ଅଧିକ ଷ୍ଟିରଏଡ୍‌ ବ୍ୟବହାର ରୋଗ ପ୍ରତିରୋଧକ ଶକ୍ତିକୁ ପ୍ରଭାବିତ କରେ

ସାଧାରଣତଃ ଅଙ୍ଗ ପ୍ରତିରୋପଣ, ଶ୍ୱାସ, ଆଣ୍ଠୁଗଣ୍ଠି ବାତ, ଚର୍ମ ଓ କ୍ୟାନ୍‌ସର ଆଦି ରୋଗୀମାନଙ୍କ କ୍ଷେତ୍ରରେ ଷ୍ଟିରଏଡ ଔଷଧ ବହୁଳ ଭାବେ ବ୍ୟବହାର କରାଯାଇଥାଏା ଦୀର୍ଘ ସମୟ ଧରି ଷ୍ଟିରଏଡ ବ୍ୟବହାର କରାଗଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି ହ୍ରାସ ପାଇଥାଏ। ତେଣୁ ବର୍ତ୍ତମାନ ପରିସ୍ଥିତିରେ ଏହି ଔଷଧଗୁଡିକ କିପରି ନିରାପଦର ସହ ବ୍ୟବହାର କରିହେବ ସେ ନେଇ କଟକ ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲର ନେଫ୍ରୋଲୋଜି ବିଭାଗର ମୁଖ୍ୟ ଡା. ଚିତ୍ତ ରଞ୍ଜନ କର ଯାହା କୁହନ୍ତି….

ଷ୍ଟିରଏଡ କ’ଣ ଓ କାହିଁକି ବ୍ୟବହାର କରାଯାଇଥାଏ?
:- ଷ୍ଟିରଏଡଗୁଡିକ ମୁଖ୍ୟତଃ ଜୀବନ ରକ୍ଷାକାରୀ ଜରୁରୀ ଔଷଧ। କୌଣସି ବି ରୋଗର ଚିକିତ୍ସା କରିବା ବେଳେ ଏସବୁର ବ୍ୟବହାର କରାଗଲେ ଲକ୍ଷଣଠାରୁ ତୁରନ୍ତ ଉପଶମ ମିଳିଥାଏ। କିନ୍ତୁ ରୋଗର କାରଣ ଉପରେ ପ୍ରାୟତଃ ଠିକଣାଭାବେ କାମ କରି ନ ଥାଏ। ତଥାପି ଅଙ୍ଗ ପ୍ରତିରୋପଣ, ଶ୍ୱାସ,ଆଣ୍ଠୁଗଣ୍ଠି ବାତ, ଚର୍ମ ଓ କ୍ୟାନସର ଆଦି ରୋଗ କ୍ଷେତ୍ରରେ ଏସବୁର ବ୍ୟବହାର ନିହାତି ଅପରିହାର୍ଯ୍ୟ।
ଷ୍ଟିରଏଡ ବ୍ୟବହାର କରିବା ଦ୍ୱାରା ଶରୀରର ଇମ୍ୟୁନିଟି ପାଓ୍ବାର ବା ରୋଗ ପ୍ରତିରୋଧକ କ୍ଷମତା ଉପରେ କି ପ୍ରଭାବ ପକାଇଥାଏ?
:- ଷ୍ଟିରଏଡ ବ୍ୟବହାର କରିବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ କ୍ଷମତା ହ୍ରାସ ପାଇଥାଏ। କିନ୍ତୁ ଅଙ୍ଗ ପ୍ରତିରୋପଣର ପୂର୍ବରୁ ଏବଂ ପରେ ଏସବୁ ଦିଆଯିବା ଦ୍ୱାରା ରିଜେକସନ୍‌ ବା ପ୍ରତ୍ୟାଖ୍ୟାନ କରିବା ପ୍ରକ୍ରିୟାକୁ ସହଜରେ ନିୟନ୍ତ୍ରଣ କରାଯାଇ ପାରିଥାଏ। ତେଣୁ ଏପରି ରୋଗୀଙ୍କ କ୍ଷେତ୍ରରେ ଇମ୍ୟୁନିଟି କମ୍‌ କରି ପାରୁଥିବା(ଟାକ୍ରୋଲିମସ, ଆଜାଥାଓପ୍ରାଇନ ଓ ସାଇକ୍ଳୋଫସ ଫାମାଇଡ) ଭଳି ଔଷଧ ସହ ମିଶାଇ କରି ଦିଆଯାଇଥାଏ।
ବିଶେଷ କରି ବର୍ତ୍ତମାନର କରୋନା ସଂକ୍ରମଣକୁ ଆଶଙ୍କା କରି ଏସବୁ ଔଷଧ ବ୍ୟବହାର କରାଯାଇ ପାରିବ କି ନାହିଁ ?
– ମୁଖ୍ୟତଃ ଏହି ପ୍ରକାର ଔଷଧଗୁଡିକ ବ୍ୟବହାର କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ। କରୋନା ଏକ ସଂକ୍ରମଣ ରୋଗ ଏବଂ ଏହି ରୋଗ ଇମ୍ୟୁନୋ କମ୍ପରମାଇଜଡ୍‌ ବା କମ୍‌ ରୋଗ ପ୍ରତିରୋଧକ କ୍ଷମତା ଥିବା ବ୍ୟକ୍ତିଙ୍କୁ ଶୀଘ୍ର ଆକ୍ରାନ୍ତ କରିଥାଏ। ତଥାପି ଯେଉଁମାନେ ଏସବୁ ଔଷଧ ପୂର୍ବରୁ ବ୍ୟବହାର କରି ଆସୁଛନ୍ତି, ସେମାନେ ଏହାକୁ ବନ୍ଦ କରିପାରିବେ ନାହିଁ କିମ୍ବା ଡ଼ୋଜ ବା ପରିମାଣକୁ ମଧ୍ୟ କମାଇବା ଉଚିତ୍‌ ନୁହଁ। କେବଳ ଏଭଳି ରୋଗୀମାନେ ହାତକୁ ବାରମ୍ବାର ସାନିଟାଇଜର ଦ୍ୱାରା ସଫା ରଖିବା ସହ ମୁହଁକୁ ସର୍ଜିକାଲ ଏନ୯୫ମାସ୍କରେ ଘୋଡାଇ ରଖିବା ଆବଶ୍ୟକ। ଏସବୁ ପରେ ଯଦି କେୌଣସି ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସନ୍ତି ତେବେ ୧୦୪ରେ ଯୋଗାଯୋଗ କରି ନିଜର ଉପଯୁକ୍ତ ଚିକିତ୍ସା କରାଇନେବା ଜରୁରୀ। ବର୍ତ୍ତମାନ କୌଣସି ବ୍ୟକ୍ତି ଯଦି ନୂଆକରି ଏହି ଔଷଧ ଆରମ୍ଭ କରିବାକୁ ଯାଉଛନ୍ତି,ତେବେ ଡାକ୍ତରଙ୍କ ପରାମର୍ଶ କରି ଆଉ କିଛି ଦିନ ପରେ ବ୍ୟବହାର କରିଲେ ଭଲ ହେବ।
ବର୍ତ୍ତମାନ ଷ୍ଟିରଏଡ ବ୍ୟବହାରର ଅନ୍ୟ କେଉଁ ସବୁ ଦିଗଗୁଡିକୁ ଧ୍ୟାନ ଦିଆଯିବା ଆବଶ୍ୟକ?
-ଏବେ କୌଣସି ବ୍ୟକ୍ତି ଔଷଧ ଦୋକାନୀ କିମ୍ବା କ୍ୱାକମାନଙ୍କଠାରୁ ପଚାରି ଏପରି ଔଷଧ ବ୍ୟବହାର କରନ୍ତୁ ନାହଁ। କାରଣ ଯଦି ଭୁଲ୍‌ବଶତଃ ଏପରି କରନ୍ତି ତେବେ ଶରୀରରେ ଅଜାଣତରେ ରୋଗ ପ୍ରତିରୋଧକ ଶକ୍ତି କମ୍‌ ହୋଇଯିବା କାରଣରୁ ସଂକ୍ରମଣର ଶିକାର ହୋଇପାରନ୍ତି।

-ପ୍ରଣବ କୁମାର ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ବାଫ୍ଲା ମାଳି ଖଣି ପ୍ରଭାବିତ ଅଞ୍ଚଳରେ ବିକାଶର ନଗ୍ନ ଚିତ୍ର: ଉପରେ ଚାଲିଛି ଖଣି, ତଳେ ରାସ୍ତା ନାହିଁ; ପ୍ରଶାସନର ଅବହେଳା ପରେ…

ଥୁଆମୂଳ ରାମପୁର/କାଶୀପୁର, ୨୩।୯ (ଦୁର୍ଗା କୀର୍ତ୍ତି/ ପ୍ରଫୁଲ୍ଲ ବେହେରା): ଗୋଟିଏ ପଟେ ବାଫ୍ଲା ମାଳି ପାହାଡ଼ ଉପରେ ବାକ୍ସାଇଟ୍ ଖଣି ଖନନ କରି କୋଟି କୋଟି ଟଙ୍କାର…

ହର୍ମୁଜରେ ଜାହାଜ ଉପରେ ବଡ଼ ଧରଣର ଆକ୍ରମଣ, ଚାଲିଗଲା ଭାରତୀୟ ନାବିକଙ୍କ ଜୀବନ

ଓମାନ,୨୩।୯: ଓମାନ ଉପକୂଳ ନିକଟ ହର୍ମୁଜ୍ ଅଞ୍ଚଳରେ ଭାରତ ଆସୁଥିବା ଏକ ମାଲବାହୀ ଜାହାଜ ଉପରେ ଟର୍ପିଡୋ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଉତ୍ତରପ୍ରଦେଶର ଦେବରିଆ…

ବଡ଼ ବିପଦ! ଭାରତରେ ଜୀବନ ନେଇପାରେ ତାତି, ଯାଇପାରେ ୪.୫ ଲକ୍ଷରୁ ଅଧିକ ଜୀବନ

ନୂଆଦିଲ୍ଲୀ,୨୩।୯: ଶକ୍ତିଶାଳୀ ଏଲ୍‌ ନିନୋକୁ ନେଇ ଜଳବାୟୁ ବିଶେଷଜ୍ଞମାନେ ବଡ଼ ଚେତାବନୀ ଦେଇଛନ୍ତି । ଏକ ନୂଆ ଆକଳନ ଅନୁସାରେ, ଆଗାମୀ ୬ ମାସରେ ଏହି କାରଣ…

‘ଯିଏ ରାମଙ୍କର ହେଲେନି, ସେ କୃଷ୍ଣଙ୍କର ହୋଇପାରିବେନି’: ଅଖିଳେଶଙ୍କୁ ଟାର୍ଗେଟ୍ କଲେ…

ଲକ୍ଷ୍ନୌ,୨୩।୯: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଅଯୋଧ୍ୟା, କାଶୀ ଓ ମଥୁରାକୁ ନେଇ ରାଜନୈତିକ ବୟାନବାଜି ଜୋରଦାର ହୋଇଛି। ଅଯୋଧ୍ୟାରେ ରାସ୍ତା ପ୍ରଶସ୍ତୀକରଣକୁ ନେଇ ସମାଜବାଦୀ…

ଆପଣଙ୍କର SBIରେ ଆକାଉଣ୍ଟ ଅଛି କି? ଅକ୍ଟୋବର ୧ରୁ ATMରୁ ଟଙ୍କା କାଢ଼ିବା ହେବ ମହଙ୍ଗା, ଜାଣନ୍ତୁ କେତେ କଟିବ…

ନୂଆଦିଲ୍ଲୀ,୨୩।୯: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ‘ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ’ (SBI) ନିଜ ଗ୍ରାହକମାନଙ୍କ ପାଇଁ ATM ଏବଂ ନଗଦ ଟଙ୍କା ଉଠାଣ (Cash…

ନ୍ୟାସନାଲ ପେନଚାକ ପ୍ରତିଯୋଗିତା, ସ୍ବର୍ଣ୍ଣପଦକ ବିଜେତାଙ୍କୁ ଗଞ୍ଜାମରେ ସମ୍ବର୍ଦ୍ଧନା

ଗଞ୍ଜାମ,୨୩ା୯(ବିଦ୍ୟାଧର ସାହୁ ): ଲେହ ଲଦାଖରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପେନଚାକ ସିଲାଟ ପ୍ରତିଯୋଗିତା 2026 ରେ ଓଡ଼ିଆ ପୁଅ ଶିବପ୍ରସାଦ ଜେନା ଗୋଲ୍ଡ ମେଡାଲ ହାସଲ…

ଆୟ ବର୍ହିଭୂତ ସମ୍ପତ୍ତି ଠାବ, PEO କାର୍ତ୍ତିକେଶ୍ୱର ବେହେରା ଗିରଫ

ବରଗଡ଼,୨୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କଟାବାହାଲ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) କାର୍ତ୍ତିକେଶ୍ୱର ବେହେରାଙ୍କୁ ଗିରିଫ କରିଛି ଭିଜିଲାନ୍ ଟିମ୍ । ତାଙ୍କ ଜଣାଶୁଣା ଆୟର…

କେସିଙ୍ଗାରେ ରେକର୍ଡ ବର୍ଷା, ଆତଙ୍କିତ ସ୍ଥାନୀୟ ବାସିନ୍ଦା

କେସିଙ୍ଗା,୨୩।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ବର୍ଷାରେ କେସିଙ୍ଗା ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତରେ ଦୀର୍ଘ ଦୁଇଦିନ ଧରି ବର୍ଷା ଲାଗି ରହିଛି ।କେତେବେଳେ ବର୍ଷା ହେଉଛି ତ ଆଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?