ଅନୁଗୋଳ ବନମଣ୍ଡଳରେ ୭୫,୬୦୭ ପକ୍ଷୀ: ୨୦୧୯ ତୁଳନାରେ ୧୩ ହଜାର ୩୦୭ ବୃଦ୍ଧି

ବନ୍ତଳା,୨୨ା୧(ଡି.ଏନ.ଏ.) – ଅନୁଗୋଳ ବନମଣ୍ଡଳ ସର୍କଲରେ ଗତ ୧ ତାରିଖରେ କରାଯାଇଥିବା ପକ୍ଷୀ ଗଣନା ରିପୋର୍ଟ ମଙ୍ଗଳବାର ବନ ବିଭାଗ ପ୍ରକାଶ କରିଛି। ଏଥିରେ ଅନୁଗୋଳ, ଆଠମଲ୍ଲିକ, ଆଠଗଡ଼, କଟକ, ଢେଙ୍କାନାଳ, ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଓ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡକୁ ନେଇ ଗଠିତ ଅନୁଗୋଳ ବନମଣ୍ଡଳ (ସର୍କଲ)ରେ ୭୫ ହଜାର ୬୦୭ ବିଭିନ୍ନ ପ୍ରକାରର ପକ୍ଷୀ ରହିଥିବା ଦର୍ଶାଯାଇଛି। କଟକ ବନଖଣ୍ଡରେ ସର୍ବାଧିକ ପକ୍ଷୀ ରହିଥିବାବେଳେ ସାତକୋଶିଆ ବନଖଣ୍ଡରେ ତାହାଠାରୁ କମ୍‌ ପକ୍ଷୀ ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରିପୋର୍ଟରୁ ପ୍ରକାଶ ଯେ, ଭାରତରେ ଦେଖାଯାଉଥିବା ୧୭୫ ପ୍ରକାର ପକ୍ଷୀ ମଧ୍ୟରୁ ଅନୁଗୋଳ ବନଖଣ୍ଡରେ ୪୬ ପ୍ରଜାତିର ୩ ହଜାର ୪୯୮ଟି ପକ୍ଷୀ ରହିଛନ୍ତି। ସେହିପରି ଆଠମଲ୍ଲିକ ବନଖଣ୍ଡରେ ୨୨ ପ୍ରଜାତିର ୩ ହଜାର ୨୯୯ଟି, ଆଠଗଡ଼ ବନଖଣ୍ଡରେ ୩୮ ପ୍ରଜାତିର ୨୧ ହଜାର ୮୨୪, କଟକ ବନଖଣ୍ଡରେ ୪୨ ପ୍ରଜାତିର ୩୦ ହଜାର ୯୦୮, ଢେଙ୍କାନାଳ ବନଖଣ୍ଡରେ ୩୩ ପ୍ରଜାତିର ୭ ହଜାର ୧୫୩, ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ୪୮ ପ୍ରଜାତିର ୫ ହଜାର ୫୦୩ ଓ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ୫୪ ପ୍ରଜାତିର ୩ ହଜାର ୪୨୨ଟି ପକ୍ଷୀ ରହିଛନ୍ତି। ତେବେ ୨୦୧୯ରେ ଅନୁଗୋଳ ବନମଣ୍ଡଳରେ ୧୬୩ ପ୍ରଜାତିର ୬୨ ହଜାର ୩ ଶହ ପକ୍ଷୀ ରହିଥିବାବେଳେ ଚଳିତ ବର୍ଷ