Posted inଜାତୀୟ

ଅନଶନରେ ବସିଥିବା ଡାକ୍ତରଙ୍କୁ ୪ଘଣ୍ଟା ଭିତରେ କାର୍ଯ୍ୟରେ ଯୋଗ ଦେବାକୁ କହିଲେ ମମତା

କୋଲକତା,୧୩।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ଅନଶନରେ ବସିଥିବା ଡାକ୍ତରଙ୍କୁ ୪ ଘଣ୍ଟା ମଧ୍ୟରେ କାର୍ଯ୍ୟରେ ଯୋଗ ଦେବାକୁ କହିଛନ୍ତି। ନଚେତ୍‌ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମମତା ଗୁରୁବାର ଏସ୍‌ଏସ୍‌କେଏମ୍‌ ସରକାରୀ ହସ୍ପିଟାଲରେ ପହଞ୍ଚିବା ପରେ ସେଠାରେ ଅନଶନରେ ବସିଥିବା ଡାକ୍ତରଙ୍କୁ ଉଠାଇବାକୁ ପୋଲିସକୁ କହିଥିଲେ। ଏହାସହ ହସ୍ପିଟାଲ ପରିସରରେ ରୋଗୀଙ୍କ ବ୍ୟତୀତ ଯେମିତି ଆଉ କେହି ଦେଖା ନ ଯାଆନ୍ତି ବୋଲି ପୋଲିସକୁ କହିଥିଲେ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦାୟିତ୍ୱ ମମତାଙ୍କ ହାତରେ ଥିବା ବେଳେ ଡାକ୍ତରଙ୍କର ଏପରି ଅନଶନ ବିରୋଧିଙ୍କ ଚାଲ୍‌ ବୋଲି ସେ କହିଛନ୍ତି। ତାଙ୍କ ମତରେ ସିପିଆଇ(ଏମ୍‌) ଓ ଭାଜପାର ପ୍ରରୋଚନାରେ ଡାକ୍ତରମାନେ ଏହି ଅନଶନ କରିଛନ୍ତି। ସୂଚନାଯୋଗ୍ୟ,ଏଠାକାର ଜୁନିୟର ଡାକ୍ତରମାନେ ଗତ ମଙ୍ଗଳବାର ରାତିରୁ ବିଭିନ୍ନ ଦାବି ନେଇ ଅନଶନରେ ବସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

ଗୁଗୁଲ ସର୍ଚ୍ଚର ସମସ୍ତ ରେକର୍ଡ ଭାଙ୍ଗିଲା ଉତ୍ତରାଧିକାର ଟ୍ୟାକ୍ସ, ସାମ ପିଟ୍ରୋଡାଙ୍କୁ ବି କରିଛନ୍ତି ଖୁବ ସର୍ଚ୍ଚ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ, ଭାରତୀୟ ବିଦେଶ କଂଗ୍ରେସ ସଭାପତି ସାମ ପିଟ୍ରୋଡାଙ୍କ ଉତ୍ତରାଧିକାର ଟ୍ୟାକ୍ସ ସମ୍ପର୍କରେ ଦେଇଥିବା ବିବୃତ୍ତି ଉପରେ ରାଜନୀତି ବନ୍ଦ ହେଉନାହିଁ। ଗୁରୁବାର (ଏପ୍ରିଲ...

‘କାନ ଖୋଲି ଶୁଣି ନିଅ, ଯେପର୍ଯ୍ୟନ୍ତ ମୋଦି ବଞ୍ଚିଛନ୍ତି’

ନୂଆଦିଲ୍ଲୀ,୨୫ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ଶୁକ୍ରବାର ଉତ୍ତରପ୍ରଦେଶର ୮ଟି ଆସନରେ ଅନୁଷ୍ଠିତ ହେବ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ...

ସମସ୍ତ ମୁସଲମାନଙ୍କୁ ଓବିସି ବର୍ଗରେ ସାମିଲ କରିବାକୁ ନେଇ କର୍ନାଟକ ସରକାରଙ୍କ ବୟାନରେ ସନ୍ତୁଷ୍ଟ ନୁହେଁ ଏନସିବିସି

ବେଙ୍ଗାଲୁରୁ,୨୫।୪: ନ୍ୟାସନାଲ କମିଶନ ଫର ବ୍ୟାକଓ୍ବାର୍ଡ କ୍ଲାସେସ (ଏନସିବିସି) ସଂରକ୍ଷଣ ସୁବିଧା ଯୋଗାଇବା ପାଇଁ କର୍ନାଟକର ସମସ୍ତ ମୁସଲମାନ ସମ୍ପ୍ରଦାୟକୁ ଓବିସି ବର୍ଗରେ ଅନ୍ତର୍ଭୁକ୍ତ କରିବାକୁ...

୨୦୨୪ ହେବାକୁ ଯାଉଛି ବିଶ୍ୱର ସବୁଠାରୁ ମହଙ୍ଗା ଇଲେକ୍ସନ, ୨୦୧୯ ତୁଳନାରେ ଖର୍ଚ୍ଚ ହେଉଛି ୨ ଗୁଣା ଅଧିକ

ନୂଆଦିଲ୍ଲୀ,୨୫।୪: ଲୋକ ସଭା ନିର୍ବାଚନ ୨୦୨୪ ପୂର୍ବ ରେକର୍ଡ ଭାଙ୍ଗିବା ଏବଂ ବିଶ୍ୱର ସବୁଠାରୁ ମହଙ୍ଗା ର୍ନିବାଚନ ଇଭେଣ୍ଟ ହେବାକୁ ଯାଉଛି। ଏନଜିଓ ସେଣ୍ଟର ଫର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri