ଅଧା ବାଟରେ ରୋଗୀଙ୍କୁ ଛାଡ଼ି ଚାଲିଗଲା ଆମ୍ବୁଲାନ୍ସ

ଛତ୍ରପୁର/ ଗଞ୍ଜାମ,୨୫ା୧(ଡି.ଏନ.ଏ.)-ଟଙ୍କା ନ ଦେବାରୁ ୧୦୮ ଆମ୍ବୁଲାନ୍ସ ରୋଗୀଙ୍କୁ ଅଧାବାଟରେ ଓହ୍ଲାଇ ଦେଇ ଚାଲିଗଲା। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲାରେ। ଜିଲାପାଳଙ୍କ ନିର୍ଦ୍ଦେଶ ପରେ ସମ୍ପୃକ୍ତ ଆଉଟ୍‌ସୋର୍ସିଂ ସଂସ୍ଥା କାର୍ଯ୍ୟରେ ଅବହେଳା କରିଥିବା ୧୦୮ ଆମ୍ବୁଲାନ୍ସର ୩ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି। ସେମାନେ ହେଲେ ଚାଳକ ସରୋଜ ପାଢୀ, ପାଇଲଟ ପ୍ରଦୀପ କୁମାର ଗୌଡ, ଆଟେଣ୍ଡାଣ୍ଟ ଜି. କ୍ରିଷ୍ଣା।
ଅନୁଯାୟୀ, କୁକୁଡ଼ାଖଣ୍ଡି ବ୍ଲକ ଅଞ୍ଚଳର ଅନାମ ଦାସଙ୍କ ସାନପୁଅ ସାହିଲ ଅସୁସ୍ଥ ଥିବାରୁ ୩ଦିନ ହେବ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ଶୁକ୍ରବାର ଡାକ୍ତର ତାଙ୍କୁ କଟକ ବଡ ମେଡିକାଲକୁ ରେଫର କରିଥିଲେ। ଅନାମ ଓ ତାଙ୍କ ସ୍ତ୍ରୀ ପୁଅଙ୍କୁ ଧରି ୧୦୮ ଆମ୍ବୁଲାନ୍ସ (ନଂ.ଓଡି୦୨ବିଏଚ୍‌-୧୨୪୩)ରେ କଟକ ବଡ଼ ମେଡିକାଲ ଯିବାକୁ ବାହାରିଥିଲେ। ପୂର୍ବାହ୍ନରେ ଆମ୍ବୁଲାନ୍ସ ଷ୍ଟାଫ୍‌ ଅନାମଙ୍କୁ ଟଙ୍କା ମାଗିଥିଲେ। ଟଙ୍କା ଦେବାକୁ ଅସମର୍ଥ ହେବାରୁ ସମସ୍ତଙ୍କୁ ଗଞ୍ଜାମ ନିକଟରେ ଓହ୍ଲାଇ ଦେଇ ପଳାଇଥିଲେ। ସ୍ଥାନୀୟ ଅଞ୍ଚଳର ସ୍ବେଚ୍ଛାସେବୀ ଆର୍ଥିକ ସହାୟତା କରିବା ସହ ଗଞ୍ଜାମ ମେଡିକାଲରୁ ୧୦୮ ଆମ୍ବୁଲାନ୍ସକୁ ଡାକି ପୁଣି ବ୍ରହ୍ମପୁରର ବଡ ମେଡିକାଲରେ ପଠାଇଥିଲେ।
ପାଇ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଉକ୍ତ ଗାଡିର ସମସ୍ତ ଷ୍ଟାଫଙ୍କୁ ନିଲମ୍ବିତ କରିବାକୁ ଜାତୀୟ ସ୍ବାସ୍ଥ୍ୟ ମିଶନର ଜିଲା ପ୍ରକଳ୍ପ ନିର୍ଦ୍ଦେଶକ (ଡିପିଏମ୍‌) ଶ୍ୟାମସୁନ୍ଦର ତ୍ରିପାଠୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଜିଲାପାଳଙ୍କ ଉକ୍ତ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଡିପିଏମ୍‌ ତ୍ରିପାଠୀ ଆଉଟସୋର୍ସିଂ ସଂସ୍ଥା କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ସଂସ୍ଥା ପକ୍ଷରୁ ସେମାନଙ୍କୁ ନିଲମ୍ବିତ କରାଯାଇଥିବା ଯୋଗାଯୋଗ ବେଳେ ଡିପିଏମ୍‌ ତ୍ରିପାଠୀ ସୂଚନା ଦେଇଛନ୍ତି।