ଅତ୍ୟାଧୁନିକ ପୋଷାକ ଶୋ’ରୁମ୍‌ ଉଦ୍‌ଘାଟିତ

ତାଳଚେର, ୨୬ା୮(ନି.ପ୍ର.)  ଗଣେଶ ପୂଜା ଅବ୍ୟବହିତ ପୂର୍ବରୁ ତାଳଚେର ହାଣ୍ଡିଧୂଆଁ ଛକ ନିକଟରେ ରବିବାର ଏକ ଅତ୍ୟାଧୁନିକ ପୋଷାକ ଶୋ’ ରୁମ୍‌ ଉଦ୍‌ଘାଟିତ ହୋଇଯାଇଛି। ବବିତା ମାଣ୍ଡୋଠିଆ ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ଶୋ’ରୁମରେ କ୍ରିମଶନ କ୍ଲବ, ଟରଟଲ, ମୁଫ୍‌ତି, କିଲର, ବଟରଫ୍ଲାଏ ଭଳି କମ୍ପାନୀର ପୋଷାକ ଉପଲବ୍ଧ। ଏହା ଅନୁଗୋଳ ଜିଲାର ୫ ନମ୍ବର ଶୋ’ରୁମ ଓ ତାଳଚେର ଶିଳ୍ପାଞ୍ଚଳ ବାସିନ୍ଦାଙ୍କ ଚାହିଦାକୁ ପୂରଣ କରିବାରେ ସକ୍ଷମ ହୋଇପାରିବ ବୋଲି ସ୍ବତ୍ୱାଧିକାରୀ ପବନ ମାଣ୍ଡୋଠିଆ ପ୍ରକାଶ କରିଛନ୍ତି। ଉଦ୍‌ଘାଟନ ଅବସରରେ ଜୟପ୍ରକାଶ ମାଣ୍ଡୋଠିଆ, ରାଜୀବ ଅଗ୍ରୱାଲ, ଲକ୍ଷ୍ମୀ ଅଗ୍ରୱାଲଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।