ଅଧିକ ଚାପରେ ଏବର ମଧ୍ୟବୟସ୍କ

ନ୍ୟୁୟର୍କ: ୧୯୯୦ ଅପେକ୍ଷା ବର୍ତ୍ତମାନର ମଧ୍ୟ ବୟସ୍କମାନେ ଅଧିକ ଚାପରେ ରହୁଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଏପରିକି କୋଭିଡ୍‌-୧୯ ଆରମ୍ଭ ହେବା ପୂର୍ବରୁ ଏଭଳି ସ୍ଥିତି ଦେଖାଦେଇଆସିଛି। ପେନ୍‌ ଷ୍ଟେଟ୍‌ ୟୁନିଭର୍ସିଟି ପକ୍ଷରୁ କରାଯାଇଥିବା ଅଧ୍ୟୟନ ବେଳେ ସବୁ ବର୍ଗକୁ ବିଚାରକୁ ନିଆଯାଇଥିଲା। ଏଥିରୁ ଜଣାପଡ଼ିଥିଲା ଯେ, ୧୯୯୦ ତୁଳନାରେ ୨୦୧୦ରେ ଲୋକଙ୍କ ଉପରେ ସାମାନ୍ୟ ଚାପ ବୃଦ୍ଧି ପାଇଛି। କିନ୍ତୁ ଗବେଷକମାନେ ଯେତେବେଳେ ବୟସକୁ ୪୫ରୁ ୬୪ ମଧ୍ୟରେ ସୀମିତ ରଖିଦେଲେ, ସେତେବେଳେ ସେମାନଙ୍କ ଚାପର ସ୍ତର ବହୁଗୁଣିତ ହୋଇଯାଇଥିଲା। ଗବେଷକ ଡାଭିଡ୍‌ ଏମ୍‌. ଆଲ୍‌ମୈଡା ଜାଣିବାକୁ ପାଇଥିଲେ ଯେ, ୧୯୯୦ ଅପେକ୍ଷା ୨୦୧୦ରେ ଲୋକେ ୧୯ ପ୍ରତିଶତ ଅଧିକ ଅବସାଦରେ ରହୁଛନ୍ତି। ଅର୍ଥାତ୍‌ ବର୍ଷକୁ ଏମାନେ ୬୪ରୁ ଊର୍ଦ୍ଧ୍ୱ ଦିନ ଅଧିକ ଚାପରେ ରହିଥାଆନ୍ତି।
‘ଆମେରିକାନ୍‌ ସାଇକୋଲୋଜିଷ୍ଟ’ରେ ଏ ସଂକ୍ରାନ୍ତ ଲେଖା ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ଯେ, ରିସର୍ଚ୍ଚ ଟିମ୍‌ ୧୯୯୫ରେ ୧,୪୯୯ ବୟସ୍କ ଓ ୨୦୧୨ରେ ୭୮୨ ଜଣ ବିଭିନ୍ନ ବୟସ୍କଙ୍କୁ ନେଇ ଅଧ୍ୟୟନ କରିଥିଲେ। ଏ ସମସ୍ତଙ୍କର ଦୈନିକ ୮ ଦିନ ଯାଏ ସାକ୍ଷାତ୍‌କାର ନିଆଯାଇଥିଲା। ଏଥିରେ ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କୁ ବିଗତ ୨୪ ଘଣ୍ଟାର ଚାପଗ୍ରସ୍ତ ଅଭିଜ୍ଞତା ବଖାଣିବାକୁ କୁହାଯାଉଥିଲା। ପରିବାର କିମ୍ବା ସାଙ୍ଗସାଥୀଙ୍କ ମଧ୍ୟରେ ଉଚ୍ଚବାଚ କିମ୍ବା ଘରେ ବା କାର୍ଯ୍ୟସ୍ଥଳୀରେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଏଥିରେ ଗୁରୁତ୍ୱ ଦିଆଯାଇଥିଲା । ସେଥିରୁ ଲୋକଙ୍କ ଚାପଗ୍ରସ୍ତ ଜୀବନକୁ ବୁଝିବା ସମ୍ଭବ ହୋଇଥିଲା ବୋଲି ଆଲମୈଡା କହିଛନ୍ତି। ତଥ୍ୟଗୁଡ଼ିକୁ ବିଶ୍ଳେଷଣ କରିବା ପରେ ଗବେଷକମାନେ ଜାଣିପାରିଥିଲେ ଯେ, ୧୯୯୦ ଅପେକ୍ଷା ୨୦୧୦ରେ ସେମାନଙ୍କ ଚାପ ବହୁମାତ୍ରରେ ବଢ଼ିଚାଲିଥିଲା। ତେବେ କେତେକ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ୨୭ ପ୍ରତିଶତ ଆର୍ଥିକ ଅବସ୍ଥା ଖରାପ ଥିବା ନେଇ ଚିନ୍ତିତ ହୋଇପଡ଼ୁଥିବା କହିଥିବା ବେଳେ ୧୭ ପ୍ରତିଶତ ସେମାନଙ୍କ ଭବିଷ୍ୟତ ଯୋଜନାକୁ ଚାପ ଘୋର ପ୍ରଭାବିତ କରିବ ବୋଲି ଆଶଙ୍କା ବ୍ୟକ୍ତ କରିଥିଲେ।
ଆଲମୈଡା ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ, ଗତ ୯୦ ଦଶକ ଅପେକ୍ଷା ବର୍ତ୍ତମାନ ଲୋକଙ୍କ ଚାପ ପରିମାଣ ବୃଦ୍ଧି ପାଇଥିଲେ ହେଁ ବିଶେଷକରି ବିଭିନ୍ନ ବର୍ଗଙ୍କ ବୟସ ମୁଖ୍ୟତଃ ପ୍ରଭାବିତ କରିଥିଲା। ଆମେ ଭାବୁଥିଲୁ ଯେ, ଯୁବବର୍ଗଙ୍କ ପାଇଁ ଅର୍ଥନୈତିକ ଅସ୍ଥିରତା ଯୋଗୁ ଜୀବନ ଅଧିକ ଚାପଗ୍ରସ୍ତ ହେଉଛି। କିନ୍ତୁ ତାହା ଭାବିବା ଠିକ୍‌ ନ ଥିଲା ବୋଲି ସେ କହିଥିଲେ। କିନ୍ତୁ ମଧ୍ୟବୟସ୍କମାନେ ସବୁଠାରୁ ଅଧିକ ଚାପଗ୍ରସ୍ତ ଅଛନ୍ତି। କାରଣ ସେମାନଙ୍କ ପିଲାମାନେ ଅସ୍ଥିର ନିଯୁକ୍ତି ବଜାରରେ ଘଣ୍ଟି ହେଉଥିବା ବେଳେ ନିଜ ମାତାପିତାଙ୍କ ଦାୟିତ୍ୱ ନେଇ ଚିନ୍ତିତ ଥାଆନ୍ତି। ଏହି ବୟସର ବ୍ୟକ୍ତି ଏଭଳି ପିଢ଼ିଗତ ସମସ୍ୟା ବୁଝିବାକୁ ଯାଇ ଚାପରେ ଚିପୁଡ଼ି ହୋଇଯାଇଥାଆନ୍ତି ବୋଲି ଆଲମୈଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

ପଶ୍ଚିମବଙ୍ଗରେ ହେବ ଖେଳ! ଯେଉଁଠାରୁ ହାରିଥିଲେ, ସେଠାରୁ ପୁଣି ନିର୍ବାଚନ ଲଢିବେ ଦିଦି? ଆସିଲା ବଡ଼ ଖବର

କୋଲକାତା,୭।୯: ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ଆସନ ନନ୍ଦୀଗ୍ରାମ ଓ ରେଜିନଗର ପାଇଁ ଉପନିର୍ବାଚନ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ (ECI)। ସୋମବାର ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri