ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ପରେ;ଜମ୍ମୁ-କଶ୍ମୀର ପର୍ଯ୍ୟଟନକୁ ନେଇ ବଢ଼ୁଛି ଆଶା

 

ନୂଆଦିଲ୍ଲୀ,୧୧-୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ପରେ ଲଦାଖ ଓ ଉପତ୍ୟକାରେ ପର୍ଯ୍ୟଟନ ଅଭିବୃଦ୍ଧିର ଅପାର ସମ୍ଭାବନା ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧନରେ ଜଣାଇଥିଲେ। ଉପତ୍ୟକାର ପର୍ଯ୍ୟଟନ ଶିଳ୍ପକୁ କେନ୍ଦ୍ର ସରକାର ପ୍ରୋତ୍ସାହିତ କରିବେ, ଯାହା ଦ୍ୱାରା ଏହା ବିଶ୍ୱ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ ବୋଲି ସେ କହିଥିଲେ। କିନ୍ତୁ ଜମ୍ମୁ-କଶ୍ମୀରରେ ପରିବେଶରେ ସ୍ଥିରତା ନ ଆସିବା ପର୍ଯ୍ୟନ୍ତ ପର୍ଯ୍ୟଟନ ସେକ୍ଟର ଆଗେଇ ପାରିବ ନାହିଁ ବୋଲି ରାଜ୍ୟର ଟ୍ୟାକ୍ସି ଅପରେଟର୍ସ ସଂଘର ପ୍ରେସିଡେଣ୍ଟ ମହମ୍ମଦ ଆଶ୍ରଫ ଲୋନ୍‌ କହିଥିବା ବେଳେ ଅନ୍ୟମାନେ ଏଥିରେ ଏକମତ ନୁହଁନ୍ତି। ଉପତ୍ୟକାରେ ପର୍ଯ୍ୟଟନର ବ୍ୟାପକ ସମ୍ଭାବନା ରହିଥିବା ସେମାନେ ଆଶାପ୍ରକାଶ କରିଛନ୍ତି।
ଜମ୍ମୁ-କଶ୍ମୀର ରାଜସ୍ବ ଆୟର ମୁଖ୍ୟରେ ରହିଛି ପର୍ଯ୍ୟଟନ। ରାଜ୍ୟର ଅର୍ଥନୀତିରେ ଏହାର ଅବଦାନ ଅନେକ। ଏଠାକାର ପ୍ରାୟ ୬୦ ପ୍ରତିଶତ ଅଧିବାସୀ ଉଭୟ ପ୍ରତ୍ୟକ୍ଷ ଅବା ପରୋକ୍ଷ ଭାବେ ପର୍ଯ୍ୟଟନ ଶିଳ୍ପ ତଥା ସହାୟକ କାର୍ଯ୍ୟକଳାପରେ ସମ୍ପୃକ୍ତ। ଏହି ଶିଳ୍ପ ରାଜ୍ୟ ଜିଡ଼ିପିରେ ୧୫% ଯୋଗଦାନ ଦେଇଥାଏ। ତେବେ ୩୭୦ ପ୍ରତ୍ୟାହାର ପରେ ଉପତ୍ୟକାରେ ରାଜନୈତିକ ଅସ୍ଥିରତା ବଢ଼ିଯିବ ବୋଲି ଲୋନ୍‌ ଆଶଙ୍କାବ୍ୟକ୍ତ କରିଥିବା ବେଳେ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏଶନ ଅଫ୍‌ ଓ୍ବେଷ୍ଟର୍ନ ଇଣ୍ଡିଆ(ଏଚ୍‌ଆର୍‌ଏଡବ୍ଲ୍ୟୁଆଇ)ର ପ୍ରେସିଡେଣ୍ଟ ତଥା ଫେଡେରେଶନ ଅଫ୍‌ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏଶନ ଅଫ୍‌ ଇଣ୍ଡିଆ(ଏଫ୍‌ଏଚ୍‌ଆର୍‌ଏଆଇ)ର ଭାଇସ ପ୍ରେସିଡେଣ୍ଟ ଗୁର୍‌ବକ୍ସିସ୍‌ ସିଂ କୋହଲି କହିଛନ୍ତି ଯେ, ଅନୁଚ୍ଛେଦ ପ୍ରତ୍ୟାହାର ପରେ ଉପତ୍ୟକା ପର୍ଯ୍ୟଟନର ପ୍ରକୃତ କ୍ଷମତା ବିକଶିତ ହେବ। ପର୍ଯ୍ୟଟନ ଜମ୍ମୁ-କଶ୍ମୀରର ମୁଖ୍ୟ ଶିଳ୍ପ ହୋଇଥିଲେ ସୁଦ୍ଧା ଏହା ରାଜ୍ୟର ରାଜସ୍ବରେ ସେଭଳି ଯୋଗଦାନ ଦେଇପାରିନାହିଁ ବୋଲି ସେ ଜାରି ବିବୃତିରେ ପ୍ରକାଶ କରିଛନ୍ତି। ଚାମ୍ବର ଅଫ୍‌ ଟ୍ରେଡର୍ସ ଫେଡେରେଶନ ପ୍ରେସିଡେଣ୍ଟ ନିରଜ ଆନନ୍ଦ କହିଛନ୍ତି ଯେ, ୩୭୦ ପ୍ରତ୍ୟାହାର ହେବା ପରେ ସମସ୍ତ ସେକ୍ଟରରେ ବିପୁଳ ହାରରେ ପୁଞ୍ଜିନିବେଶ ବୃଦ୍ଧି ପାଇବ। ଏହାଦ୍ୱାରା ରାଜ୍ୟରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ରାଜ୍ୟକୁ ଅଧିକ ରାଜସ୍ବ ମିଳିବ। ରାଜ୍ୟବାସୀଙ୍କ ଭାଗ୍ୟ ରାତାରାତି ବଦଳିଯିବ ବୋଲି ଉଲ୍ଲେଖ କରି ସେ କହିଛନ୍ତି ଯେ, ସମସ୍ତ ଦିଗରୁ ସେଠାରେ ବିକାଶ ହେବାକୁ ଯାଉଛି। ସୂଚନାଥାଉ କି, କେନ୍ଦ୍ର ସରକାର ୩୭୦ ପ୍ରତ୍ୟାହାର କରିବା ପୂର୍ବରୁ ଉପତ୍ୟକାରେ ଉପସ୍ଥିତ ଥିବା ଅମରନାଥ ଯାତ୍ରୀ ଓ ପର୍ଯ୍ୟଟକଙ୍କୁ ତୁରନ୍ତ ସ୍ଥାନ ଖାଲି କରିଦେବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ପୁଲଓ୍ବାମା ଆକ୍ରମଣ ପରେ ଜମ୍ମୁ-କଶ୍ମୀରରେ ପର୍ଯ୍ୟଟନର ବିଶେଷ କ୍ଷତି ହୋଇଛି। ତେବେ ଲୋନ୍‌ କହିଛନ୍ତି ଯେ, ଏବେ ଉପତ୍ୟକାରେ ପର୍ଯ୍ୟଟନ ଋତୁ ଶେଷ ହୋଇଛି। ଆସନ୍ତାବର୍ଷ ମାର୍ଚ୍ଚ ପୂର୍ବରୁ ପୁନର୍ବାର ପର୍ଯ୍ୟଟନ ଗତିବିଧି ଆରମ୍ଭ ହେଲା ଭଳି ଲାଗୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ମହିନ୍ଦ୍ରା ବୋଲେରୋ ନିଓ ପ୍ଲସ୍‌

ଭୁବନେଶ୍ୱର,୨୦।୪: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ର ନୂତନ ମଡେଲ ‘ବୋଲେରୋ ନିଓ ପ୍ଲସ୍‌’ର ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଯାଇଛି। ଏପରିକି ୯ସିଟର ବିଶିଷ୍ଠ...

ଅଶୋଧିତ ତୈଳ ଦର ୯୦ ଡଲାର ପାର

ଭୁବନେଶ୍ୱର,୨୦।୪: କ୍ରମାଗତ ଭାବେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ଚାଲିଛି। ଏପରିକି ଶୁକ୍ରବାର ଅଶୋଧିତ ତୈଳ ଦର ପ୍ରାୟ ୪% ବଢ଼ି...

କାନାରା ବ୍ୟାଙ୍କର ନୂତନ ଉତ୍ପାଦ

ଭୁବନେଶ୍ୱର,୨୦।୪ (ଅଭୟ ଦାଶ): କାନାରା ବ୍ୟାଙ୍କର ନୂତନ ଉତ୍ପାଦ ‘କାନାରା-ଆଞ୍ଜେଲ, ହିଲ୍‌, ମାଇଁ ମନୀ, ରେଡି କ୍ୟାଶ୍‌ ଏବଂ ୟୁପିଆଇ୧୨୩ ପେ ଏଏସ୍‌ଆଇ’ର ଆନୁଷ୍ଠାନିକ ଉନ୍ମୋଚନ...

ଖାଦ୍ୟ ମୁଦ୍ରାସ୍ଫୀତି ବଡ଼ ବିପଦ

ଭୁବନେଶ୍ୱର,୨୦।୪(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମୁଦ୍ରା ନୀତି କମିଟି(ଏମ୍‌ପିସି)ର ସଦସ୍ୟମାନେ ଖାଦ୍ୟ ମୁଦ୍ରାସ୍ଫୀତିକୁ ଏକ ବଡ଼ ବିପଦ ବୋଲି କହିଛନ୍ତି। ୨୦୨୪ ଏପ୍ରିଲର...

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri