ଅନୁଗୋଳ ଜିଲାରେ ୧୬୬.୬ ମିମି ବର୍ଷା

ଅନୁଗୋଳ ଅଫିସ, ୨୬।୨ – ଅନୁଗୋଳ ଜିଲାର ବିଭିନ୍ନ ସ୍ଥାନରେ ଅଦିନିଆ ବର୍ଷା ଯୋଗୁ ଜନଜୀବନ ଅସୁବିଧାର ସମ୍ମୁଖୀନ ହୋଇଛି। ରବିବାର ରାତିରେ ଝିପିଝିପି ହୋଇଥିବା ବର୍ଷା ସୋମବାର ପୂର୍ବାହ୍ନରେ ଛାଡ଼ିଥିଲା। ହେଲେ ଦିନ ତମାମ କୋହଲା ପାଗ ରହିଥିବା ବେଳେ ରାତିରେ ପୁଣି ବର୍ଷା ହୋଇଥିଲା। ମଙ୍ଗଳବାର ମଧ୍ୟାହ୍ନରେ ବର୍ଷା ଛାଡ଼ିଥିଲେ ମଧ୍ୟ ପାଗ ପୂର୍ବପରି ରହିଛି। ଏଥିସହ କାଲୁଆ ପବନ ହେଉଥିବାରୁ ସହରକୁ ଶୀତ ଫେରିଆସିଛି। ଜିଲା କାର୍ଯ୍ୟାଳୟ ବିପର୍ଯ୍ୟୟ ଓ ପରିଚାଳନା ବିଭାଗର ତଥ୍ୟ ଅନୁଯାୟୀ, ଜିଲାରେ ମୋଟ୍‌ ୧୬୬.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
ପ୍ରକାଶ ଯେ, ବର୍ଷା ପାଇଁ ଅନୁଗୋଳ ଜିଲାର ପାରଦ ୧୯.୯ ତଳକୁ ଖସିଆସିଛି। ଏପରି କି ସର୍ବନିମ୍ନ ତାପମାତ୍ରା ୧୧.୬ ରହିଥିବା ରେକର୍ଡ କରାଯାଇଛି। ବର୍ଷା ସହ ଏପରି କୋହଲା ପାଗ ଯୋଗୁ ବିଭିନ୍ନ କାମରେ ଘରୁ ବାହାରିଥିବା ଲୋକେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ସେହିପରି ବର୍ଷା କାରଣରୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଖଁା ଖଁା ଦେଖାଯାଉଥିବାବେଳେ ଅଧିକାଂଶ ଦୋକାନ ବଜାର ବନ୍ଦ ରହିଛି।