ଅନିଶ୍ଚିତତାରେ ସିଟି ବସ୍‌ଷ୍ଟାଣ୍ଡ ପୁନଃ ନିର୍ମାଣ

ବ୍ରହ୍ମପୁର ଅଫିସ,୯ା୧୨-ବ୍ରହ୍ମପୁର ସିଟି ବସଷ୍ଟାଣ୍ଡର ମରାମତି ତଥା ପୁନଃନିର୍ମାଣ କାର୍ଯ୍ୟକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ଗତ ୨୬ ତାରିଖରେ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ବସଷ୍ଟାଣ୍ଡ ପରିସରର ବିଭିନ୍ନ ରାସ୍ତା ମରାମତି ପାଇଁ ଜେସିବି ଦ୍ୱାରା ଖୋଳାଯାଇଛି। ମାତ୍ର ଏହାର ଦୁଇ ସପ୍ତାହ ପରେ ବି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ। ଅନ୍ୟପକ୍ଷରେ ବସଷ୍ଟାଣ୍ଡ ପରିସର ମୁଖ୍ୟରାସ୍ତାରେ ଅଯଥାରେ ଖୋଳାଯାଇଥିବା ଗର୍ତ୍ତ ପୂରଣ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହେଉଛି । ପ୍ରସ୍ଥାନ ପଥରେ ଥିବା କାଓକାଚରକୁ ତରବରିଆ ଭାବେ ବିଡିଏ ଖୋଳି ଦେଇଥିବାରୁ ସେଠାରେ ଯାତ୍ରୀମାନେ ଜାଣି ନ ପାରି ପଡିଯାଇ ଆହତ ହେଉଛନ୍ତି । ଏହାସତ୍ତ୍ୱେ ବିଡିଏ ତଥା ପ୍ରଶାସନ ପକ୍ଷରୁ ମରାମତି କାର୍ଯ୍ୟ ଆରମ୍ଭ କରା ନଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଯାତ୍ରୀମାନେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି। ବସଷ୍ଟାଣ୍ଡ ତଥା ସିଟି ବସଷ୍ଟାଣ୍ଡ ପୁନଃନିର୍ମାଣ ନିମନ୍ତେ ବସଷ୍ଟାଣ୍ଡ ଦୁଇ ମାସ ପାଇଁ ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି ବିଡିଏ ପକ୍ଷରୁ ଗତ ନଭେମ୍ବର ୨୬ ତାରିଖରେ ନୋଟିସ ଜାରି କରାଯାଇଥିଲା । ହଳଦିଆପଦରରୁ ସମସ୍ତ ଘରେଇ ବସ୍‌ ଚଳାଚଳ କରିବାକୁ ଉକ୍ତ ନୋଟିସରେ ଦର୍ଶାଯାଇଥିଲା । ଗଞ୍ଜାମ ଜିଲା ଘରୋଇ ବସ ମାଲିକ ସଂଘ ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯିବା ଓ ବନ୍ଦ ଡାକରା ଦିଆଯାଇଥିଲା। ଏହାପରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରଠାରେ ଏହି ସମସ୍ୟାର ସମାଧାନ ନିମନ୍ତେ ଜତ ୨୮ ତାରିଖରେ ଏକ ବୈଠକ ହୋଇଥିଲା। ବ୍ରହ୍ମପୁର ସିଟି ବସଷ୍ଟାଣ୍ଡକୁ ଅଧା ଅଞ୍ଚଳରୁ ବସ ଚଳାଚଳ କରିବା ସହ ଆଉ ଅଧା ଅଞ୍ଚଳରେ ବିଡିଏ ପକ୍ଷରୁ ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ଉକ୍ତ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ତେବେ ଦୁଇ ସପ୍ତାହ ପରେ ବି ବିଡିଏ ପକ୍ଷରୁ ମରାମତି କାର୍ଯ୍ୟ ଆରମ୍ଭ କରାଯାଇ ନ ଥିବା ବସ ମାଲିକ ସଂଘ ପକ୍ଷରୁ ଅଭିଯୋଗ ହୋଇଛି ା ବୈଠକରେ ନିଷ୍ପତ୍ତି ପ୍ରକାରେ ବସ ମାଲିକ ସଂଘ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯାଉଛି ା ବସଷ୍ଟାଣ୍ଡରେ ପ୍ରତ୍ୟେକ ବସ ମାତ୍ର ଅଧଘଣ୍ଟାଏ ପାଇଁ ରହି ଗନ୍ତବ୍ୟସ୍ଥଳକୁ ଯାଉଛି ା ଏପରିକି ରାତ୍ରି ସମୟରେ ବସଷ୍ଟାଣ୍ଡ ପରିସରରେ କୌଣସି ଘରୋଇ ବସ ରହୁନାହିଁ। ଏହାସତ୍ତ୍ୱେ ବିଡିଏ ପକ୍ଷରୁ ମରାମତି କାର୍ଯ୍ୟ ଓ ଖୋଳାଯାଇଥିବା ଗର୍ତ୍ତ ପୂରଣ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବା ବସ ମାଲିକ ସଂଘର ସଧାରଣ ସମ୍ପାଦକ ସୁବାସ ଚନ୍ଦ୍ର ପଟ୍ଟନାୟକ କହିଛନ୍ତି ା ବସ ମାଲିକଙ୍କ ବନ୍ଦ ପାଳନ ବେଳେ ବିଡିଏ ତଥା ପ୍ରଶାସନ ଜିଦ କରି ବସଷ୍ଟାଣ୍ଡ ପ୍ରସ୍ଥାନ ପଥ ସମେତ ବସଷ୍ଟାଣ୍ଡ ପରିସରର ବିଭିନ୍ନ ରାସ୍ତାରେ ଗଭୀର ଗର୍ତ୍ତ କରିଥିଲା ା କିନ୍ତୁ ବୈଠକରେ ସିଟି ବସଷ୍ଟାଣ୍ଡର ଅଧା ଅଞ୍ଚଳରୁ ବସ ଚଳାଚଳ ନେଇ ନିଷ୍ପତ୍ତି ପରେ ମଧ୍ୟ ଖୋଳା ଯାଇଥିବା ରାସ୍ତାର ମରାମତି ତଥା ଗର୍ତ୍ତ ପୂରଣ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନଥିବା ସାଧାରଣ ସମ୍ପାଦକ ଅଭିଯୋଗ କରିଛନ୍ତି ା ତୁରନ୍ତ ମରାମତି କାର୍ଯ୍ୟ ଆରମ୍ଭ କରିବା ସହ ଗର୍ତ୍ତ ପୂରଣ ଦିଗରେ ପଦକ୍ଷେପ ନେବାକୁ ବସ ମାଲିକ ସଂଘ ଦାବି କରିଛି ା
ନଚେତ ଆଗାମୀ ଦିନରେ ପୁଣି ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସାଧାରଣ ସମ୍ପାଦକ ଚେତାବନୀ ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ଭାଣିଜୀଙ୍କୁ ମାରିଦେଲେ ମାଇଁ! ପାଇଖାନାରୁ ମିଳିଲା…

ଜଗନ୍ନାଥପ୍ରସାଦ,୯।୪(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମ ଲକ୍ଷ୍ମଣ ପଲ୍ଲୀ ଗ୍ରାମର ଗଣେଶ ମହାରଣାଙ୍କ ବାରିପଟେ ଥିବା ଅସ୍ଥାୟୀ ପାଇଖାନା ଭିତରୁ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri