ଅନଲାଇନରେ ଖଗେଶ୍ୱର ଶେଠ୍‌ ଜୟନ୍ତୀ ପାଳିତ

ବିଜେପୁର, ୨୬।୪(ଡି.ଏନ.ଏ.): କୋଭିଡ-୧୯ ପାଇଁ ଲକ୍‌ଡାଉନ ଜାରି ରହିଥିବାରୁ ବରଗଡ ଜିଲା ବିଜେପୁର ଖଗେଶ୍ୱର ସାହିତ୍ୟ କଳା ପରିଷଦ ପକ୍ଷରୁ ସମସ୍ତ ସଦସ୍ୟ ନିଜ ନିଜ ଘରେ ରହି ଅନ୍‌ଲାଇନରେ ସାହିତ୍ୟପ୍ରାଣ ଖଗେଶ୍ୱର ଶେଠଙ୍କ ୧୧୫ତମ ଜୟନ୍ତୀ ରବିବାର ପାଳନ କରିଛନ୍ତି। ତାଳପଦରସ୍ଥିତ ସୋମନାଥ ପଧାନଙ୍କ ବାସଭବନରେ କବିଙ୍କ ତୈଳଚିତ୍ରରେପୁଷ୍ପମାଲ୍ୟ ଅର୍ପଣ କରାଯାଇ ଜୟନ୍ତୀ ଉତ୍ସବକୁ ଉଦ୍‌ଘାଟନ କରାଯାଇଥିଲା। ପରେ କଣ୍ଠଶିଳ୍ପୀ ଅଜିତ ପାଣିଗ୍ରାହୀ କବିଙ୍କ ମାନବବାଦୀ କବିତା ପରିବେଷଣ କରିଥିଲେ। ଖଗେଶ୍ୱର ସାହିତ୍ୟ କଳା ପରିଷଦ ସଭାପତି ମୋହନ ସିଂ କହ୍ନେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭେଡେନ ମନୋହର ସାଂସ୍କୃତିକ ସଂସଦ ସଭାପତି ଉତ୍ପନ୍ନ କୁମାର ଭୋଇ ଭିତ୍ତି ପ୍ରବନ୍ଧ ପାଠ କରିଥିଲେ। ସ୍ତମ୍ଭକାର କିଶୋର ମେହେର, ଅଧ୍ୟାପକ ପ୍ରକାଶ ସେଠ, ଡ. ଶ୍ୟାମସୁନ୍ଦର ଧର, ସ୍ତମ୍ଭକାର ପ୍ରିତିଶ ଆଚାର୍ଯ୍ୟ, ନାଟ୍ୟକାର କେଶରଞ୍ଜନ ପ୍ରଧାନ, ଡ. ରବୀନ୍ଦ୍ର ଗଡତିଆ ପ୍ରମୁଖ କବିଙ୍କ ସାହିତ୍ୟ କୃତ୍ତି ଉପରେ ଆଲୋଚନା କରିଥିଲେ। କବିଙ୍କ ଆଚରଣ ଓ ଉଚ୍ଚାରଣରେ ଫରକ୍‌ ନ ଥିଲା। ସାଧାରଣ ଲୋକଙ୍କ ପାଇଁ ଯେଉଁଠି ସେ ଅନ୍ୟାୟ, ଦୁର୍ନୀତି, ଭ୍ରଷ୍ଟାଚାର ଦେଖିଛନ୍ତି ତାକୁ ଅତି ନୁଖୁଣ ଭାବେ ଚିତ୍ରଣ କରି ତାର ପ୍ରତିବାଦ କରିଛନ୍ତି । ତେଣୁ ଶେଠ ଥିଲେ ବାସ୍ତବରେ ଜଣେ ଦରଦି ଋଷିକବି ବୋଲି ଆଲୋଚକଗଣ ମତପ୍ରକାଶ କରିଥିଲେ। ପଦ୍ମଶ୍ରୀ ଡ. ହଳଧର ନାଗ, ବ୍ୟଙ୍ଗକବି ମନୋରଞ୍ଜନ ସାହୁ, ସାହିତ୍ୟକ ଡ. ମାନଭଞ୍ଜନ ପ୍ରଧାନ ଅତିଥିଭାବେ ନିଜର ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର, ଦିଲୀପ କୁମାର ଦେବତା, ହୃଦମଣି ସାହୁ, ରାଜେଶ୍ୱର ବେହେରା, ଜିତେନ୍ଦ୍ରୀୟ ମେହେର, କବି ଅହଲ୍ୟା ପଧାନ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ଅନଲାଇନ କାର୍ଯ୍ୟକ୍ରମର ଭିଡିଓକୁ ପରେ ୟୁଟ୍ୟୁବରେ ଅପଲୋଡ କରାଯାଇଛି। ଯୁବକବି ଦେବାଶିଷ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri