ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ କରୁଛି। ଫଳସ୍ବରୂପ ଜଣେ ବାବୁ ଅନେକ ଦାୟିତ୍ୱରେ କାର୍ଯ୍ୟ କରୁଛନ୍ତି, ଫାଇଲଗୁଡ଼ିକ ଗଦା ହୋଇ ରହୁଛି ଏବଂ ନିଷ୍ପତ୍ତି ନେବାରେ ମନ୍ଥରତା ପ୍ରକାଶ ପାଉଛି। କେବଳ ମଧ୍ୟପ୍ରଦେଶରେ ନୁହେଁ, ଉତ୍ତରପ୍ରଦେଶରେ ମଧ୍ୟ ଆଇଏଏସ୍‌ ଅଧିକାରୀଙ୍କ ଅଧିକ ଅଭାବ ରହିଛି। ଯେତେବେଳେ ଅଧିକାରୀଙ୍କ ସଂଖ୍ୟା ସୀମିତ ରହେ ସେଠାରେ ଖାଲି ରହୁଥିବା ପ୍ରତ୍ୟେକ ପଦବୀର ନକାରାତ୍ମକ ପ୍ରଭାବ ରହିଥାଏ। କେବଳ ରାଜ୍ୟ ନୁହେଁ, କେନ୍ଦ୍ରରେ ପ୍ରାୟ ୧,୩୦୦ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହି ଅଭାବ ଅନୁମୋଦିତ ସଂଖ୍ୟାର ୨୦%। ଏହା ଏକ ଛୋଟ ସମସ୍ୟା ନୁହେଁ, କାରଣ ଏବେ ବି କଲ୍ୟାଣକାରୀ ଯୋଜନାଠାରୁ ଆରମ୍ଭକରି ସଙ୍କଟ ପରିଚାଳନା ପର୍ଯ୍ୟନ୍ତ ସବୁକିଛି ସାଧାରଣ ପ୍ରଶାସନିକ ବ୍ୟବସ୍ଥା ଉପରେ ଅତ୍ୟଧିକ ନିର୍ଭରଶୀଳ। ଚିନ୍ତାର ବିଷୟ ହେଉଛି,ଏହି ଅଭାବ ସ୍ବାଭାବିକ ହୋଇଯାଇଛି। ଅଧିକାରୀଙ୍କ ସଂଖ୍ୟା କମ୍‌ କରି, ତଦନ୍ତକୁ ଦୁର୍ବଳ କରି ଏବଂ ପଦକ୍ଷେପର ସୀମାକୁ ହ୍ରାସ କରି ବ୍ୟବସ୍ଥା ସବୁଠାରୁ ଖରାପ ଉପାୟରେ ଚାଲିଛି। ଯେତେବେଳେ ଜଣେ ବାବୁ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଉଛନ୍ତି, ସେତେବେଳେ ଉତ୍ତରଦାୟିତ୍ୱ ରହୁନାହିଁ ।
ସମସ୍ତେ ସଂସ୍କାର, ଡିଜିଟାଇଜେଶନ, ଡ୍ୟାସ୍‌ବୋର୍ଡ ଏବଂ ‘ଶାସନର ସହଜତା’ ବିଷୟରେ ଆଲୋଚନା କରୁଥିଲେ ମଧ୍ୟ ତାହାସବୁ ମାନବ କ୍ଷମତାର ମୌଳିକ ଅଭାବ ପୂରଣ କରିପାରିବ ନାହିଁ। ବର୍ତ୍ତମାନ ଭାରତର ପ୍ରଶାସନିକ ପ୍ରକ୍ରିୟାର କମ୍‌ କ୍ଷମତା ସହ ଅଧିକ କାର୍ଯ୍ୟଭାର ରହିଛି। କ୍ୟାଡର ଶକ୍ତି, ନିଯୁକ୍ତି ଓ ନିୟୋଜନକୁ ନୀତିଗତ ସମସ୍ୟା ଭାବରେ ବିଚାର କରା ନ ଗଲେ ଏହି ବ୍ୟବଧାନ ରହିବ ଏବଂ ମଧ୍ୟପ୍ରଦେଶ ଭଳି ରାଜ୍ୟଗୁଡ଼ିକ କେବଳ ଶାସନ ବଞ୍ଚାଇବା ଲାଗି କାର୍ଯ୍ୟ କରିବା ଜାରି ରଖିବେ।
ଏମ୍‌ଇଏର ବାଧା
ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଭାରତୀୟ ସୂଚନା ସେବା (ଆଇଆଇଏସ୍‌) ଅଧିକାରୀଙ୍କୁ ବିଦେଶରେ ନିଯୁକ୍ତ କରାଯିବା ପ୍ରୟାସ ଭୁଲ୍‌ ନୁହେଁ। ବାସ୍ତବରେ ଏହା ବହୁ ବିଳମ୍ବରେ ହୋଇଛି। ଆଧୁନିକ କୂଟନୀତି କେବଳ ରୁଦ୍ଧଦ୍ୱାର ଆଲୋଚନା ବିଷୟରେ ନୁହେଁ ବରଂ ବ୍ୟାଖ୍ୟାନ, ନୀତି ପରିଚାଳନା ଏବଂ ଗଣମାଧ୍ୟମ ଯୋଗଦାନ ବିଷୟର ଗୁରୁତ୍ୱ ବହନ କରେ। ୪୦ଟି ଦୂତାବାସରେ ଆଇଆଇଏସ୍‌ ଅଧିକାରୀଙ୍କୁ ନିୟୋଜିତ କରିବାର ମୂଳ ଯୋଜନା ବାଧାର ସମ୍ମୁଖୀନ ହେଲା । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ(ଏମ୍‌ଇଏ) ବ୍ୟବସ୍ଥାଗତ ତ୍ରୁଟି, ଭାଷା ବିଶେଷଜ୍ଞତାର ଅଭାବ ଭଳି ସମସ୍ୟାକୁ ଦର୍ଶାଇ ପଛଘୁଞ୍ଚା ଦେଲା। ପରିଣାମ ସ୍ବରୂପ ପ୍ରସ୍ତାବିତ ନିଯୁକ୍ତି ହ୍ରାସ କରାଯାଇ ଏବେ କେବଳ ୧୦ ଜଣ ଅଧିକାରୀ ବିଦେଶରେ କେତୋଟି ପ୍ରମୁଖ ରାଜଧାନୀରେ ସଞ୍ଚାଳକ ଭାବରେ ଅବସ୍ଥାପିତ ହୋଇଛନ୍ତି। ପ୍ରକୃତ ସମସ୍ୟା ସଂଖ୍ୟା ନୁହେଁ ବରଂ ନେତୃତ୍ୱ ଉପରେ ପ୍ରଶ୍ନବାଚୀ ରହିଛି। ବିଦେଶରେ ଭାରତ ପାଇଁ କିଏ କହୁଛି? ରାଷ୍ଟ୍ରନୀତିରେ ତାଲିମପ୍ରାପ୍ତ କୂଟନୀତିଜ୍ଞ ନା ବାର୍ତ୍ତା ବିତରଣରେ ତାଲିମପ୍ରାପ୍ତ ସଞ୍ଚାର ଅଧିକାରୀ। ଏମ୍‌ଇଏର ବାଧା ଅମୂଳକ ନୁହେଁ। ବିଦେଶର ଦୂତାବାସଗୁଡ଼ିକ ପିଆର୍‌ ଆଉଟପୋଷ୍ଟ୍‌ ନୁହେଁ, ସେସବୁ ହେଉଛି ସାର୍ବଭୌମ ନୀତି ବିସ୍ତାରର କେନ୍ଦ୍ର। ଏହି ପ୍ରଭେଦ ଅସ୍ପଷ୍ଟ ରହୁଥିବାରୁ ଦେଶ ଏବଂ ବିଦେଶରେ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି। ଆଇଆଇଏସ୍‌ ଅଧିକାରୀଙ୍କର ଯୋଗାଯୋଗ କ୍ଷେତ୍ରରେ ବିଶେଷ ଜ୍ଞାନ ରହିଛି, ହେଲେ କୂଟନୀତିରେ ଦକ୍ଷ ନୁହନ୍ତି। କୂଟନୀତିଜ୍ଞଠାରୁ ଗଣମାଧ୍ୟମ ରଣନୀତିଜ୍ଞ ଭାବରେ ଅଧିକ ଆଶା କରାଯାଉଥିବାରୁ ବିଶ୍ୱ ସ୍ତରରେ ଭାରତର ବାର୍ତ୍ତା ଠିକ୍‌ ଭାବେ ପହଞ୍ଚାଯାଇ ପାରୁନାହିଁ। ପ୍ରକୃତରେ ଏକ ଆବଶ୍ୟକ ସଂସ୍କାର ଏବଂ ଏକ ଅମଲାତାନ୍ତ୍ରିକ ଅଚଳାବସ୍ଥା ମଧ୍ୟରେ ଆମେ ଅଟକି ଯାଇଛୁ।
ବଦଳିରେ ଆଗୁଆ
ହରିୟାଣାର ବଦଳିରେ ଭଲ ରେକର୍ଡ ଅଛି। ପ୍ରଦୀପ କାସନିଙ୍କ କଥା ଦେଖାଯାଉ। ଏହି ବାବୁ ଜଣକ ତିନି ଦଶନ୍ଧି ଧରି ତାଙ୍କ କ୍ୟାରିୟରରେ ୭୦ରୁ ଅଧିକ ଥର ସ୍ଥାନାନ୍ତର ହୋଇଥିଲେ। ଗୋଟିଏ ସମୟରେ ତାଙ୍କୁ ଏପରି ଏକ ବିଭାଗକୁ ପଠାଯାଇଥିଲା, ଯାହାର କୌଣସି ଅସ୍ତିତ୍ୱ ନ ଥିଲା, କର୍ମଚାରୀ ନ ଥିଲେ, ଫାଇଲ ପଡ଼ିରହୁଥିଲା ଏପରିକି ମାସ ମାସ ଧରି ଦରମା ମିଳୁ ନ ଥିଲା। କେବଳ କାସନିଙ୍କ ମାମଲା ନୁହେଁ ଅଶୋକ ଖେମ୍‌କାଙ୍କୁ ମଧ୍ୟ ୬୦ରୁ ଅଧିକ ଥର ବଦଳି କରାଯାଇଛି। ତା’ପରେ ଅଛନ୍ତି ସଞ୍ଜୀବ ଚତୁର୍ବେଦୀ, ଯିଏ ହରିୟାଣାରେ କାର୍ଯ୍ୟ କରି ଦୁର୍ନୀତି ସାମ୍ନାକୁ ଆଣିଥିଲେ ଏବଂ ତାଙ୍କୁ ବହୁବାର ବଦଳି କରାଯାଇଥିଲା। ଏହା କେବଳ ବ୍ୟକ୍ତିଗତ ଭାବେ ଅଧିକାରୀଙ୍କ ପାଇଁ କଠିନ ସ୍ଥିତି କିମ୍ବା ଦୁର୍ଭାଗ୍ୟର ବିଷୟ ନୁହେଁ। ଏହା ସବୁ ସରକାରରେ ପୁନରାବୃତ୍ତି ହୋଇ ପଦ୍ଧତିଗତ ହୋଇଯାଇଛି। ରାଜନୈତିକ କ୍ଷେତ୍ରରେ ବାରମ୍ବାର ବଦଳି ଯୋଗୁ ଶାସନକୁ କ୍ଷତି ସହିବାକୁ ପଡ଼ୁଛି। ସଂସ୍ଥାଗତ ବିଶ୍ୱାସ ତୁଟିଯାଉଛି। ନ୍ୟାୟଗତ ଭାବେ କେତେକ ସମୟରେ ବଦଳି ଦରକାର। ହେଲେ ପ୍ରତ୍ୟେକ ପଦକ୍ଷେପ ଦଣ୍ଡମୂଳକ ହେବା ଉଚିତ ନୁହେଁ। କିନ୍ତୁ ଯେତେବେଳେ ବ୍ୟତିକ୍ରମ ହେଉଛି ସେତେବେଳେ ବିଶ୍ୱସନୀୟତା ପ୍ରଭାବିତ ହେବା ସ୍ବାଭାବିକ। ସ୍ବଳ୍ପକାଳ ନିଯୁକ୍ତରେ ଦୀର୍ଘକାଳୀନ ନୀତିଗତ ନିଷ୍ପତ୍ତି ନିଆଯାଇପାରିବ ନାହିଁ। କାସନିଙ୍କ ରେକର୍ଡ ଏକ ସତର୍କତାମୂଳକ କାହାଣୀ। ଯେଉଁ ବ୍ୟବସ୍ଥା ଏହାର ଅଧିକାରୀଙ୍କୁ ଅଯୋଗ୍ୟ ଭାବି ବ୍ୟବହାର କରେ, ସେତେବେଳେ ଏହା ଏକ ଅସହଜ ସମ୍ଭାବନା ସୃଷ୍ଟି କରେ। ସମସ୍ୟା ଅଧିକାରୀଙ୍କର ନୁହେଁ, ହୁଏତ ଏହା ସେହି ବ୍ୟବସ୍ଥା କିମ୍ବା ପରିବେଶର, ଯେଉଁଥିରେ ସେମାନେ ବଞ୍ଚିବାକୁ ସଂଗ୍ରାମ କରୁଛନ୍ତି।
Email: dilipcherian@gmail.com

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

8th Pay Commissionକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ସର୍ବନିମ୍ନ ମୌଳିକ ଦରମା…

ନୂଆଦିଲ୍ଲୀ,୧୫।୪: ଅଷ୍ଟମ ବେତନ କମିଶନକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ବେତନ କମିଶନର ସରକାରୀ ୱେବସାଇଟ ମଧ୍ୟ ବିଭିନ୍ନ ସହରର ଅଂଶୀଦାରମାନଙ୍କ ସହିତ ଆଲୋଚନା ପାଇଁ ଏକ…

ଗଜପତି ପାଇଁ ଗୌରବ ଆଣିଲେ ଯାଜ୍ଞସେନୀ: ପ୍ରବନ୍ଧ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ମୁଖ୍ୟମନ୍ତ୍ରୀଙ୍କଠୁ ପାଇଲେ ପୁରସ୍କାର

ମୋହନା,୧୫।୪( ମନ୍ମଥ ମିଶ୍ର ): ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାର ପକ୍ଷରୁ ଓଡ଼ିଆ ସାହିତ୍ୟ ପକ୍ଷ ୨୦୨୬ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ…

ଆଇନଜୀବୀଙ୍କ ମସ୍ତିଷ୍କରେ ବିରଳ ଅସ୍ତ୍ରୋପଚାର ସଫଳ: ମୁଣ୍ଡରୁ ବାହାରିଲା ୩ ଶହ ଗ୍ରାମର ଓଜନର…ଡାକ୍ତର ଆଶ୍ଚର୍ଯ୍ୟ

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ର ଜଣାଶୁଣା ଆଇନଜୀବୀ ତଥା ଖେମୁଣ୍ଡି ଓକିଲ ସଂଘର ପୂର୍ବତନ ସଭାପତି ହରପ୍ରସାଦ ରଥଙ୍କ ମସ୍ତିଷ୍କରେ ଟ୍ୟୁମର ହୋଇଥିବାରୁ…

କିଏ ହେବ ଆଶା ଭୋସଲେଙ୍କ ସମ୍ପତ୍ତିର ଉତ୍ତରଧିକାରୀ? ୟାଙ୍କୁ ମିଳିବ କୋଟି କୋଟି ଟଙ୍କାର ସମ୍ପତ୍ତି…

ମୁମ୍ୱାଇ: ବଲିଉଡର ପ୍ରସିଦ୍ଧ ଗାୟିକା ଆଶା ଭୋସଲେ ଆଉ ଆମ ମଧ୍ୟରେ ନାହାନ୍ତି। ଆଠ ଦଶନ୍ଧି ଧରି ହିନ୍ଦୀ ସିନେମାକୁ ତାଙ୍କର ସୁମଧୁର କଣ୍ଠସୱରରେ ସୁନ୍ଦର କରିଥିବା…

ଯୁଦ୍ଧରେ ଇରାନ ବିପର୍ଯ୍ୟସ୍ତ: ଏହି ୫ ଉପସାଗରୀୟ ଦେଶଠାରୁ ଦାବି କଲା କ୍ଷତିପୂରଣ

ତେହରାନ୍‌,୧୫।୪: ପାଞ୍ଚଟି ଉପସାଗରୀୟ ଦେଶ ବିରୁଦ୍ଧରେ  ଇରାନ ଗମ୍ଭୀର ଅଭିଯୋଗ ଆଣିଛି। ଇରାନ ଦାବି କରିଛି ଯେ ଆମେରିକା ଏବଂ ଇସ୍ରାଏଲ ଦ୍ୱାରା ଫେବୃଆରୀ ୨୮ରେ ହୋଇଥିବା…

ଏକର ପ୍ରତି ଏତେ କୋଟି ଟଙ୍କା ଦାବି କଲେ ଗ୍ରାମବାସୀ, ଶୁଣିକି ଆଶ୍ଚର୍ଯ୍ୟ ହୋଇଗଲେ…

ପାଟଣା,୧୫।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳରେ ପ୍ରସ୍ତାବିତ ମେଗାଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ସକାଳ ୯ଟାରେ ଚେମଣା ପଞ୍ଚାୟତ ବଳିଆ ପଶି…

ରାଘବ ଚଢାଙ୍କୁ ପୁଣି ଆଉ ଏକ ଝଟ୍‌କା, ପଞ୍ଜାବ ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୫।୪: ଆମ ଆଦମୀ ପାର୍ଟି ନେତା ଏବଂ ରାଜ୍ୟ ସଭାର ଉପନେତା ଅଶୋକ ମିତ୍ତଲଙ୍କ ଘର ଏବଂ କାର୍ଯ୍ୟାଳୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଚଢାଉ ମଧ୍ୟରେ, ପଞ୍ଜାବ…

ଡିଜେ ବଜେଇ ପ୍ରସେଶନ କରିବାରୁ ୨ ସାହି ମଧ୍ୟରେ ମାରପିଟ: ୧୫ ରୁ ଊର୍ଦ୍ଧ୍ୱ ଆହତ

ଆନନ୍ଦପୁର,୧୫।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଅନ୍ତର୍ଗତ କେଶଦୁରାପାଳ ଗାଁରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି। ମଙ୍ଗଳବାର ରାତିରେ କଣ୍ଟାଫୋଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri