ଅଦିନିଆ ବର୍ଷାରେ ଭାଙ୍ଗିଲା ଘର

କପ୍ତିପଦା,୯ା୫(ଡି.ଏନ.ଏ)- କପ୍ତିପଦା ଖପରାପାଳ ଗ୍ରାମର ଜଣେ ଗରିବ ମହିଳାଙ୍କ ଘରଟି ଅଦିନିଆ ବର୍ଷାରେ ଭାଙ୍ଗି ମାଟିରେ ମିଶିଯାଇଛି। ସେ ହେଲେ ମୀନତି ଦାସ। ତାଙ୍କର ୨ପୁଅ ଓ ୨ ଝିଅ। ୨ ପୁଅ ଶ୍ରମିକ ଭାବେ କାମ କରୁଥିବାବେଳେ ୨ ଝିଅଙ୍କ ବିବାହ ସରିଛିି। ମୀନତିଙ୍କ ସ୍ବାମୀ ସ୍ବର୍ଗତ ଦୁର୍ଯ୍ୟୋଧନ ଦାସଙ୍କର ୨୦ବର୍ଷ ପୂର୍ବରୁ ମୃତ୍ୟୁ ଘଟିଛି। ମୀନତି ବହୁ ଦୁଖଃକଷ୍ଟରେ ଦିନ କାଟୁଥିବା ବେଳେ ଅଦିନିଆ ବର୍ଷା ପବନରେ ତାଙ୍କ ଘରଟି ଭାଙ୍ଗି ଯିବା ପରେ ସେ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଛନ୍ତି। ବ୍ଲକ୍‌ ପ୍ରଶାସନ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।