Posted inରାଜ୍ୟ

ଅନୁଗୋଳ ଷ୍ଟାଡିୟମରେ ଖୋଲିଲା ସରକାରୀ ଆମ୍ବ ବଜାର: ଚାଷୀ, ଖାଉଟିଙ୍କୁ ମିଳିବ ଲାଭ

ଅନୁଗୋଳ ଅଫିସ, ୩୦।୫: ଅନୁଗୋଳ ଜିଲାରେ ଉତ୍ତମ କିସମର ଆମ୍ବ ପ୍ରଦର୍ଶନ ସହ ସୁଲଭ ଦରରେ ବିକ୍ରି କରିବା ଉଦ୍ଦେଶ୍ୟରେ ବୁଧବାର ଅନୁଗୋଳ ଷ୍ଟାଡିୟମ ପାର୍ଶ୍ୱରେ ସରକାରୀ ଆମ୍ବ ବଜାର ଖୋଲାଯାଇଛି। ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି ଏହାକୁ ଉଦ୍‌ଘାଟନ କରିବା ସହ ଚାଷୀମାନେ ଭଲ କିସମର ଆମ୍ବ ଉଚିତ ମୂଲ୍ୟରେ ବିକ୍ରି କରି ବେଶ୍‌ ଲାଭବାନ ହେବେ ବୋଲି କହିଥିଲେ। ଅନୁଗୋଳ ଜିଲାର ବେପାରୀମାନେ ବିଭିନ୍ନ କିସମର ଆମ୍ବ କମ୍‌ ଦରରେ କିଣି ଖାଉଟିଙ୍କୁ ଅଧିକ ମୂଲ୍ୟରେ ବିକ୍ରି କରୁଥିବାରୁ ଉଭୟ ଚାଷୀ ଓ ଖାଉଟି କ୍ଷତିର ସମ୍ମୁଖୀନ ହେଉଛନ୍ତି। ଜିଲାରେ ତୃତୀୟ ଥର ପାଇଁ ଖୋଲାଯାଇଥିବା ଏହି ଆମ୍ବ ବଜାର ଉଭୟ ଖାଉଟି, ଚାଷୀ ଓ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ଫଳପ୍ରଦ ହେବ ବୋଲି ଜିଲାପାଳ କହିଥିଲେ। ଏହି ବଜାରରେ ବମ୍ବେଗ୍ରୀନ, ଆମ୍ରପଲି, ହେମସାଗର, ଲାଟସୁନ୍ଦରୀ, ଲେଙ୍ଗଡ଼ା, ବାଇଗଣପଲୀ, ରାଜା ବାଇଗଣପଲୀ, ହାତୀମୁଣ୍ଡା, ଦଶେରୀ, ମଲ୍ଲିକା, ଗୁଲାବଖାସ ଓ ଦେଶୀ ଆଦି ୧୪ଟି କିସମର ଆମ୍ବ ପ୍ର୍ରଦର୍ଶିତ ସହ ବିକ୍ରି କରାଯାଉଛି। ଆସନ୍ତା ମାସ ୫ ତାରିଖ ପର୍ଯ୍ୟନ୍ତ ଏହି ବଜାର ଚାଲିବ। ଆସନ୍ତା ସପ୍ତାହରେ ନୂଆ କିସମର ଆମ୍ବ ଏଠାକୁ ଆସିବ ବୋଲି ଆୟୋଜକମାନେ ପ୍ରକାଶ କରିଛନ୍ତି। ଏହି ଆମ୍ବ ବଜାରର ବିଶେଷତ୍ୱ ହେଉଛି ଚାଷୀମାନେ ଗଛରୁ ପାଚିଲା ଆମ୍ବକୁ ତୋଳି ସିଧାସଳଖ ଖାଉଟିମାନଙ୍କୁ ବିକ୍ରି କରି ଉଚିତ ମୂଲ୍ୟ ସଂଗ୍ରହ କରିପାରିବେ। ଓରମାସ୍‌, ଉଦ୍ୟାନ ବିଭାଗ, ନିୟନ୍ତ୍ରଣ ବଜାର କମିଟି ଓ ଏଫ୍‌ଇଏସ୍‌ର ମିଳିତ ଆନୁକୂଲ୍ୟରେ ହୋଇଥିବା ଏହି ଆମ୍ବ ବଜାର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତିରାୟ, ଓରମାସର କାର୍ଯ୍ୟ ନିର୍ବାହୀ ନିରୋଦ କୁମାର ଜେନା, ଏଫ୍‌ଇଏସ୍‌ର ସ୍ବପ୍ନା ଷଡ଼ଙ୍ଗୀ, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ସନ୍ତୋଷ କୁମାର ପ୍ରଧାନଙ୍କ ସମେତ ମହିଳା ବହୁମୁଖୀ ସମବାୟ ସମିତିର ସଦସ୍ୟା ବୃନ୍ଦ ଓ ବିଭିନ୍ନ ବ୍ଲକରୁ ଆସିଥିବା ଉତ୍ପାଦିକା ଦଳର ଆମ୍ବ ଚାଷୀମାନେ ଯୋଗଦେଇଥିଲେ। ତେବେ ମାସେ ହେବ ଅନୁଗୋଳ ବଜାରରେ ବେପାରୀମାନେ ଆମ୍ବ ବିକ୍ରି କରୁଥିବା ବେଳେ ପ୍ରଶାସନ ପକ୍ଷରୁ ଏତେ ବିଳମ୍ବରେ ସରକାରୀ ଆମ୍ବ ବଜାର ଖୋଲାଯିବାକୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବହୁ ଆଗରୁ ଏହି ସରକାରୀ ବଜାର ଖୋଲାଯାଇଥିଲେ ଆମ୍ବ ଚାଷୀମାନେ ଅଧିକ ଅର୍ଥ ରୋଜଗାର କରିପାରିଥାନ୍ତେ ବୋଲି କେତେଜଣ ଚାଷୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri