ଅଧା ହିତାଧିକାରୀଙ୍କୁ ମିଳିନି ଡାଲି

ଢେଙ୍କାନାଳ ଅଫିସ, ୧୭।୫ – କରୋନା ପ୍ରଭାବିତ ଓଡ଼ିଶାର ଗରିବ ହିତାଧିକାରୀଙ୍କୁ ୩ମାସ ଯାଏ ବିନା ମୂଲ୍ୟରେ ଚାଉଳ ଏବଂ ଡାଲି ଯୋଗାଇ ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ହେଲେ ଢେଙ୍କାନାଳ ଜିଲାର ଅଧା ହିତାଧିକାରୀଙ୍କ ପାଖରେ ଏଯାଏ ଡାଲି ପହଞ୍ଚତ୍ନାହିଁ। ଯୋଗାଣ ବିଭାଗ ପକ୍ଷରୁ ଦିଆଯାଇଥିବା ଇଣ୍ଡେଣ୍ଟ ଅନୁଯାୟୀ ଡାଲି ଆସି ନ ଥିବାରୁ ଏପରି ସମସ୍ୟା ଉପୁଜିଥିବା ଜଣାପଡ଼ିଛି। ଅନ୍ୟପଟେ ଚାଉଳ ସାଙ୍ଗକୁ ଡାଲି ନ ଥିବାରୁ ହିତାଧିକାରୀମାନେ ସମସ୍ୟା ଭୋଗୁଥିବା ଅଭିଯୋଗ ହୋଇଛି।
କରୋନା କଟକଣା ଲାଗୁ ପରେ ରାଜ୍ୟ ସରକାର ଏପ୍ରିଲ୍‌ରୁ ୩ମାସ ଯାଏ ରାଜ୍ୟର ରାଶନ କାର୍ଡଧାରୀଙ୍କୁ ଚାଉଳ ଏବଂ ହରଡ଼ ଡାଲି ଦେବାକୁ ଘୋଷଣା କରିଥିଲେ। ରାଶନ କାର୍ଡ ପିଛା ୧ କେଜି ଡାଲି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମିଳିଥିବା ତଥ୍ୟ ଅନୁଯାୟୀ, ଜିଲାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ୨ଲକ୍ଷ ୭୮ହଜାର ୮୦୪ ହିତାଧିକାରୀ ତାଲିକାଭୁକ୍ତ ହୋଇଥିବାବେଳେ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ୩,୩୨୦ ଜଣ ଅନ୍ତର୍ଭୁକ୍ତ ଅଛନ୍ତି। ତଦନୁଯାୟୀ ମୋଟ୍‌ ୮୪୮୮.୪୧ କୁଇଣ୍ଟାଲ ଡାଲି ଆବଶ୍ୟକ ଥିବା ଦର୍ଶାଇ ଯୋଗାଣ ପାଇଁ ବିଭାଗ ତରଫରୁ ଇଣ୍ଡେଣ୍ଟ ଦିଆଯାଇଥିଲା। ଏବେସୁଦ୍ଧା ମାତ୍ର ୩୨୨୦.୩୫ କୁଇଣ୍ଟାଲ ଡାଲି ଯୋଗାଣ ହୋଇଛି। ମେ ମାସ ଅଧା ହୋଇଯାଇଥିବାବେଳେ ଜିଲାର ବ୍ଲକ, ଏନ୍‌ଏସି, ପୌରାଞ୍ଚଳର ହିତାଧିକାରୀମାନେ ଡାଲି ପାଇବାରୁ ବଞ୍ଚତ୍ତ ହୋଇ ରହିଛନ୍ତି। କେତେଜଣ ଏ ନେଇ ଜିଲା ଯୋଗାଣ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ଜୋନାଲ ସେଣ୍ଟର ସମ୍ବଲପୁରରୁ ବିଳମ୍ବରେ ଡାଲି ଯୋଗାଣ ହେଉଥିବାରୁ ଏପରି ସମସ୍ୟା ଉପୁଜିଥିବା କହି ଅଧିକାରୀ ପ୍ରସଙ୍ଗ ଏଡ଼ାଇ ଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାର ସୁଷମ ବଣ୍ଟନ ବ୍ୟବସ୍ଥାର ସମୀକ୍ଷା କରୁ ନ ଥିବାରୁ ଏପରି ସମସ୍ୟା ହେଉଥିବା ବୁଦ୍ଧିଜୀବୀମାନେ କହିଛନ୍ତି।
ଏ ନେଇ ଜିଲା ଯୋଗାଣ ଅଧିକାରୀ ସଞ୍ଜୀବ ସାହୁ କୁହନ୍ତି, ଢେଙ୍କାନାଳ ଜିଲାକୁ ଡାଲି ଯୋଗାଣ ପାଇଁ ସମ୍ବଲପୁରରୁ ଜୋନାଲ ଜିଲା କରାଯାଇଛି । ସେଠାରୁ ଢେଙ୍କାନାଳ ସମେତ ଅନ୍ୟ ଜିଲାକୁ ମାଲ୍‌ ପରିବହନ ଗାଡି ବ୍ୟବସ୍ଥାକୁ ଦେଖି ଡାଲି ଯୋଗାଣ ହେଉଛି। ହେଲେ କିଛି ବ୍ଲକର ଅଧା ହିତାଧିକାରୀଙ୍କୁ ଡାଲି ମିଳିଥିବାବେଳେ ଆଉ କେତେକ ବ୍ଲକରେ ପହଞ୍ଚତ୍ ପାରିନାହିଁ। ଖୁବ୍‌ଶୀଘ୍ର ସମସ୍ୟା ସମାଧାନ ହେବ ବୋଲି ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରକୋଟ ଗ୍ରାମ ନିକଟରେ କଲରାପତରିଆ ବାଘଛୁଆର ମୃତଦେହ: ଘଟଣାସ୍ଥଳରେ ଡିଏଫ୍ଓ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରେ ବୁଧବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘ ଛୁଆ ମରି…

ଗଞ୍ଜାମ ପୋଲିସ ଜିଲା ହାବିଲଦାର-କନଷ୍ଟେବଳ ସଂଘ ନିର୍ବାଚନ: ପୁଣି ସଭାପତି ହେଲେ ଗୋରାଚାନ୍ଦ, ସମ୍ପାଦକ ହେଲେ ସୁବାଷ

ଛତ୍ରପୁର,୧୮।୨(ଦିଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଳ ସଂଘର କର୍ମକର୍ତ୍ତା ନିର୍ବାଚନର ବୁଧବାର ଗଣତି ସହିତ ଫଳାଫଳ ଘୋଷଣା ହୋଇଯାଇଛି। ପୁଣି ନିର୍ବାଚନରେ ଗୋରାଚାନ୍ଦ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ମହତ୍ କାମ: ବାଲୁଙ୍କୀ ଦାଶ ସ୍ମୃତି ପାଠାଗାର ଜମିକୁ ଜିଲା ପ୍ରଶାସନକୁ ହସ୍ତାନ୍ତରଣ କଲେ…

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ଅଧିନରେ ରହିଥିବା ସ୍ଥାନୀୟ ସରକାରୀ ଡ଼ାକ୍ତରଖାନା ସମ୍ମୁଖସ୍ଥ ବାଲୁଙ୍କୀ ଦାଶ ସ୍କୃତି ପାଠାଗାର ଜମିକୁ ବୁଧବାର ଜିଲା…

ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୧ରେ ଶୁଭଖୁଣ୍ଟି ସ୍ଥାପନ,ମେ’ ୨୦ରେ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri