ସୁପ୍ରିମକୋର୍ଟ ନିର୍ଦ୍ଦେଶର ଓଲଟା ରାସ୍ତାରେ ସରକାର

ଭୁବନେଶ୍ୱର,୧୧।୮(ବ୍ୟୁରୋ): ନାଗରିକଙ୍କ ସବୁ ଅନ୍ତରଙ୍ଗ ତଥ୍ୟ ଆଧାର କାର୍ଡରେ ଲିପିବଦ୍ଧ। ଏହାକୁ ସରକାରୀ କିମ୍ବା ବେସରକାରୀ ସଂସ୍ଥା ଅପବ୍ୟବହାର କରୁଥିବାର ବହୁ ଦୃଷ୍ଟାନ୍ତ ରହିଛି। ତେଣୁ ବ୍ୟକ୍ତି ବିଶେଷଙ୍କ ଗୋପନୀୟ ତଥ୍ୟଗୁଡ଼ିକୁ କୌଣସି ପରିସ୍ଥିତିରେ ଜନକଲ୍ୟାଣକାରୀ ଯୋଜନାରେ ଦେବାକୁ ବାଧ୍ୟତାମୂଳକ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି। ଏହାସତ୍ତ୍ୱେ ଆଧାର କାର୍ଡକୁ ପରୋକ୍ଷରେ ବାଧ୍ୟତାମୂଳକ କରିବାରେ ସରକାର ଲାଗିପଡିଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଶନିବାର ଦେଇଥିବା ମନ୍ତବ୍ୟରୁ ଏହା ସ୍ପଷ୍ଟ ହୋଇଛି। ମୋଟ ଉପରେ କହିବାକୁ ଗଲେ ସୁପ୍ରିମକୋର୍ଟଙ୍କ ରାୟର ଓଲଟା ବାଟରେ ସରକାର ଯିବାକୁ ପସନ୍ଦ କରିଛନ୍ତି।
ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ କହିଛନ୍ତି ଯେ, ଆଧାର କାର୍ଡ ଥିବା କୌଣସି ହିତାଧିକାରୀ ଯୋଜନାରୁ ବାଦ୍‌ ପଡିବେ ନାହିଁ। ଏଥିପାଇଁ ସରକାର ଗ୍ୟାରେଣ୍ଟି ଦେଉଛନ୍ତି। ଆଧାର ନ ଥିବା ହିତାଧିକାରୀଙ୍କୁ ମଧ୍ୟ ତାଲିକାରୁ ବାଦ୍‌ ପଡିବାକୁ ଦିଆଯିବ ନାହିଁ। ସେହିପରି ଆଧାର କାରଣରୁ ବଞ୍ଚିତ ହୋଇଥିବା ହିିତାଧିକାରୀ ଲିଙ୍କ୍‌ କରିବା ମାତ୍ରେ ସହାୟତା ପାଇବେ। ସେହିପରି ଏକାଧିକ ଥର ସୁବିଧା ହାତଉଥିବା ହିତାଧିକାରୀଙ୍କୁ ତାଲିକାରୁ ବାଦ୍‌ ଦିଆଯିବ । ଅଧିକାଂଶ ହିତାଧିକାରୀଙ୍କ ଆଧାର ଲିଙ୍କ୍‌ ତନଖି କରିବା ପରେ ପ୍ରାୟ ଲକ୍ଷାଧିକ ହିତାଧିକାରୀ ଦୁଇଟି ସ୍ଥାନରୁ ସୁବିଧା ପାଉଥିବା ରଣେନ୍ଦ୍ର କହିଛନ୍ତି। ଏହିପରି ସୁବିଧା ହାତଉଥିବା ବ୍ୟକ୍ତିବିଶେଷଙ୍କୁ ତୁରନ୍ତ ସେପ୍ଟେମ୍ବରରୁ ବାଦ୍‌ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଅପରପକ୍ଷରେ ଆଧାର ସଂଯୋଗକୁ ବାଧ୍ୟତାମୂଳକ କରାଯାଇଥିବାରୁ ଅନେକ ଯୋଗ୍ୟ ହିତାଧିକାରୀ ସହାୟତାରୁ ବଞ୍ଚିତ ହେବାର ଆଶଙ୍କା ରହିଛି। ଏପରିକି ପୂର୍ବରୁ ରାଶନ କାର୍ଡ ଦ୍ୱାରା ସହାୟତା ପାଉଥିବା ହିତାଧିକାରୀ କେବଳ ଆଧାର ପାଇଁ ସରକାରୀ ସୁବିଧାରୁ ବଞ୍ଚିତ ହୋଇପାରନ୍ତି। ଗ୍ରାମବହୁଳ ଓଡ଼ିଶାରେ ଆଧାର ସମ୍ପର୍କିତ ସଚେତନତା ଲୋକମାନଙ୍କୁ କରାଯାଇନାହିଁ। ଓଲଟି ଆଧାର ହିଁ ସବୁ ସହାୟତା ପାଇବାର ଚାବିକାଠି ବୋଲି ପରୋକ୍ଷରେ ପ୍ରଚାର କରି ଲିଙ୍କ୍‌ କରାଯାଉଛି। ହିତାଧିକାରୀଙ୍କ ନାମ, ଠିକଣା ସହ ଅନ୍ୟାନ୍ୟ ଗୋପନୀୟ ତଥ୍ୟ ଆଦାୟ କରାଯାଇ ସାରିଲାଣି।
ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ କେନ୍ଦ୍ର ସରକାର ବଜେଟ୍‌ରେ ପାନ କାର୍ଡ ବଦଳରେ ଆଧାର ମାଧ୍ୟମରେ ଆୟକର ରିଟର୍ନ ଦେବା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ସେହିପରି କେନ୍ଦ୍ରୀୟ ଯୋଜନା ଏବଂ କେନ୍ଦ୍ର ପ୍ରବର୍ତ୍ତିତ ସମସ୍ତ ଯୋଜନାରେ ମଧ୍ୟ ଆଧାରକୁ ବାଧ୍ୟତାମୂଳକ କରିବାକୁ ମସୁଧା ଚାଲିଛି। ଦେଶରେ କାର୍ଯ୍ୟକାରୀ ହେଉଥିବା ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା(ଏନ୍‌ଏଫ୍‌ଏସ୍‌ଏ)ରେ ଆଧାର କାର୍ଡକୁ କଡାକଡି ଲାଗୁ କରିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ବହୁ ପୂର୍ବରୁ ନିର୍ଦ୍ଦେଶ ଦେଇ ସାରିଥିଲେ। ରାଜ୍ୟ ସରକାର ମଧ୍ୟ ଏଥିରେ କୌଣସି ଆପତ୍ତି ନ ଉଠାଇ ଆଧାର ବାଧ୍ୟତାମୂଳକକୁ ସେପ୍ଚେମ୍ବର ପହିଲାରୁ କଡାକଡି ଲାଗୁ କରିବାକୁ ଯାଉଥିବା ଜଣାପଡିଛି। ଏଠାରେ ପ୍ରଶ୍ନ ଉଠେ, ଜାଲିଆତି ରୋକିବାକୁ ଆଧାର ସଂଯୋଗ ଉପରେ ଗୁରୁତ୍ୱ ଦିଆଯାଉଥିବା ସରକାର ବାରମ୍ବାର ଯୁକ୍ତି ବାଢୁଛନ୍ତି, ହେଲେ ଲକ୍ଷାଧିକ ମୃତ ହିତାଧିକାରୀଙ୍କ ନାମରେ ସରକାରୀ ଯୋଜନା ହଡପ ହେଉଥିବା ଖବର ନଜରକୁ ଆସିଛି। ଏପରିକି ଚଳିତ ବର୍ଷ ରାଜ୍ୟ ଖାଦ୍ୟ ନିଗମ ପକ୍ଷରୁ ସରକାରଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା। ଏଥିସହିତ ଏହି ଭୂତ ହିତାଧିକାରୀଙ୍କୁ ବାଦ୍‌ ଦିଆଯିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ନିର୍ଦ୍ଦିଷ୍ଟ ଭାବେ କେତେ ଭୂତ ତଥା ମୃତ ହିତାଧିକାରୀଙ୍କୁ ବାଦ୍‌ ଦିଆଯାଇଛି, ସେ ନେଇ ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ରଖାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?