ଅନଲାଇନରେ ଖଗେଶ୍ୱର ଶେଠ୍‌ ଜୟନ୍ତୀ ପାଳିତ

ବିଜେପୁର, ୨୬।୪(ଡି.ଏନ.ଏ.): କୋଭିଡ-୧୯ ପାଇଁ ଲକ୍‌ଡାଉନ ଜାରି ରହିଥିବାରୁ ବରଗଡ ଜିଲା ବିଜେପୁର ଖଗେଶ୍ୱର ସାହିତ୍ୟ କଳା ପରିଷଦ ପକ୍ଷରୁ ସମସ୍ତ ସଦସ୍ୟ ନିଜ ନିଜ ଘରେ ରହି ଅନ୍‌ଲାଇନରେ ସାହିତ୍ୟପ୍ରାଣ ଖଗେଶ୍ୱର ଶେଠଙ୍କ ୧୧୫ତମ ଜୟନ୍ତୀ ରବିବାର ପାଳନ କରିଛନ୍ତି। ତାଳପଦରସ୍ଥିତ ସୋମନାଥ ପଧାନଙ୍କ ବାସଭବନରେ କବିଙ୍କ ତୈଳଚିତ୍ରରେପୁଷ୍ପମାଲ୍ୟ ଅର୍ପଣ କରାଯାଇ ଜୟନ୍ତୀ ଉତ୍ସବକୁ ଉଦ୍‌ଘାଟନ କରାଯାଇଥିଲା। ପରେ କଣ୍ଠଶିଳ୍ପୀ ଅଜିତ ପାଣିଗ୍ରାହୀ କବିଙ୍କ ମାନବବାଦୀ କବିତା ପରିବେଷଣ କରିଥିଲେ। ଖଗେଶ୍ୱର ସାହିତ୍ୟ କଳା ପରିଷଦ ସଭାପତି ମୋହନ ସିଂ କହ୍ନେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭେଡେନ ମନୋହର ସାଂସ୍କୃତିକ ସଂସଦ ସଭାପତି ଉତ୍ପନ୍ନ କୁମାର ଭୋଇ ଭିତ୍ତି ପ୍ରବନ୍ଧ ପାଠ କରିଥିଲେ। ସ୍ତମ୍ଭକାର କିଶୋର ମେହେର, ଅଧ୍ୟାପକ ପ୍ରକାଶ ସେଠ, ଡ. ଶ୍ୟାମସୁନ୍ଦର ଧର, ସ୍ତମ୍ଭକାର ପ୍ରିତିଶ ଆଚାର୍ଯ୍ୟ, ନାଟ୍ୟକାର କେଶରଞ୍ଜନ ପ୍ରଧାନ, ଡ. ରବୀନ୍ଦ୍ର ଗଡତିଆ ପ୍ରମୁଖ କବିଙ୍କ ସାହିତ୍ୟ କୃତ୍ତି ଉପରେ ଆଲୋଚନା କରିଥିଲେ। କବିଙ୍କ ଆଚରଣ ଓ ଉଚ୍ଚାରଣରେ ଫରକ୍‌ ନ ଥିଲା। ସାଧାରଣ ଲୋକଙ୍କ ପାଇଁ ଯେଉଁଠି ସେ ଅନ୍ୟାୟ, ଦୁର୍ନୀତି, ଭ୍ରଷ୍ଟାଚାର ଦେଖିଛନ୍ତି ତାକୁ ଅତି ନୁଖୁଣ ଭାବେ ଚିତ୍ରଣ କରି ତାର ପ୍ରତିବାଦ କରିଛନ୍ତି । ତେଣୁ ଶେଠ ଥିଲେ ବାସ୍ତବରେ ଜଣେ ଦରଦି ଋଷିକବି ବୋଲି ଆଲୋଚକଗଣ ମତପ୍ରକାଶ କରିଥିଲେ। ପଦ୍ମଶ୍ରୀ ଡ. ହଳଧର ନାଗ, ବ୍ୟଙ୍ଗକବି ମନୋରଞ୍ଜନ ସାହୁ, ସାହିତ୍ୟକ ଡ. ମାନଭଞ୍ଜନ ପ୍ରଧାନ ଅତିଥିଭାବେ ନିଜର ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର, ଦିଲୀପ କୁମାର ଦେବତା, ହୃଦମଣି ସାହୁ, ରାଜେଶ୍ୱର ବେହେରା, ଜିତେନ୍ଦ୍ରୀୟ ମେହେର, କବି ଅହଲ୍ୟା ପଧାନ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ଅନଲାଇନ କାର୍ଯ୍ୟକ୍ରମର ଭିଡିଓକୁ ପରେ ୟୁଟ୍ୟୁବରେ ଅପଲୋଡ କରାଯାଇଛି। ଯୁବକବି ଦେବାଶିଷ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri