Categories: ଜାତୀୟ

ଅନୁଚ୍ଛେଦ ୩୭୦ ଉଚ୍ଛେଦ ବିଲ୍‌ ଆଗତ ସମୟରେ ମନରେ ଥିଲା ଭୟ: ଅମିତ ଶାହ

ଚେନ୍ନାଇ,୧୧।୮: ରାଜ୍ୟ ସଭାରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ବିଲ୍‌ ଆଗତ ସମୟରେ ମନରେ ଭୟ ଥିଲା ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି। ତାମିଲନାଡୁର ଚେନ୍ନାଇରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ଜୀବନୀ ଉପରେ ପ୍ରକାଶିତ ପୁସ୍ତକ ‘ ଲିଶିନିଂ, ଲର୍ଣ୍ଣିଂ ଆଣ୍ଡ୍‌ ଲିଡିଂ’ର ଲୋକାର୍ପଣ ଅବସରରେ ଶାହ ସମବେତ ଜନତାଙ୍କ ସମ୍ମୁଖରେ ଏଭଳି କହିଛନ୍ତି। ରାଜ୍ୟ ସଭାରେ ଏନଡିଏ ସଂଖ୍ୟା ଗରିଷ୍ଠ ନ ଥିଲେ ମଧ୍ୟ ଏହାକୁ ପ୍ରଥମେ ସେଠାରେ ଆଗତ କରାଇବା ପାଇଁ ଶାହ ଯୋଜନା କରିଥିଲେ। ଏହାପରେ ବିଲ୍‌କୁ ଲୋକ ସଭାରେ ଆଗତ କରାଇବା ଲାଗି ଶାହ ଚାହୁଁଥିଲେ ବୋଲି କହିଛନ୍ତି। ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଏବେ ଜମ୍ମୁ-କଶ୍ମୀରରେ ଆତଙ୍କବାଦ ଶେଷ ହେବା ସହିତ ସ୍ଥାନୀୟ ଲୋକଙ୍କ ବିକାଶ ସମ୍ଭବ ହୋଇପାରିବ ବୋଲି ଶାହ କହିଛନ୍ତି।

Share