଗାଇ ଦେଉଛି। ମହାପ୍ରଭୁଙ୍କ ଏହି ଅନନ୍ୟ ସେବା କରିଆସୁଥିବା ବଡ଼ ଓଡ଼ିଆ ମଠର ମହନ୍ତ ଅଧିକାରୀ ବଂଶୀଧର ଦାସ ଗୋସ୍ବାମୀ ଅନେକ ଅନୁଭୂତି ସାଉଣ୍ଟିଛନ୍ତି। ଏକ ଅଭୁଲା ଅନୁଭୂତି ସମ୍ପର୍କରେ ସେ କହିଛନ୍ତି, ୨୦୦୭ ମସିହା ରଥଯାତ୍ରା ସମୟର କଥା। ତିନିରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଲା। ଏହାପରେ ମଠ ପକ୍ଷରୁ ଯାହା ବିଧି ଥିଲା ତାହା ସମ୍ପନ୍ନ କରି ରଥଯାତ୍ରା ପରଦିନ ରାତି ପ୍ରାୟ ୧୨ଟାରେ ଅନ୍ୟ ମଠ ମହନ୍ତଙ୍କ ସହ ମୁଁ ଫେରୁଥାଏ। ପ୍ରବଳ ବର୍ଷା ଯୋଗୁ ବଡ଼ଦାଣ୍ଡରେ ଆଣ୍ଠୁଏ ଉଚ୍ଚର ପାଣି ଜମିଥାଏ। ରାତିରେ ସେହି ପାଣିରେ ଚାଲି ଚାଲି ଆସୁଥାଏ। ମଝିରେ ଅସରାଏ ବର୍ଷା ବି ହେଲା। ହେଲେ କେଉଁଠି ଆଶ୍ରୟ ନ ନେଇ ସେହି ବର୍ଷାରେ ଓଦା ହୋଇ ମଠରେ ପହଞ୍ଚତ୍ଲି। ସକାଳକୁ ପ୍ରବଳ ଜ୍ୱର। ଆଉ ଦୁଇଦିନ ପରେ ହେରାପଞ୍ଚମୀ। ଆସନ୍ତାବର୍ଷ ପାଇଁ ଫୁଲୁରି ତେଲ ଲାଗି ସାମଗ୍ରୀ ପ୍ରସ୍ତୁତ କରାଯାଇ ମାଟିତଳେ ପୋତାଯିବ। ଏହି କଥା ଭାବୁଥାଏ। ହେଲେ ଜ୍ୱର ବଢୁଥାଏ ସିନା କମୁ ନ ଥାଏ। ହେରାପଞ୍ଚମୀ ଦିନ ସକାଳୁ ଜ୍ୱର ଏତେମାତ୍ରାରେ ଥିଲା ଯେ, ଉଠିବା ପାଇଁ ଆଦୌ ଇଚ୍ଛା ହେଉ ନ ଥାଏ। ସକାଳୁ ଜଣେ ଡାକ୍ତର ମଠରେ ପହଞ୍ଚତ୍ଲେ। ସେ ଜ୍ୱର ମାପି କିଛି ଔଷଧପତ୍ର ଦେଇ ବସିଥାନ୍ତି। ମୁଁ ମୁହଁ ତଳକୁ କରି ଶୋଇଥାଏ। ସେଇଠି ମହାପ୍ରଭୁଙ୍କୁ ସ୍ମରଣ କଲି। ପ୍ରଭୁ, ମୋତେ ଗୋଟିଏ ସେବା କରିବାର ସୁଯୋଗ ଦେଲ। ହେଲେ ଆଜି ଏମିତି ଅବସ୍ଥା ଯେ ସେହି ସେବା କରିବା ମୋ ପକ୍ଷେ ସମ୍ଭବ ହେଉନି। ଯାହା କରୁଛ କର, ମାତ୍ର ୨ଘଣ୍ଟା ପାଇଁ ମୋତେ ଟିକେ ସୁସ୍ଥ କରିଦିଅ। ଫୁଲୁରି ତେଲ ପ୍ରସ୍ତୁତି ବିଧି ସରିବା ପରେ ବରଂ ଦେହ ଖରାପ ହେଉ। ଯଦି କିଛି କର୍ମଫଳ ଅଛି ମୁଁ ଭୋଗିବାକୁ ପ୍ରସ୍ତୁତ ବୋଲି ଏମିତି ମନେ ମନେ ଠାକୁରଙ୍କୁ ଡାକୁଥାଏ। ଏହାପରେ ଯାହା ଘଟିଲା ଆଜି କହିବା ବେଳକୁ ଦେହ ଶୀତେଇ ଯାଉଛି। ହଠାତ୍‌ ମୁଁ କିଛି ଜାଣିପାରିଲିନି। ହେଲେ ଅନୁଭବ କଲି ଜଣେ ତ୍ରିପଣ୍ଡ କଳା (ସୁନ୍ଦର ଚେହେରା), ବୟସ୍କ ବ୍ୟକ୍ତି ମୋ’ ମୁଣ୍ଡଠାରୁ ପିଠି ପର୍ଯ୍ୟନ୍ତ ହାତ ମାରିଦେଲେ। କହିଲେ କିଛି ହେବନି, ଯଦି ମୋ’ ପାଖରେ ତୁ ସମ୍ପୂର୍ଣ୍ଣ ସମର୍ପିତ ତେବେ ମୋ’ ଉପରେ କ’ଣ ଭରସା ନାହିଁ? ମୋ’ ସେବା କରିବା ପାଇଁ ତତେ ଆଣିଛି ପରା। ତୁ ସେହି ସେବା କରିବୁ, ଏତିକି କହି ପୁଣି ଆଉଁଷି ଦେଇ କେଉଁଆଡେ ଚାଲିଗଲେ। ହଠାତ୍‌ ମୋ’ ନିଦ ଭାଙ୍ଗିଗଲା। ଘର ଆଲୋକିତ ହୋଇଗଲା ଆଉ ଚନ୍ଦନ, କର୍ପୂର, କସ୍ତୁରୀ ମହମହ ହୋଇ ବାସିଲା। ଡାକ୍ତର ବି ସେଇଠି ବସିଛନ୍ତି। ସେ ବି କହିଲେ କଣ ଗୋଟିଏ ବାସ୍ନା ହେଲା। ଏହାପରେ ଉଠିବସିଲି। କହିଲି ଗାଧୋଇବି। ଡାକ୍ତର କହିଲେ ଜ୍ୱର ଏତେ ଅଛି, ଗାଧୋଇବ କଣ? କହିଲି, ନା କିଛି ନାହିଁ। ସେତେବେଳକୁ ଜ୍ୱର ସମ୍ପୂର୍ଣ୍ଣ ଛାଡ଼ିଯାଇଥିଲା। ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଏହାପରେ ଗାଧୋଇ ଫୁଲୁରି ତେଲ ପ୍ରସ୍ତୁତିର ସବୁ କର୍ମ ଶେଷ କରିବାର ପ୍ରାୟ ଘଣ୍ଟାଏ ପରେ ପୁଣି ଯେଉଁ ଜ୍ୱରକୁ ସେହି ଜ୍ୱର। ଧୀରେ ଧୀରେ ପ୍ରାୟ ୩ଦିନ ପରେ ପୁଣି ସମ୍ପୂର୍ଣ୍ଣ ସୁସ୍ଥ ହେଲି। ଏହା କେବଳ ମହାପ୍ରଭୁଙ୍କ ଇଚ୍ଛା ବୋଲି ମହନ୍ତ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri