ଅଣସର ଦର୍ଶନ ୧୧ ଦିନରେ: ନଟବର ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ବ୍ରହ୍ମଗିରି, ୩୦ା୬(ଡି.ଏନ୍‌.ଏ.): ଦେବ ସ୍ନାନ ପୂର୍ଣ୍ଣମୀରେ ଶ୍ରୀଜୀଉମାନେ ମହାସ୍ନାନ ପରେ ଅଣସର ପିଣ୍ଡିରେ ଗୁପ୍ତ ସେବା ପାଉଛନ୍ତି। ଏପଟେ ମହାପ୍ରଭୁ ଅଲାରନାଥଙ୍କ ନିକଟରେ ଚାଲିଛି ଅଣସର ଦର୍ଶନ। ଶନିବାର ଥିଲା ଖଳିଲାଗି ଏକାଦଶୀ। ଏହି ଅବସରରେ ମହାପ୍ରଭୁଙ୍କୁ ଖଳିଲାଗି କରାଯାଇଥିବା ସମୟରେ ଅଲାରନାଥଙ୍କ ନଟବର ବେଶ ଅନୁଷ୍ଠିତ ହୋଥେିଲା। ଏହି ନଟବର ବେଶ ଏକ ସ୍ବତନ୍ତ୍ର ବେଶ। ଅଣସର ଦର୍ଶନ ସମୟରେ ପଡୁଥିବା ଏହି ଖଳିଲାଗି ଏକାଦଶୀ ଦିନ ଶ୍ରୀଜୀଉଙ୍କ ନଟବର ବେଶ ଅନୁଷ୍ଠିତ ହୋଇଥାଏ। ଶନିବାର ଭୋର ୪ଟାରୁ ମନ୍ଦିର ଦ୍ୱାର ଖୋଲାଯାଇ ୪ଟା ୧୫ରେ ମଙ୍ଗଳ ଆଳତୀ, ୪ଟା ୩୦ରେ ଅବକାଶ, ୫ଟାରେ ମହାପ୍ରଭୂଙ୍କୁ ନଟବର ବେଶ କରାଯାଇ ଚନ୍ଦନ ତୁଳସୀ ଲାଗି କରାଯାଇଥିଲା। ୫ଟା ୩୦ରେ ବଲ୍ଲଭ ଧୂପ ଓ ସକାଳ ୬ଟାରେ ସର୍ବସାଧାରଣ ଦର୍ଶନ ହୋଇଥିଲା। ନଟବର ବେଶ ଦେଖିବା ପାଇଁ ଭକ୍ତଙ୍କ ଭିଡ଼ ଲାଗିଥିଲା।

ଅଲାରନାଥଙ୍କ ବିଭିନ୍ନ ବେଶ
ସର୍ବାଙ୍ଗ ଚନ୍ଦନ ବେଶ- ଏହା ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ସପ୍ତମୀ ତିଥି ଅର୍ଥାତ ଚନ୍ଦନ ଯାତ୍ରାର ଶ୍ରୀକ୍ଷେତ୍ର ଭଉଁରୀ ଦିନ ହୋଇଥାଏ। ଏହି ଦିନ ୧୦ କିଲୋ ଚନ୍ଦନ କାଠ ଘୋରାଯାଇ ଶ୍ରୀ ଜିଉଙ୍କ ସର୍ବାଙ୍ଗ ଶରୀରରେ ଲେପନ କରାଯାଇଥାଏ।

ରାଜାଧିରାଜ ବେଶ- ଏହି ବେଶ ଦଶହରା, କାର୍ତ୍ତିକ ପୂର୍ଣ୍ଣମୀ ଓ ପୌଷ ପୂର୍ଣ୍ଣମୀରେ ଦେବାଭିଷେକ ପରେ ଅନୁଷ୍ଠିତ ହୋଇଥାଏ। ଏହି ଦିନ ଶ୍ରୀ ଜିଉଙ୍କୁ ପଞ୍ଚତୀର୍ଥ ଜଳରେ ସ୍ନାନ କରାଯିବା ପରେ ବେଶ କରାଯାଇଥାଏ। ଏହି ବେଶରେ ଶ୍ରୀଜୀଉ ରାଜ ପୋଷାକ, ସୁନ କୀରଟି, ସୁନା ଚିତା, ସୁନା ହାର, ରୂପା ବାହୁଟି, ରୂପା ବାଜୁ, ରୂପା ବଟଫଳ ଓ ରୂପା ପାଉଁଜି ପିନ୍ଧିଥାନ୍ତି।

ରାଧା ଦାମୋଦର ବେଶ- ଆଶ୍ୱିନ୍ନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଏହି ବେଶ ଅନୁଷ୍ଠିତ ହୋଇଥାଏ। କାର୍ତ୍ତିକ ମାସରେ ରାଧ ଦାମୋଦରଙ୍କୁ ପୂଜା କରାଯାଉଥିବାରୁ ମାସ ଯାକ ଏହି ବେଶ ଅନୁଷ୍ଠିତ ହେବାର ପରମ୍ପରା ରହିଛି। ଏହି ବେଶରେ ଠାକୁରଙ୍କୁ ସୁନା ଚିତା, ରୂପା ବାଜୁ ଓ ରୂପା ବଟ ଫଳ ପିନ୍ଧା ଯାଇଥାଏ। ପ୍ରାୟ ୩୦ରୁ ୩୫ଖଣ୍ଡ ଲୁଗାରେ ଧୋତି, ଚଦର, ଦୋଷଡ଼ା, କମର ପଟି ଓ ପଗଡ଼ିଦ୍ୱାରା ଠାକୁରଙ୍କୁ ବେଶ କରାଯାଇଥାଏ।

ଘୋଡ଼ଲାଗି ବେଶ- ଏହା ଓଢଣ ଷଷ୍ଠୀ ଠାରୁ ବସନ୍ତ ପଞ୍ଚମୀ ପଯର୍‌ୟନ୍ତ ଅନୁଷ୍ଠିତ ହୋଇଥାଏ। ଏହି ସମୟରେ ଠାକୁରଙ୍କ ସର୍ବାଙ୍ଗ ଶରୀରକୁ ଏକ ରେଶମ ଚଦରରେ ଆବୃତ୍ତ କରାଯାଇଥାଏ।

ସେହିପରି ଠାକୁରଙ୍କ ଚିତାଲାଗି ବେଶ, ବାଳକୃଷ୍ଣ ବେଶ, ଲକ୍ଷ୍ମୀନାରାୟଣ ବେଶ, ନୂଆ ଲୁଗା ଲାଗି ବେଶ ଅନୁଷ୍ଠିତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

‘ଆଣ୍ଟିବାୟୋଟିକ ପାଇଁ ବଢୁଛି ନିରବ ମହାମାରୀ’, ମୋଦିଙ୍କ ପରାମର୍ଶକୁ ନେଇ ବିଶେଷଜ୍ଞ କହିଲେ ସମୟ ଆବଶ୍ୟକ

ନୂଆଦିଲ୍ଲୀ,୩୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଣ୍ଟିବାୟୋଟିକ ଅପବ୍ୟବହାର ବିରୋଧରେ ବାର୍ତ୍ତା ସମୟର ଆବଶ୍ୟକତା ଏବଂ ଦେଶରେ ଦ୍ରୁତ ଗତିରେ ବଢୁଥିବା ଆଣ୍ଟିମାଇକ୍ରୋବାୟଲ ପ୍ରତିରୋଧ (AMR)ର ଗମ୍ଭୀର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

Rashimka and Vijay Wedding: ସାମ୍ନାକୁ ଆସିଲା ରଶ୍ମିକା-ବିଜୟଙ୍କ ବିବାହ ତାରିଖ, ଏହି ଅତିଥି ଦେବେ ଯୋଗ

ନୂଆଦିଲ୍ଲୀ,୩୦ା୧୨ : ସାଉଥ ସିନେମାର ଷ୍ଟାର କପଲ୍ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ସେମାନଙ୍କ ବିବାହକୁ ନେଇ ବହୁତ ଦିନ ଧରି ଚର୍ଚ୍ଚାରେ ରହି...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ଜିତୁଙ୍କୁ ବଡ଼ ଦାୟିତ୍ୱ ଦେଲେ ନବୀନ: ସମର୍ଥକଙ୍କ ମହଲରେ ଉତ୍ସାହ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ର ଯୁବନେତା ଅମରନାଥ ଭୋଇ(ଜିତୁ)ଙ୍କୁ ବିଜେଡ଼ି ବଡ଼ ଦାୟିତ୍ୱ ଦେଇଛି। ତାଙ୍କୁ ବିଜୁ ଯୁବ ଜନତା ଦଳର ଉପସଭାପତି(ବରିଷ୍ଠ)ଭାବେ ମନୋନୀତ କରିଛି। ଯୁବନେତା ଜିତୁଙ୍କୁ...

କ୍ଷମା ମାଗିଲେ ଲଲିତ ମୋଦି

ନୂଆଦିଲ୍ଲୀ,୩୦ା୧୨ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦି ନିକଟରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସହ ଲଣ୍ଡନରେ ପାର୍ଟି କରୁଥିବାର...

ସାମୁଦ୍ରିକ କ୍ଷମତା ବଢ଼ାଉଛି ଚାଇନା

ବେଜିଂ,୩୦ା୧୨:ତାଇଓ୍ବାନକୁ ଚାଇନା ନିଜ ଅଞ୍ଚଳ ବୋଲି ଦାବି କରିଆସୁଥିବାବେଳେ ଏହାକୁ ନେଇ ଜାପାନ ସହ ବେଜିଂର କୂଟନୈତିକ ଉତ୍ତେଜନା ଦେଖାଦେଇଛି। ଏଭଳି ସମୟରେ ଚାଇନା ସେନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri