Categories: ଜାତୀୟ

ଅନୁଚ୍ଛେଦ ୩୭୦ ଉଚ୍ଛେଦ: କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କଲେ ସୁପ୍ରିମ୍‌କୋର୍ଟ; ଅକ୍ଟୋବରରେ ସମ୍ବିଧାନ ପୀଠରେ ହେବ ଶୁଣାଣି

ନୂଆଦିଲ୍ଲୀ,୨୮।୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ମାମଲାରେ ସୁପ୍ରିମ୍‌କୋର୍ଟରେ ୧୪ଟି ଆବେଦନ ଦାଖଲ କରାଯାଇଥିଲା। ତେବେ ମୋବାଇଲ୍‌ ଏବଂ ଇଣ୍ଟରନେଟ୍‌ ସେବା ବନ୍ଦ ନେଇ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ୭ ଦିନ ମଧ୍ୟରେ ଏନେଇ ଉତ୍ତର ରଖିବାକୁ କେନ୍ଦ୍ର ସରକାରଙ୍କୁ ୫ ଜଣିଆ ଖଣ୍ଡପୀଠ ପକ୍ଷରୁ କୁହାଯାଇଛି। ଏହାର ଶୁଣାଣି ଅକ୍ଟୋବରଠାରୁ ସମ୍ବିଧାନ ପୀଠରେ କରାଯିବ ବୋଲି ସୁପ୍ରିମ୍‌କୋର୍ଟ ସୂଚନା ଦେଇଛନ୍ତି।

Share