ଅଧିକ ଷ୍ଟିରଏଡ୍‌ ବ୍ୟବହାର ରୋଗ ପ୍ରତିରୋଧକ ଶକ୍ତିକୁ ପ୍ରଭାବିତ କରେ

ସାଧାରଣତଃ ଅଙ୍ଗ ପ୍ରତିରୋପଣ, ଶ୍ୱାସ, ଆଣ୍ଠୁଗଣ୍ଠି ବାତ, ଚର୍ମ ଓ କ୍ୟାନ୍‌ସର ଆଦି ରୋଗୀମାନଙ୍କ କ୍ଷେତ୍ରରେ ଷ୍ଟିରଏଡ ଔଷଧ ବହୁଳ ଭାବେ ବ୍ୟବହାର କରାଯାଇଥାଏା ଦୀର୍ଘ ସମୟ ଧରି ଷ୍ଟିରଏଡ ବ୍ୟବହାର କରାଗଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି ହ୍ରାସ ପାଇଥାଏ। ତେଣୁ ବର୍ତ୍ତମାନ ପରିସ୍ଥିତିରେ ଏହି ଔଷଧଗୁଡିକ କିପରି ନିରାପଦର ସହ ବ୍ୟବହାର କରିହେବ ସେ ନେଇ କଟକ ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲର ନେଫ୍ରୋଲୋଜି ବିଭାଗର ମୁଖ୍ୟ ଡା. ଚିତ୍ତ ରଞ୍ଜନ କର ଯାହା କୁହନ୍ତି….

ଷ୍ଟିରଏଡ କ’ଣ ଓ କାହିଁକି ବ୍ୟବହାର କରାଯାଇଥାଏ?
:- ଷ୍ଟିରଏଡଗୁଡିକ ମୁଖ୍ୟତଃ ଜୀବନ ରକ୍ଷାକାରୀ ଜରୁରୀ ଔଷଧ। କୌଣସି ବି ରୋଗର ଚିକିତ୍ସା କରିବା ବେଳେ ଏସବୁର ବ୍ୟବହାର କରାଗଲେ ଲକ୍ଷଣଠାରୁ ତୁରନ୍ତ ଉପଶମ ମିଳିଥାଏ। କିନ୍ତୁ ରୋଗର କାରଣ ଉପରେ ପ୍ରାୟତଃ ଠିକଣାଭାବେ କାମ କରି ନ ଥାଏ। ତଥାପି ଅଙ୍ଗ ପ୍ରତିରୋପଣ, ଶ୍ୱାସ,ଆଣ୍ଠୁଗଣ୍ଠି ବାତ, ଚର୍ମ ଓ କ୍ୟାନସର ଆଦି ରୋଗ କ୍ଷେତ୍ରରେ ଏସବୁର ବ୍ୟବହାର ନିହାତି ଅପରିହାର୍ଯ୍ୟ।
ଷ୍ଟିରଏଡ ବ୍ୟବହାର କରିବା ଦ୍ୱାରା ଶରୀରର ଇମ୍ୟୁନିଟି ପାଓ୍ବାର ବା ରୋଗ ପ୍ରତିରୋଧକ କ୍ଷମତା ଉପରେ କି ପ୍ରଭାବ ପକାଇଥାଏ?
:- ଷ୍ଟିରଏଡ ବ୍ୟବହାର କରିବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ କ୍ଷମତା ହ୍ରାସ ପାଇଥାଏ। କିନ୍ତୁ ଅଙ୍ଗ ପ୍ରତିରୋପଣର ପୂର୍ବରୁ ଏବଂ ପରେ ଏସବୁ ଦିଆଯିବା ଦ୍ୱାରା ରିଜେକସନ୍‌ ବା ପ୍ରତ୍ୟାଖ୍ୟାନ କରିବା ପ୍ରକ୍ରିୟାକୁ ସହଜରେ ନିୟନ୍ତ୍ରଣ କରାଯାଇ ପାରିଥାଏ। ତେଣୁ ଏପରି ରୋଗୀଙ୍କ କ୍ଷେତ୍ରରେ ଇମ୍ୟୁନିଟି କମ୍‌ କରି ପାରୁଥିବା(ଟାକ୍ରୋଲିମସ, ଆଜାଥାଓପ୍ରାଇନ ଓ ସାଇକ୍ଳୋଫସ ଫାମାଇଡ) ଭଳି ଔଷଧ ସହ ମିଶାଇ କରି ଦିଆଯାଇଥାଏ।
ବିଶେଷ କରି ବର୍ତ୍ତମାନର କରୋନା ସଂକ୍ରମଣକୁ ଆଶଙ୍କା କରି ଏସବୁ ଔଷଧ ବ୍ୟବହାର କରାଯାଇ ପାରିବ କି ନାହିଁ ?
– ମୁଖ୍ୟତଃ ଏହି ପ୍ରକାର ଔଷଧଗୁଡିକ ବ୍ୟବହାର କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ। କରୋନା ଏକ ସଂକ୍ରମଣ ରୋଗ ଏବଂ ଏହି ରୋଗ ଇମ୍ୟୁନୋ କମ୍ପରମାଇଜଡ୍‌ ବା କମ୍‌ ରୋଗ ପ୍ରତିରୋଧକ କ୍ଷମତା ଥିବା ବ୍ୟକ୍ତିଙ୍କୁ ଶୀଘ୍ର ଆକ୍ରାନ୍ତ କରିଥାଏ। ତଥାପି ଯେଉଁମାନେ ଏସବୁ ଔଷଧ ପୂର୍ବରୁ ବ୍ୟବହାର କରି ଆସୁଛନ୍ତି, ସେମାନେ ଏହାକୁ ବନ୍ଦ କରିପାରିବେ ନାହିଁ କିମ୍ବା ଡ଼ୋଜ ବା ପରିମାଣକୁ ମଧ୍ୟ କମାଇବା ଉଚିତ୍‌ ନୁହଁ। କେବଳ ଏଭଳି ରୋଗୀମାନେ ହାତକୁ ବାରମ୍ବାର ସାନିଟାଇଜର ଦ୍ୱାରା ସଫା ରଖିବା ସହ ମୁହଁକୁ ସର୍ଜିକାଲ ଏନ୯୫ମାସ୍କରେ ଘୋଡାଇ ରଖିବା ଆବଶ୍ୟକ। ଏସବୁ ପରେ ଯଦି କେୌଣସି ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସନ୍ତି ତେବେ ୧୦୪ରେ ଯୋଗାଯୋଗ କରି ନିଜର ଉପଯୁକ୍ତ ଚିକିତ୍ସା କରାଇନେବା ଜରୁରୀ। ବର୍ତ୍ତମାନ କୌଣସି ବ୍ୟକ୍ତି ଯଦି ନୂଆକରି ଏହି ଔଷଧ ଆରମ୍ଭ କରିବାକୁ ଯାଉଛନ୍ତି,ତେବେ ଡାକ୍ତରଙ୍କ ପରାମର୍ଶ କରି ଆଉ କିଛି ଦିନ ପରେ ବ୍ୟବହାର କରିଲେ ଭଲ ହେବ।
ବର୍ତ୍ତମାନ ଷ୍ଟିରଏଡ ବ୍ୟବହାରର ଅନ୍ୟ କେଉଁ ସବୁ ଦିଗଗୁଡିକୁ ଧ୍ୟାନ ଦିଆଯିବା ଆବଶ୍ୟକ?
-ଏବେ କୌଣସି ବ୍ୟକ୍ତି ଔଷଧ ଦୋକାନୀ କିମ୍ବା କ୍ୱାକମାନଙ୍କଠାରୁ ପଚାରି ଏପରି ଔଷଧ ବ୍ୟବହାର କରନ୍ତୁ ନାହଁ। କାରଣ ଯଦି ଭୁଲ୍‌ବଶତଃ ଏପରି କରନ୍ତି ତେବେ ଶରୀରରେ ଅଜାଣତରେ ରୋଗ ପ୍ରତିରୋଧକ ଶକ୍ତି କମ୍‌ ହୋଇଯିବା କାରଣରୁ ସଂକ୍ରମଣର ଶିକାର ହୋଇପାରନ୍ତି।

-ପ୍ରଣବ କୁମାର ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri