ଅନାସ୍ଥାରେ ପଦ ହରାଇଲେ ଅଧ୍ୟକ୍ଷା

ବାଲିଗୁଡା,୨୭ା୨(ଡି.ଏନ୍‌.ଏ.) – ବାଲିଗୁଡା ଏନ୍‌ଏସି ଅଧ୍ୟକ୍ଷା ମମତା ବେହେରା ଅନାସ୍ଥାରେ ପଦ ହରାଇଛନ୍ତି। ବୁଧବାର ପୂର୍ବାହ୍ନ ୧୧ଟାରେ ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ଅନାସ୍ଥା ପ୍ରସ୍ତାବକୁ ନେଇ ଭୋଟ ହୋଇଥିଲା। ବାଲିଗୁଡା ଉପଜିଲାପାଳ ଦେବେନ୍ଦ୍ର ନନ୍ଦ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଜୟଦେବ ଷଡଙ୍ଗୀ, ଅତିରିକ୍ତ ଜିଲାପାଳ ହଳଧର ନାୟକ ଓ ବରିଷ୍ଠ କିରାଣି ଅରୁଣ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଏନ୍‌ଏସିର ୧୩ କାଉନ୍‌ସିଲରଙ୍କ ମଧ୍ୟରୁ ୧୧ ଜଣ ଉପସ୍ଥିତ ରହି ଭୋଟଦାନରେ ଭାଗ ନେଇଥିଲେ। ଭୋଟ ବାକ୍ସ ଖୋଲିବା ପରେ ମୋଟ ୧୧ଟି ଭୋଟ ଅଧ୍ୟକ୍ଷା ମମତା ବେହେରାଙ୍କ ବିପକ୍ଷରେ ପଡିଥିବା ଜଣାପଡିଥିଲା। ୧୩ ଜଣ କାଉନ୍‌ସିଲରଙ୍କ ମଧ୍ୟରୁ ୧୨ନଂ. ଓ୍ବାର୍ଡ କାଉନ୍‌ସିଲର ଶିରିଶ ପ୍ରଧାନ ଓ ଅଧ୍ୟକ୍ଷା ମମତା ବେହେରା ଅନୁପସ୍ଥିତ ରହିଥିଲେ। ୧୧ ଜଣ କାଉନ୍‌ସିଲରଙ୍କ ମଧ୍ୟରେ ବିଜେଡି, କଂଗ୍ରେସ ଓ ଭାଜପାର କାଉନ୍‌ସିଲରମାନେ ଥିଲେ। ସମସ୍ତେ ଏକାଠିହୋଇ ଅଧ୍ୟକ୍ଷା ହଟାଓ ଅଭିଯାନ ଚଳାଇଥିବାବେଳେ ଏଥିରେ ସଫଳ ହୋଇଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନାଯୋଗ୍ୟ ଯେ, ପୂର୍ବରୁ ବିଜେଡିର ୭ଜଣ କାଉନ୍‌ସିଲର ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ମାତ୍ର ଭୋଟ ସମୟରେ ମମତା ହାଇକୋର୍ଟରୁ ରହିତାଦେଶ ଆଣି ପଦ ବଞ୍ଚାଇବାରେ ସକ୍ଷମ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ପ୍ରତିଶ୍ରୁତି ରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ ବିଡିଓ: ଉଠା ଦୋକାନୀଙ୍କୁ ମିଳିବ ନ୍ୟାୟ

ଦାରିଙ୍ଗବାଡି,୧୪।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିରେ ଉଠା ଦୋକାନୀଙ୍କ ତହସିଲ କାର୍ଯ୍ୟାଳୟ ଘେରାଉ ଘଟଣା ପରେ ସ୍ଥାନୀୟ ପ୍ରଶାସନ ଥଇଥାନ ପାଇଁ ପଦକ୍ଷେପ ଜୋରଦାର ଆରମ୍ଭ ହୋଇଯାଇଛି।…

ନିଶାମୁକ୍ତ ହେବ ସୋନପୁର ଅଞ୍ଚଳ: ବସିଲା ବୈଠକ, ଏକାଠି ହେଲେ ମହିଳା ସଂଗଠନ, ଦେଲେ ଚେତାବନୀ

ଦାରିଙ୍ଗବାଡି, ୧୩।୨ (ଅରୁଣ ସାହୁ): ଦିନକୁ ଦିନ ଚୋରାମଦ କାରବାର ବୃଦ୍ଧି ପାଉଛି ।  ଅବାଧରେ ବିକ୍ରିବଟା ମଧ୍ୟ ଚାଲିଛି । ଏହି ବ୍ୟବସାୟ କରୁଥିବା ଲୋକଙ୍କ…

ତାତିଲେ ଉଠା ଦୋକାନୀ, ଘେରିଲେ ତହସିଲ କାର୍ଯ୍ୟାଳୟ: ପ୍ରତିଶ୍ରୁତି ଦେଲା ପ୍ରଶାସନ

ଦାରିଙ୍ଗବାଡି, ୧୩।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଯାଇଥିବା ୫୯ନଂ ଜାତୀୟ ରାଜପଥ କଡ଼ରେ ଉଠା ଦୋକାନୀଙ୍କୁ ଜବରଦଖଲ ଉଚ୍ଛେଦ କରାଯାଇଛି। କିନ୍ତୁ ସମସ୍ତ ଉଠା…

୨୦୨୬ବଜେଟ ଉପସ୍ଥାପନା ସହ ଭାଜପାର ସମର୍ପଣ ଦିବସ ପାଳିତ, ସରକାରଙ୍କ ଭିବି-ଜି-ରାମଜୀ ଯୋଜନା ସମ୍ପର୍କରେ ଆଲୋଚନା

ଦାରିଙ୍ଗବାଡି, ୧୨।୨ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କିରିକୁଟି ପଞ୍ଚାୟତ ଭାଜପାର ଶକ୍ତିକେନ୍ଦ୍ର ଠାରେ ଚଳିତ ବଜେଟ ଉପସ୍ଥାପନା ଏବଂ ଭାଜପାର ସମର୍ପଣ ଦିବସ ପାଳିତ…

ଓ୍ବାଶିଂ ମେଶିନରେ ନିଆଁ ଲାଗି ୨ ମହଲାକୁ ବ୍ୟାପିଲା, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଦାରିଙ୍ଗବାଡ଼ି,୧୨ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ବଜାରରେ ଏକ ୩ ମହଲା କୋଠାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି କ୍ଷୟ ହୋଇଥିବା ଜଣାପଡ଼ିଛି।…

ଷ୍ଟ୍ରବେରୀ ତୋଳିଲେ ଉପମୁଖ୍ୟମନ୍ତ୍ରୀ, ସ୍ବୟଂ ସହାୟିକା ଗୋଷ୍ଠୀର ପ୍ରୟାସକୁ ପ୍ରଶଂସା କରି କହିଲେ…

ଦାରିଙ୍ଗବାଡ଼ି,୧୧ା୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡି ଅଞ୍ଚଳ ଏକ ପର୍ଯ୍ୟଟନକ୍ଷେତ୍ର ଭାବେ ଦେଶ ଓ ଦେଶ ବାହାରେ ପରିଚିତ। ପୂର୍ବରୁ ଜୈବିକ ପଦ୍ଧତିରେ ଚାଷ ହୋଇଥିବା କଫି…

ଓଡିଶାର କଶ୍ମୀର ବୁଲିଲେ ଉପମୁଖ୍ୟମନ୍ତ୍ରୀ: ବଡ଼ଧରଣର ଘୋଷଣାକୁ ଅପେକ୍ଷା

ଦାରିଙ୍ଗବାଡି, ୧୦।୨ (ଅରୁଣ ସାହୁ ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଗସ୍ତରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା ଗସ୍ତ କରିଛନ୍ତି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri