Categories: ଜାତୀୟ

ଅନନ୍ତନାଗରେ ସର୍ଚ୍ଚ ଅପରେଶନ୍‌: ୪ ଆତଙ୍କବାଦୀ ମୃତ

ଶ୍ରୀନଗର,୧୫।୩: ଜମ୍ମୁ-କଶ୍ମୀରରେ ମିଳିତ ସୁରକ୍ଷାକର୍ମୀଙ୍କୁ ସର୍ଚ୍ଚ ଅପରେଶନରେ ବଡ଼ ସଫଳତା ମିଳିଛି। ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲାରେ ହୋଇଥିବା ଏହି ସର୍ଚ୍ଚ ଅପରେଶନ୍‌ରେ ୪ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଦିଆଲଗାମ୍‌ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ ଏସ୍‌ଓଜି, ୧୬୪ ସିଆର୍‌ପିଏଫ୍‌, ୪୦ ସିଆର୍‌ପିଏଫ୍‌ ଏବଂ ୧୯ ଆର୍‌ଆର୍‌ ଯବାନଙ୍କ ପକ୍ଷରୁ ମିଳିତ ଭାବେ ଘେରାବନ୍ଦୀ ଆରମ୍ଭ ହୋଇଥିଲା। ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ଲାଗି ସତର୍କ ସୂଚନା ଦିଆଯାଇଥିଲା। ତେବେ ସେମାନେ ସୁରକ୍ଷାକର୍ମୀଙ୍କ ଉପରକୁ ପ୍ରଥମେ ଗୁଳିଚାଳନା କରିଥିଲେ। ଏହାର ଜବାବରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା।

Share