ଅତିରିକ୍ତ ତହସିଲଦାର, ଆର୍‌ଆଇଙ୍କୁ ଆକ୍ରମଣ ଘଟଣା: ୨୧ ଜଣଙ୍କ ନାମରେ ମାମଲା ରୁଜୁ

ଭଣ୍ଡାରିପୋଖରୀ, ୫ା୨(ଡି.ଏନ.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲ ଅଧୀନ ବନ୍ଦାଳୋ ମଢ଼ିଆଳୀ ପଞ୍ଚାୟତ ବିରିଡ଼ିସ୍ଥିତ ବୈତରଣୀ ନଦୀପଠାରୁ ବେଆଇନ ବାଲି ଚୋରାଚାଲାଣ ରୋକିବାକୁ ଉଦ୍ୟମ କରି ମଞ୍ଜୁରିରୋଡ଼ ଅତିରିକ୍ତ ତହସିଲଦାର ଶରତ କୁମାର ସ୍ବାଇଁ ଓ ଆର୍‌ଆଇ ରାମନାରାୟଣ ସାମଲ ବାଲିମାଫିଆଙ୍କ ଆକ୍ରମଣର ଶିକାର ହୋଇଛନ୍ତି। କେତେକ ବାଲିମାଫିଆ ଓ ଟ୍ରାକ୍ଟର ମାଲିକ ଆର୍‌ଆଇ କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା କରିବା ସହ ଅତିରିକ୍ତ ତହସିଲଦାର ସ୍ବାଇଁ, ଆର୍‌ଆଇ ସାମଲ ଓ ତହସିଲ କର୍ମଚାରୀ ପ୍ରଦୀପ ଜେନାଙ୍କୁ ଠେଙ୍ଗା, ରଡ୍‌ ଓ ଟେକାରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ଅତିରିକ୍ତ ତହସିଲଦାର ସ୍ବାଇଁ ସୋମବାର ବିଳମ୍ବିତ ରାତିରେ ସ୍ଥାନୀୟ ଥାନାରେ ବିରିଡ଼ି ଗ୍ରାମର ରମେଶ ରାଉତ, ବନ୍ଦାଳୋ ଗ୍ରାମର ଅମରେଶ ବିଶ୍ୱାଳ, ବାବଲପୁର ଗ୍ରାମର ଅନୀଲ କର, ଶାସନର ଆନନ୍ଦ ସାହୁ, ସଞ୍ଜୟ ସାହୁ, ଭରତ ନାୟକ ଓ ଅନ୍ୟ ୧୫ରୁ ଊର୍ଦ୍ଧ୍ୱ ଅସାମାଜିକ ଯୁବକ ଆକ୍ରମଣ କରିଥିବା ଅଭିଯୋଗ କରିଥିଲେ। ପୋଲିସ ଥାନାରେ ମାମଲା(ନଂ. ୨୮/୨୦) ଦଫା ୩୪୧, ୨୯୪, ୪୫୨, ୩୩୨, ୩୩୩, ୩୫୩, ୩୦୭, ୫୦୬, ୩୪ ରୁଜୁ କରିଛି। ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି।
ବାଲି ଚୋରାଚାଲାଣ ଅଭିଯୋଗକୁ ଆଧାର କରି ମଞ୍ଜୁରିରୋଡ୍‌ ଆର୍‌ଆଇ ସାମଲ ସୋମବାର ବୈତରଣୀ ନଦୀପଠା ପରିଦର୍ଶନ କରିଥିଲେ। ଏହି ସମୟରେ ନଦୀବନ୍ଧ ଉପରେ ଦୁଇଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରି ଚାଳକଙ୍କୁ ଗାଡ଼ି ଆର୍‌ଆଇ କାର୍ଯ୍ୟାଳୟ ନେବାକୁ କହିଥିଲେ। ତେବେ ଚାଳକଦ୍ୱୟ ଟ୍ରାକ୍ଟରକୁ ଆଣି ନଦୀବନ୍ଧ ଉପରେ ବାଲି ଖଲାସ କରିଦେଇଥିଲେ। ଏଥିରେ ଆର୍‌ଆଇ ଅସନ୍ତୋଷ ପ୍ରକାଶ କରି ଟ୍ରାକ୍ଟର ନମ୍ବର ସହ ଫଟୋ ଉଠାଇ ପଳାଇ ଆସିଥିଲେ। ଅତିରିକ୍ତ ତହସିଲଦାର ସ୍ବାଇଁ କୌଣସି କାମରେ ତଦନ୍ତ କରିବାକୁ ମଞ୍ଜୁରିରୋଡ଼ ଅଞ୍ଚଳକୁ ଯାଇ ଆର୍‌ଆଇଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ଆର୍‌ଆଇ ଏସବୁ ବିଷୟରେ କହିବା ପରେ ଅତିରିକ୍ତ ତହସିଲଦାର ଆର୍‌ଆଇଙ୍କ ସହ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ହେଲେ ସେଠାରୁ ଆସି ଅଧିକାରୀମାନେ ଆର୍‌ଆଇ କାର୍ଯ୍ୟାଳୟରେ ଆଲୋଚନା କରୁଥିବାବେଳେ କେତେକ ବାଲିମାଫିଆ ଓ ଟ୍ରାକ୍ଟର ମାଲିକ ପହଞ୍ଚତ୍ ଆକ୍ରମଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବେଲଗୁଣ୍ଠାରେ ଜିଲାସ୍ତରୀୟ ଅଭିଯୋଗ ଶୁଣାଣି, ୪ ଜଣଙ୍କୁ ୨୫ ହଜାର ଟଙ୍କା ସହାୟତା ପ୍ରଦାନ

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ…

କାଳୀମେଘା ହତ୍ୟାକାଣ୍ଡ ଘଟଣା; ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର, ପତ୍ନୀ ସମେତ ୫ ଗିରଫ

କଳିଙ୍ଗନଗର,୧୩।୪(ଶୁଭାଶିଷ ରାଉତ ): ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳୀମେଘା ସ୍ଥିତ ଗେଷ୍ଟହାଉସ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଧାଫାଶ କରିଛି…

ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଜଳିଗଲା ବୁଲେଟ୍, କେମିତି ଲାଗିଲା ନିଆଁ?

ବଲାଙ୍ଗୀର,୧୩।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଅଭାବନୀୟ ଘଟଣା । ଜଣେ ଓକିଲ ତାଙ୍କ ବୁଲେଟ୍ ରଖି ରେକର୍ଡ ରୁମକୁ ଯାଇଥିବା ବେଳେ ହଠାତ୍…

ରଙ୍ଗ ରୁଟ୍‌ରେ ପଶିଆସିଲା ହାଇଓ୍ବା: ଧକ୍କାଦେଲା କଲେଜ ବସ୍‌,୧୫ରୁ ଉର୍ଦ୍ଧ୍ୱ ଛାତ୍ର ଗୁରୁତର  

କଳିଙ୍ଗନଗର,୧୩୪(ଶୁଭାଶିଷ ରାଉତ ): ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ ଓଉପଦା ଛକ ନିକଟରେ ଏକ ଘରୋଇ କଲେଜ(ପ୍ରୟାସ)ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ରଙ୍ଗରୁଟରେ ପଶିଆସିଥିବା ଏକ ହାଇୱାକୁ…

ଯୁବ ବ୍ୟବସାୟୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ: ପ୍ରି ପ୍ଲାନ୍‌ରେ ଲୁଚାଯାଇଥିବା ଗାଡ଼ି ଜବତ

ବଲାଙ୍ଗୀର/ସଇଁତଳା,୧୩।୪(ସୁନିଲ ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଜାତୀୟ ରାଜପଥ-୨୬ ନବୀନ ଛକ ନିକଟରେ ଶୁକ୍ରବାର ଅପରାହ୍ନ ସମୟରେ ଏକ ଚାରି ଚକିଆ ଗାଡ଼ି ମଡ଼ାଇ…

ଅନ୍ଧକାର ଘେରରେ ଛତ୍ରପୁର ଶିଶୁ ଉଦ୍ୟାନ; ଜଳୁନି ଲାଇଟ୍, ପ୍ରଶାସନକୁ ଧ୍ୟାନ ଦେବାକୁ ଦାବି

ଛତ୍ରପୁର,୧୩।୪(ଦିଲୀପ ସାମଲ): ସାରା ଦିନ କଠିନ ପରିଶ୍ରମ କରି ପାଠ ପଢୁଥିବା ଶିଶୁଟିଏ ସଞ୍ଜ ନଇଁଲେ ନିଜକୁ ଖେଳ କୁଦରେ ଲିପ୍ତ କରି ଦେଇଥାଏ। ଆଉ ଯେତେବେଳେ…

ଗାଁରେ ନଛାଡି ବାଟରେ ମୃତଦେହ ଓହ୍ଲାଇଦେଲା ଆମ୍ବୁଲାନ୍ସ, ରାସ୍ତା ନ ଥିବାରୁ କାନ୍ଧରେ ବୋହିଲେ ଗ୍ରାମବାସୀ

ଗୁଡାରି,୧୩ା୪( ପ୍ରମୋଦ କୁମାର ପତି ): ଡାକ୍ତରଖାନାରୁ ମୃତଦେହ ଗ୍ରାମକୁ ନେଲାନି ଆମ୍ବୁଲାନ୍ସ । ରାସ୍ତା ଖରାପ ଯାଇହେବନି କହି ମୃତଦେହ ଓହ୍ଲାଇ ଦେଲା ଗ୍ରାମଠାରୁ ୩…

ପରିଶ୍ରମ ଅନୁଯାୟୀ ମହୁଲ ଫୁଲ ସଂଗ୍ରହକାରୀଙ୍କୁ ମିଳୁନି ମୂଲ, ଜୀବିକାକୁ ଆଦରି ନେଇ…

ବରଗଡ଼/ଝାରବନ୍ଧ,୧୩।୪(ପ୍ରେମାନନ୍ଦ ଖମାରୀ/ ଦେବେନ୍ଦ୍ର ସାହୁ): ଲଘୁ ବନଜାତ ଦ୍ରବ୍ୟ ମଧ୍ୟରୁ ମହୁଲ ଫୁଲ ଅନ୍ୟତମ। ଫାଲଗୁନ ମାସ ଆସିବା ମାତ୍ର ଏହି ଫୁଲ ଗଛରେ ଦେଖିବାକୁ ମିଳେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri