ଅନୁଗୋଳରେ ଓସିଏ ଉପସଭାପତିଙ୍କୁ ସମ୍ବର୍ଦ୍ଧନା: ‘ଏକାଡେମୀ ଭିତ୍ତିଭୂମି ବିକାଶ ମୁଖ୍ୟ ଦାୟିତ୍ୱ’

ଅନୁଗୋଳ ଅଫିସ, ୩୦।୯: ଅନୁଗୋଳ ଟ୍ରକ ଆସୋସିଏଶନ୍‌ ପକ୍ଷରୁ ଓଡ଼ିଶା କ୍ରିକେଟ ଆସୋସିଏଶନ୍‌ର ନବନିର୍ବାଚିତ ଉପସଭାପତି ଅକ୍ଷୟ କୁମାର ସାମନ୍ତଙ୍କୁ ରବିବାର ଅପରାହ୍ନରେ ସମ୍ବର୍ଦ୍ଧିତ କରାଯାଇଛି। ଟ୍ରକ ଆସୋସିଏଶନ୍‌ ସଭାପତି ବିଭୂତି ପ୍ରସାଦ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାକୁ ସଂଗ୍ରାମ ରଞ୍ଜନ ଦାସ ପରିଚାଳନା କରିଥିଲେ। ଏହି ଅବସରରେ ସାମନ୍ତ କହିଥିଲେ ଯେ, ଭଗବାନଙ୍କ ଆଶୀର୍ବାଦରୁ ଏହି ପଦବୀ ମିଳିଛି। ଅନୁଗୋଳରେ କ୍ରିକେଟ ଏକାଡ଼େମୀ କରିବା ସହ ଏହାର ଭିତ୍ତିଭୂମି ବିକାଶ କରିବା ପାଇଁ ଉଦ୍ୟମ ଜାରି ରଖିଛି। ଅନୁଗୋଳ ସହ ଢେଙ୍କାନାଳ, ଦେବଗଡ଼, ବୌଦ୍ଧ, ସୋନପୁର ଓ କେନ୍ଦୁଝରର ପ୍ରତିଭାଙ୍କୁ ନେଇ ଏହି ଏକାଡେମୀ ଚାଲିବ ବୋଲି ସେ କହିଥିଲେ। ଏକାଡେମୀ ପାଇଁ ଆବଶ୍ୟକ ଜାଗା ନିମନ୍ତେ ସ୍ଥାନୀୟ ଜନପ୍ରତିନିଧି, ବିଧାୟକ, ଏମ୍‌ପି, ପ୍ରଶାସନ ଓ କ୍ରୀଡ଼ାପ୍ରେମୀଙ୍କ ସହଯୋଗ ଲୋଡାଯିବ। ଗ୍ରାମାଞ୍ଚଳଠାରୁ ସବୁସ୍ତରରେ ପ୍ରତିଭାଙ୍କୁ ଅନ୍ବେଷଣ କରାଯିବ। ପୂର୍ବରୁ ଅନୁଗୋଳରେ ଗୋଟିଏ ମାତ୍ର ରଣଜୀ ମ୍ୟାଚ ଖେଳାଯାଇଥିଲା। ଏହାପରେ ଆଉ ଅନୁଗୋଳରେ ସେଭଳି କୌଣସି ଜାତୀୟ ମ୍ୟାଚ ଆୟୋଜନ କରାଯାଇ ନାହିଁ। ଅନୁଗୋଳରେ ରାଜ୍ୟ ଓ ଜାତୀୟ ସ୍ତରର ମ୍ୟାଚ କରିବାକୁ ଉଦ୍ୟମ କରାଯିବ ବୋଲି ଉପସଭାପତି ସାମନ୍ତ କହିଛନ୍ତି। ସଭାରେ ଟ୍ରକ ଆସୋସିଏଶନ ସଭାପତି ଦାସଙ୍କ ସହ ଉପସଭାପତି ପ୍ରମୋଦ କୁମାର ପ୍ରଧାନ, ଅଶୋକ କୁମାର ଦଳବେହେରା, ଉପଦେଷ୍ଟା ସତ୍ୟାନନ୍ଦ ଦଳବେହେରା, ଯୁଗ୍ମ ସମ୍ପାଦକ ସଞ୍ଜୀବ କୁମାର ସ୍ବାଇଁ, ଉପେନ୍ଦ୍ର କୁମାର ସାମଲ, ଉପତ୍ଳ କୁମାର ଦାସ, ସରୋଜ କୁମାର ସାହୁ, କୋଷାଧ୍ୟକ୍ଷ ପ୍ରସନ୍ନ କୁମାର ପାଢ଼ୀଙ୍କ ସହ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri