ଅନୁଗୋଳରେ ମୋବାଇଲ ଅବକାରୀ ବିଭାଗର ଚଢ଼ାଉ: ୯ଶହ ଲିଟର ଦେଶୀ ମହୁଲି ଜବତ, ୨ ଗିରଫ

ଅନୁଗୋଳ ଅଫିସ,୨୨।୫: ଅନୁଗୋଳ ମୋବାଇଲ ଅବକାରୀ ବିଭାଗ ବୁଧବାର ଚଢ଼ାଉ କରି ୯ଶହ ଲିଟର ଦେଶୀ ମହୁଲି ଜବତ କରିଛି। ଜରାସିଂହାରୁ ଚୋରାରେ ଏହି ଦେଶୀ ମଦ ଚାଲାଣ ହେଉଥିବା ଜଣାପଡ଼ିଛି। ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଥିବା ଜିଲା ମୋବାଇଲ ଅବକାରୀ ଇନ୍‌ସପେକ୍ଟର କେଏସ୍‌ ତିଓ୍ବାରୀ ସୂଚନା ଦେଇଛନ୍ତି।
ସୂଚନାନୁଯାୟୀ, ଏକ ସ୍କରପିଓ(ଓଆର-୦୫-ଜେଡ୍‌- ୧୦୦୧) ଓ ସ୍କୁଟି (ଓଡି-୧୯-ଏଫ୍‌-୨୦୭୩)ରେ ଦେଶୀ ମହୁଲି ଚାଲାଣ ହେଉଥିଲା। ବିଶେଷ ସୁତ୍ରରୁ ଖବର ପାଇ ପୋଲିସ ଏହାକୁ ଜବତ କରିଛି। ଗିରଫ ହୋଇଥିବା ୨ ଅଭିଯୁକ୍ତ ହେଲେ ପରଜଙ୍ଗ ଥାନା ଅଧୀନ କନ୍ଦରସିଂହାରର କାଳିଆ ନାଏକ ଓ ଗତି ପ୍ରଧାନ। ଏହାଛଡ଼ା ଅନ୍ୟଜଣେ ଫେରାର ଥିବା ଅବକାରୀ ମୋବାଇଲ ବିଭାଗ ପକ୍ଷରୁ କୁହାଯାଇଛି।