ଅନୁଗୋଳରେ ଅଂଶୁଘାତ ମୃତ୍ୟୁ

ବନ୍ତଳା, ୧୬ା୫(ଡି.ଏନ.ଏ.): ଅନୁଗୋଳ ଜିଲା ବନ୍ତଳା ଥାନା ନୂଆଖେତା ସାରୁଆଳି ଗ୍ରାମ ନିକଟରେ ଶୁକ୍ରବାର ଅଂଶୁଘାତରେ ଜଣେ ମାଛ ବିକାଳିଙ୍କ ମୃତ୍ୟୁ ହୋଇଛି। ମୃତକ ବନ୍ତଳା ଅଞ୍ଚଳର ପ୍ରମୋଦ ସାହୁ(୪୫) ବୋଲି ଜଣାପଡିଛି। ଅପରାହ୍ନ ପ୍ରାୟ ୨ଟାରେ ସେ ମାଛ ବିକ୍ରି କରିବାକୁ ଯାଇଥିବାବେଳେ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ବନ୍ତଳା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ଭାଇ ରାମଚନ୍ଦ୍ର ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଶନିବାର ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ କହିଛି। ତେବେ ଏହା ଅଂଶୁଘାତଜନିତ ମୃତ୍ୟୁ ବୋଲି ବନ୍ତଳା ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ଘନଶ୍ୟାମ ବେହେରା କହିଛନ୍ତି।