ଅଧିକ ସମୟ ବଜେଟ ଭାଷଣ ପଢ଼ି ରେକର୍ଡ କଲେ ସୀତାରମଣ

ନୂଆଦିଲ୍ଲୀ,୧।୨: ଚଳିତ ୨୦୨୦-୨୧ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୭୩ ବର୍ଷର ରେକର୍ଡ ଭାଙ୍ଗିଛନ୍ତି। ସେ ଦୀର୍ଘ ୨ ଘଣ୍ଟା ୪୧ ମିନିଟ୍‌ର ବଜେଟ ଭାଷଣ ପଢ଼ି ଏହି ରେକର୍ଡ କରିଛନ୍ତି। ଗତ ୭୩ ବର୍ଷ ମଧ୍ୟରେ ସଂସଦରେ ୯୧ ଥର ବଜେଟ ଉପସ୍ଥାପନ ହୋଇଛି। ଏହା ପୂର୍ବରୁ ଅର୍ଥମନ୍ତ୍ରୀ ଯଶବନ୍ତ ସିଂ ୧୭ ବର୍ଷ ତଳେ ୨୦୦୩ରେ ୨ ଘଣ୍ଟା ୧୩ ମିନିଟ୍‌ ବଜେଟ ଭାଷଣ ଦେଇଥିଲେ। ତେବେ ଶରୀର ଅସୁସ୍ଥ କାରଣରୁ ସୀତାରମଣ ବଜେଟର ଶେଷ୨ ପୃଷ୍ଠା ପଢ଼ିପାରି ନ ନାହାଁନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରେ ସୀତାରମଣ ହେଉଛନ୍ତି ଦ୍ୱିତୀୟ ମହିଳା ଅର୍ଥମନ୍ତ୍ରୀ। ସୀତାରମଣ ଦ୍ୱିତୀୟ ଥର ପାଇଁ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି।

Share