ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ପରେ;ଜମ୍ମୁ-କଶ୍ମୀର ପର୍ଯ୍ୟଟନକୁ ନେଇ ବଢ଼ୁଛି ଆଶା

 

ନୂଆଦିଲ୍ଲୀ,୧୧-୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ପରେ ଲଦାଖ ଓ ଉପତ୍ୟକାରେ ପର୍ଯ୍ୟଟନ ଅଭିବୃଦ୍ଧିର ଅପାର ସମ୍ଭାବନା ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧନରେ ଜଣାଇଥିଲେ। ଉପତ୍ୟକାର ପର୍ଯ୍ୟଟନ ଶିଳ୍ପକୁ କେନ୍ଦ୍ର ସରକାର ପ୍ରୋତ୍ସାହିତ କରିବେ, ଯାହା ଦ୍ୱାରା ଏହା ବିଶ୍ୱ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ ବୋଲି ସେ କହିଥିଲେ। କିନ୍ତୁ ଜମ୍ମୁ-କଶ୍ମୀରରେ ପରିବେଶରେ ସ୍ଥିରତା ନ ଆସିବା ପର୍ଯ୍ୟନ୍ତ ପର୍ଯ୍ୟଟନ ସେକ୍ଟର ଆଗେଇ ପାରିବ ନାହିଁ ବୋଲି ରାଜ୍ୟର ଟ୍ୟାକ୍ସି ଅପରେଟର୍ସ ସଂଘର ପ୍ରେସିଡେଣ୍ଟ ମହମ୍ମଦ ଆଶ୍ରଫ ଲୋନ୍‌ କହିଥିବା ବେଳେ ଅନ୍ୟମାନେ ଏଥିରେ ଏକମତ ନୁହଁନ୍ତି। ଉପତ୍ୟକାରେ ପର୍ଯ୍ୟଟନର ବ୍ୟାପକ ସମ୍ଭାବନା ରହିଥିବା ସେମାନେ ଆଶାପ୍ରକାଶ କରିଛନ୍ତି।
ଜମ୍ମୁ-କଶ୍ମୀର ରାଜସ୍ବ ଆୟର ମୁଖ୍ୟରେ ରହିଛି ପର୍ଯ୍ୟଟନ। ରାଜ୍ୟର ଅର୍ଥନୀତିରେ ଏହାର ଅବଦାନ ଅନେକ। ଏଠାକାର ପ୍ରାୟ ୬୦ ପ୍ରତିଶତ ଅଧିବାସୀ ଉଭୟ ପ୍ରତ୍ୟକ୍ଷ ଅବା ପରୋକ୍ଷ ଭାବେ ପର୍ଯ୍ୟଟନ ଶିଳ୍ପ ତଥା ସହାୟକ କାର୍ଯ୍ୟକଳାପରେ ସମ୍ପୃକ୍ତ। ଏହି ଶିଳ୍ପ ରାଜ୍ୟ ଜିଡ଼ିପିରେ ୧୫% ଯୋଗଦାନ ଦେଇଥାଏ। ତେବେ ୩୭୦ ପ୍ରତ୍ୟାହାର ପରେ ଉପତ୍ୟକାରେ ରାଜନୈତିକ ଅସ୍ଥିରତା ବଢ଼ିଯିବ ବୋଲି ଲୋନ୍‌ ଆଶଙ୍କାବ୍ୟକ୍ତ କରିଥିବା ବେଳେ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏଶନ ଅଫ୍‌ ଓ୍ବେଷ୍ଟର୍ନ ଇଣ୍ଡିଆ(ଏଚ୍‌ଆର୍‌ଏଡବ୍ଲ୍ୟୁଆଇ)ର ପ୍ରେସିଡେଣ୍ଟ ତଥା ଫେଡେରେଶନ ଅଫ୍‌ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏଶନ ଅଫ୍‌ ଇଣ୍ଡିଆ(ଏଫ୍‌ଏଚ୍‌ଆର୍‌ଏଆଇ)ର ଭାଇସ ପ୍ରେସିଡେଣ୍ଟ ଗୁର୍‌ବକ୍ସିସ୍‌ ସିଂ କୋହଲି କହିଛନ୍ତି ଯେ, ଅନୁଚ୍ଛେଦ ପ୍ରତ୍ୟାହାର ପରେ ଉପତ୍ୟକା ପର୍ଯ୍ୟଟନର ପ୍ରକୃତ କ୍ଷମତା ବିକଶିତ ହେବ। ପର୍ଯ୍ୟଟନ ଜମ୍ମୁ-କଶ୍ମୀରର ମୁଖ୍ୟ ଶିଳ୍ପ ହୋଇଥିଲେ ସୁଦ୍ଧା ଏହା ରାଜ୍ୟର ରାଜସ୍ବରେ ସେଭଳି ଯୋଗଦାନ ଦେଇପାରିନାହିଁ ବୋଲି ସେ ଜାରି ବିବୃତିରେ ପ୍ରକାଶ କରିଛନ୍ତି। ଚାମ୍ବର ଅଫ୍‌ ଟ୍ରେଡର୍ସ ଫେଡେରେଶନ ପ୍ରେସିଡେଣ୍ଟ ନିରଜ ଆନନ୍ଦ କହିଛନ୍ତି ଯେ, ୩୭୦ ପ୍ରତ୍ୟାହାର ହେବା ପରେ ସମସ୍ତ ସେକ୍ଟରରେ ବିପୁଳ ହାରରେ ପୁଞ୍ଜିନିବେଶ ବୃଦ୍ଧି ପାଇବ। ଏହାଦ୍ୱାରା ରାଜ୍ୟରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ରାଜ୍ୟକୁ ଅଧିକ ରାଜସ୍ବ ମିଳିବ। ରାଜ୍ୟବାସୀଙ୍କ ଭାଗ୍ୟ ରାତାରାତି ବଦଳିଯିବ ବୋଲି ଉଲ୍ଲେଖ କରି ସେ କହିଛନ୍ତି ଯେ, ସମସ୍ତ ଦିଗରୁ ସେଠାରେ ବିକାଶ ହେବାକୁ ଯାଉଛି। ସୂଚନାଥାଉ କି, କେନ୍ଦ୍ର ସରକାର ୩୭୦ ପ୍ରତ୍ୟାହାର କରିବା ପୂର୍ବରୁ ଉପତ୍ୟକାରେ ଉପସ୍ଥିତ ଥିବା ଅମରନାଥ ଯାତ୍ରୀ ଓ ପର୍ଯ୍ୟଟକଙ୍କୁ ତୁରନ୍ତ ସ୍ଥାନ ଖାଲି କରିଦେବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ପୁଲଓ୍ବାମା ଆକ୍ରମଣ ପରେ ଜମ୍ମୁ-କଶ୍ମୀରରେ ପର୍ଯ୍ୟଟନର ବିଶେଷ କ୍ଷତି ହୋଇଛି। ତେବେ ଲୋନ୍‌ କହିଛନ୍ତି ଯେ, ଏବେ ଉପତ୍ୟକାରେ ପର୍ଯ୍ୟଟନ ଋତୁ ଶେଷ ହୋଇଛି। ଆସନ୍ତାବର୍ଷ ମାର୍ଚ୍ଚ ପୂର୍ବରୁ ପୁନର୍ବାର ପର୍ଯ୍ୟଟନ ଗତିବିଧି ଆରମ୍ଭ ହେଲା ଭଳି ଲାଗୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

୨୫ ବର୍ଷ ମଧ୍ୟରେ ଯାହା ହୋଇନଥିଲା ତାହା ଏବେ ଘଟୁଛି… କାହିଁକି ଦ୍ରୁତ ଗତିରେ ସୁନା ବିକ୍ରି କରୁଛି ରୁଷିଆ? ଜାଣିଲେ…

ନୂଆଦିଲ୍ଲୀ,୩୦।୩: ରୁଷିଆ ୨୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଏହାର କେନ୍ଦ୍ରୀୟ ବ୍ୟାଙ୍କ ଭଣ୍ଡାରରୁ ସୁନା ବିକ୍ରୟ ଆରମ୍ଭ କରିଛି। ବର୍ଲିନ ସ୍ଥିତ ଏକ ଖବର ସଂସ୍ଥାର…

କାରବାର ଆରମ୍ଭ ହେବା ମାତ୍ରେ ଖସିଲା ଶେୟାର ମାର୍କେଟ୍‌, ସେନ୍‌ସେକ୍ସ ହ୍ରାସ ପାଇ…

ନୂଆଦିଲ୍ଲୀ,୩୦ା୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ଭାରତୀୟ ଷ୍ଟକ୍‌ ବଜାର ହ୍ରାସ ପାଇଛି। ବିଏସ୍‌ଇର ୩୦-ଶେୟାର ସୂଚକାଙ୍କ, ସେନସେକ୍ସ ୧୦୧୮…

‘ଭଲ ଉତ୍ପାଦ ଏହାର ଗୁଣବତ୍ତା ଦ୍ୱାରା ଆଦୃତ ହୁଏ’

ଭୁବନେଶ୍ୱରସ୍ଥିତ ଜୟବାବା ଅଟୋମୋବାଇଲ୍ସର ମ୍ୟାନେଜିଂ ପାର୍ଟନର ହର୍ଷିତ ଲୋଧା ଜଣେ ସଫଳ ଉଦ୍ୟୋଗୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ୨୦୨୩ରେ ପ୍ରତିଷ୍ଠିତ ‘ଜୟବାବା ଟ୍ରାଇବ୍‌’ର ପ୍ରତିଷ୍ଠାତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri