ମହଙ୍ଗା ପଡ଼ିଲା ଦ୍ୱିତୀୟ ବିବାହ: ବାହାବେଦିରୁ ଥାନାକୁ ଗଲେ ବର

କଟକ ଅଫିସ,୨୭ା୨: ୩ ବର୍ଷ ତଳେ ପାଠ ପଢାଉଥିବାବେଳେ ନିଜ ଛାତ୍ରୀଙ୍କ ପ୍ରେମରେ ପଡ଼ିଥିଲେ। ପରେ ତାଙ୍କୁ କୋର୍ଟରେ ବିବାହ କରିଥିଲେ। ଉଭୟଙ୍କୁ ସ୍ବାମୀ-ସ୍ତ୍ରୀ ଭାବେ ଆଇନର ସ୍ବୀକୃତି ମିଳିଥିଲା। ତେବେ ସ୍ତ୍ରୀଙ୍କୁ ନିଜ ଘରକୁ ନେଇ ନ ଥିଲେ କି ବିବାହ କରିଥିବା କଥା କାହାକୁ ଜଣାଇ ନ ଥିଲେ। ବରଂ ଏଭଳି ସ୍ଥିତିରେ ସେ ପୁଣି ଦ୍ୱିତୀୟ ବିବାହ ପାଇଁ ବେଦିରେ ବସିଥିଲେ। ଏହି ଖବର ପାଇ ପୋଲିସ ସହିତ ବାହାବେଦି ନିକଟରେ ପହଞ୍ଚିଥିଲେ ପ୍ରଥମ ସ୍ତ୍ରୀ। ତାଙ୍କ ଅଭିଯୋଗ କ୍ରମେ ବେଦିରୁ ବର ଅର୍ଥାତ୍‌ ପ୍ରିୟରଞ୍ଜନ ପତିଙ୍କୁ ପୋଲିସ ଉଠାଇ ଥାନାକୁ ନେଇଯାଇଛି। ଚାଉଳିଆଗଞ୍ଜ ଅଞ୍ଚଳରେ ବୁଧବାର ଏହି ଘଟଣା ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ, ପ୍ରିୟରଞ୍ଜନ(୨୮)ଙ୍କ ଘର ବିଡ଼ାନାସୀ ଥାନା ଅନ୍ତର୍ଗତ ଦେଉଳସାହି ଅଞ୍ଚଳରେ ହୋଇଥିବାବେଳେ ସେ ଖପୁରିଆସ୍ଥିତ ସରକାରୀ ଆଇଟିଆଇରେ ଅଧ୍ୟାପକ ଭାବେ ଚାକିରି କରନ୍ତି। ପାଠ ପଢାଇବା ଭିତରେ ୨୦୧୭ ମସିହାରେ ଆଇଟିଆଇର ଜଣେ ଛାତ୍ରୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା। ସମ୍ପୃକ୍ତା ଛାତ୍ରୀଙ୍କ ଘର ବୟାଳିଶ ମୌଜା ଅନ୍ତର୍ଗତ ଝିଙ୍କିରିଆ ଅଞ୍ଚଳରେ। ପ୍ରିୟରଞ୍ଜନଙ୍କୁ ଛାତ୍ରୀ ଜଣକ ବିବାହ ପ୍ରସ୍ତାବ ଦେଇଥିଲେ। ହେଲେ ବାହାଘର ପାଇଁ ଘରଲୋକେ ରାଜି ନ ଥିବା ସେ କହିଥିଲେ। ମାତ୍ର ଛାତ୍ରୀ ଜଣକ ତାଙ୍କୁ ବିବାହ କରିବା ପାଇଁ ଜିଦ୍‌ ଧରିିଥିଲେ। ଶେଷରେ ୨୦୧୭ ମସିହା ଜୁନ ୨୦ ତାରିଖରେ ଉଭୟ କୋର୍ଟରେ ବିବାହ କରିଥିଲେ। ତେବେ ଏ ବିଷୟରେ କେହି ନିଜ ପରିବାରକୁ ଜଣାଇ ନ ଥିଲେ। ବିବାହ ପରେ ଦୁହେଁ ଅଲଗା ରହୁଥିଲେ। ପ୍ରିୟରଞ୍ଜନ ପରିବାର ଲୋକଙ୍କୁ ରାଜି କରାଇ ତାଙ୍କୁ ଘରକୁ ନେଇଯିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ଗତ ଦୁଇ ତିନି ମାସ ହେବ ସ୍ତ୍ରୀଙ୍କଠାରୁ ପ୍ରିୟରଞ୍ଜନ ସମ୍ପୂର୍ଣ୍ଣ ଭାବେ ଦୂରେଇ ଯାଇଥିଲେ। ଅନ୍ୟପକ୍ଷରେ ପ୍ରିୟରଞ୍ଜନଙ୍କ ବାହାଘର ପାଇଁ ପରିବାରଲୋକେ ବିଭିନ୍ନ ସ୍ଥାନରେ ପ୍ରସ୍ତାବ ଖୋଜିଥିଲେ। ପ୍ରସ୍ତାବ ଠିକ୍‌ ହେବା ପରେ ବୁଧବାର ଚାଉଳିଆଗଞ୍ଜ ଅଞ୍ଚଳରେ ତାଙ୍କର ବିବାହ ହେଉଥିଲା। ତାଙ୍କର ପ୍ରଥମ ସ୍ତ୍ରୀ ଏହି ଖବର ପାଇ ଜିଲା ଆଇନ ସେବା ପ୍ରାଧିକରଣ କର୍ତ୍ତୃପକ୍ଷଙ୍କୁ ଜଣାଇବା ସହ ନିଜର ବିବାହ ପଞ୍ଜୀକରଣ ସାର୍ଟିଫିକେଟ ଦେଖାଇଥିଲେ। ଆଇନସେବା ପ୍ରାଧିକରଣର ପିଏଲ୍‌ଭି ଶର୍ମିଷ୍ଠାରାଣୀ ନନ୍ଦ ଉକ୍ତ ମହିଳାଙ୍କୁ ଚାଉଳିଆଗଞ୍ଜ ଥାନାକୁ ନେଇ ଘଟଣା ବିଷୟରେ ପୋଲିସକୁ ଜଣାଇଥିଲେ। ଏଥିସହିତ ଏକ ଏତଲା ମଧ୍ୟ ଦେଇଥିଲେ। ପୋଲିସ ଆଇପିସି ୪୯୪, ୪ ଡିପି ଆକ୍ଟରେ ଏକ ମାମଲା ରୁଜୁ କରି ସନ୍ଧ୍ୟା ପ୍ରାୟ ୬ଟା ବେଳେ ମହାନଦୀ ବିହାରସ୍ଥିତ ସେଲିବ୍ରେସନ ମଣ୍ଡପରେ ଚଢାଉ କରିଥିଲା। ଆଉ ବେଦିରୁ ବରକୁ ଉଠାଇ ଆଣିଥିଲା। ଫଳରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ପ୍ରିୟରଞ୍ଜନ ପ୍ରଥମ ବିବାହ କରିଥିବା କଥା ଝିଅଘର ଜାଣି ନ ଥିବା କହିଥିଲେ। ପୋଲିସ ପ୍ରିୟରଞ୍ଜନଙ୍କୁ ଥାନାରେ ଅଟକ ରଖି ପଚରାଉଚୁୁରା କରିବା ପରେ ଗିରଫ କରିଛି। ଗୁରୁବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

ଭାଜପାରେ ଯୋଗ ଦେଲେ ହିନ୍ଦୋଳ ବିଧାୟିକା ସୀମା ନାୟକ

ଭୁବନେଶ୍ୱର,୨୩।୪: ଭାଜପାରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକ। ଗତକାଲି ରାତିରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri