ଅଧିକ ସମୟ ଖେଳିବାକୁ ନେଇ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ଆଣ୍ଠେଇଦେଲେ ନବମ ଶ୍ରେଣୀ ଛାତ୍ର, ଭିଡିଓ ଭାଇରାଲ ପରେ…

ଉଦଳା ,୨୮।୨(ସନ୍ତୋଷ କୁମାର ବାଛିନୀ), ହଷ୍ଟେଲରେ ସୀମା ଟପିଲେ ବଡ଼ ଶ୍ରେଣୀର ଛାତ୍ର। ତଳ ଶ୍ରେଣୀ ଛାତ୍ରଙ୍କୁ କରିଲେ ରାଗିଙ୍ଗ୍‌ । ଖେଳ ସମୟରେ ହଷ୍ଟେଲର ୩ ଜଣ ସପ୍ତମ ଶ୍ରେଣୀ ଛାତ୍ର ହଷ୍ଟେଲ ପଛ ପାଖରେ ଖେଳୁଥିବାରୁ ତାଙ୍କ ଉପରେ ନିର୍ଯାତନା ହୋଇଛି। ଏଭଳି ଘଟଣା ଘଟିଛି ଖୁଣ୍ଟା ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ। ବିଦ୍ୟାଳୟ ହଷ୍ଟେଲରେ ରହି ପାଠ ପଢ଼ୁଥିବା ୩ ଜଣ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ନବମ ଶ୍ରେଣୀର ଦୁଇ ଜଣ ଛାତ୍ର ହଷ୍ଟେଲ ବାହାରେ ଆଣ୍ଠେଇ ଦେଇଥିଲେ। ଯାହାର ଭିଡିଓ ସାମ୍ନାକୁ ଆସିଛି। ଏପରିକି ହଷ୍ଟେଲର ସମସ୍ତ ଅନ୍ତେବାସୀଙ୍କ ସାମ୍ନାରେ ୩ ଛାତ୍ରଙ୍କୁ ଦୀର୍ଘ ସମୟ ଧରି ଆଣ୍ଠେଇ ଦିଆଯାଇଥିଲା। ଏପରିକି ସେହି ଛାତ୍ରମାନଙ୍କୁ ପଚାରିବାରୁ ସେମାନଙ୍କୁ ନବମ ଶ୍ରେଣୀର ଦୁଇ ଜଣ ଛାତ୍ର ଏହି ଦଣ୍ଡ ଦେଇଥିବା କହିଛନ୍ତି। ତେବେ ଭିଡିଓ ଦେଖି ରାତିରେ ବିଦ୍ୟାଳୟରେ ପହଞ୍ଚିଥିବା ଅଭିଭାବକଙ୍କୁ ପିଲା କହିଛନ୍ତି ସାଙ୍ଘାତିକ କଥା। ୩ ଜଣ ନୁହେଁ ବରଂ ୮ ରୁ ୯ ଜଣ ଛାତ୍ରଙ୍କୁ ହଷ୍ଟେଲରେ ଆଣ୍ଠେଇ ଦେବା ସହିତ ମାଡ଼ ମାରିଥିଲେ ନବମ ଶ୍ରେଣୀ ଛାତ୍ର। ଦୀର୍ଘ ସମୟ ଧରି ଏହିପରି ଆଣ୍ଠେଇ ଦେଇ ଥିଲେ ଏବଂ ପୂର୍ବରୁ ମଧ୍ୟ ଏହିପରି ଘଟଣା ଘଟିଛି ବୋଲି ଅଭିଭାବକଙ୍କୁ ଛାତ୍ରମାନେ କହିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୫୦ ବର୍ଷ ପୂର୍ତ୍ତି ପାଳନ କଲା ଲୋଇସିଂହା ଏସ୍‌ବିଆଇ ଶାଖା

ଲୋଇସିଂହା,୨୮।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଏସ୍‌ବିଆଇ ଶାଖା ୨୭ ଫେବୃଆରୀ ୧୯୭୬ରେ ପ୍ରତିଷ୍ଠା ହୋଇଥିଲା। ଶୁକ୍ରବାର ୫୦ ବର୍ଷ ପୁରିଥିବାରୁ ବ୍ୟାଙ୍କ ପକ୍ଷରୁ ୫୦ ବର୍ଷ ପୂର୍ତ୍ତି…

କେଜ୍‌ରିୱାଲ ଦୋଷମୁକ୍ତ ହେବାପରେ ଆନ୍ନା ହଜାରେଙ୍କ ବଡ଼ ବୟାନ: ମୁଁ କୋର୍ଟଙ୍କ ନିଷ୍ପତ୍ତିକୁ…

ନୂଆଦିଲ୍ଲୀ,୨୮।୨: ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି ସଂଯୋଜକ ଅରବିନ୍ଦ କେଜ୍‌ରିୱାଲଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।…

ଜବରଦସ୍ତି ବିବାହ ପରେ ଥାନାରେ ବର କନିଆ, କନ୍ୟା ନାବାଳିକା ସନ୍ଦେହ

ବାଲେଶ୍ବର, ୨୮।୨( ବାଞ୍ଛାନିଧି ଦେ) : ବାଲେଶ୍ୱର ସହଦେବଖୁଣ୍ଟା ଥାନାରେ ବର କନିଆ ଅଟକ ରହିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଜବରଦସ୍ତି ବିବାହ ପରେ ଥାନାରେ…

ଶୌଚ ପାଇଁ ଯାଇଥିବାବେଳେ ବାର୍‌ହା ସମ୍ମୁଖରେ ପଡିଗଲେ ୨ ବ୍ୟକ୍ତି

ଭୁବନ, ୨୮।୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବନ୍ୟାଞ୍ଚଳ ଜମୁନାକୋଟ ପଞ୍ଚାୟତ କୃଷ୍ଣପୁର ଗ୍ରାମର ବଳରାମ ରାଉତ(୩୮) ଓ ଦିବାକର ପାଣି (୫୫) ଶନିବାର…

ଖଣି ବାବୁଙ୍କ କଳାଧନର ଖୋଲୁଛି ଗୁମର: ୪ କୋଟି ଟଙ୍କାରେ କିଣିଥାନ୍ତେ……

ଭୁବନେଶ୍ୱର,୨୮ା୨(ତ୍ରିନାଥ ମହାନ୍ତି):ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା କଟକ ସର୍କଲ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ କଳାଧନର ଗୁମର ଫିଟିବାରେ ଲାଗିଛି। ସାଧାରଣ କର୍ମଚାରୀଙ୍କ…

ଏତେ କୋଟି ଟଙ୍କାର ସୁନା ପିନ୍ଧିଥିଲେ ରଶ୍ମିକା-ବିଜୟ , ମୂଲ୍ୟ ଶୁଣିଲେ ଉଡିଜିବ ହୋସ୍‌

ମୁମ୍ବାଇ: ରଶ୍ମିକା ଏବଂ ବିଜୟ ଦେବରକୋଣ୍ଡାଙ୍କ ବିବାହ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବଲିଉଡ ଷ୍ଟାର ପର୍ଯ୍ୟନ୍ତ ସମସ୍ତେ ସେମାନଙ୍କୁ ଅଭିନନ୍ଦନ…

ଜିଇବା ପାଇଁ ପିଇବା

ର୍ବତ ଏବଂ ଲସିର ଦେଶ ରୂପେ ଭାରତ ପ୍ରସିଦ୍ଧ। କିନ୍ତୁ ଅଧିକାଂଶ ଭାରତୀୟ ଆଜି ପାଶ୍ଚାତ୍ୟ ପେୟ ଦ୍ୱାରା ପ୍ରଭାବିତ। ନିଜକୁ ‘ଆଧୁନିକ’ ପ୍ରମାଣିତ ପାଇଁ ଭାରତୀୟମାନେ…

ସୁସ୍ଥ ଓଡ଼ିଶା ଲକ୍ଷ୍ୟ ପୂରଣ ହେବ ତ

ଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ଲଗାତର ତୃତୀୟ ବଜେଟ ଉପସ୍ଥାପନ କରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୨୦୨୬-୨୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri