ଅଣସରରେ ପାଇବେ ପୂଜା

ପୁରୀ ଅଫିସ, ୧୩ା୬: ଶୀତଳ ଷଷ୍ଠୀଠାରୁ ଚାଲିଛି ତିନିଠାକୁରଙ୍କ ପଟିଦିଅଁ ନିର୍ମାଣ। ଚିତ୍ରକର ସାହିରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ବାସେଳୀ ସାହିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପଟିଦିଅଁ କାମ ଚାଲିଛି। ଚିତ୍ରକର ସାହିରେ ବୁଢା ମହାରଣାଙ୍କ ଦେହାନ୍ତ ପରେ ତାଙ୍କ ପୁତ୍ର ଚନ୍ଦନ ଏହି କାମ କରୁଛନ୍ତି। ସେହିପରି ବାସେଳୀ ସାହିରେ ବରିଷ୍ଠ ଚିତ୍ରକର ନାରାୟଣ ମହାରଣା ପଟି କାମରେ ଲାଗିଛନ୍ତି।
ଜ୍ୟେଷ୍ଠ ମାସରେ ମହାପ୍ରଭୁ ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଅସୁସ୍ଥ ହୋଇପଡ଼ନ୍ତି। ଏହାପରେ ଠାକୁରମାନେ ଜଗମୋହନରେ ସ୍ବତନ୍ତ୍ର ଭାବେ ନିର୍ମିତ ଅସ୍ଥାୟୀ ଅଣସର ଘରେ ରହନ୍ତି। ଏହି ସମୟରେ ଗୁପ୍ତ ନୀତି ହୋଇଥାଏ। ଠାକୁରମାନଙ୍କ ଦର୍ଶନ ମିଳେ ନାହିଁ। ତେଣୁ ଠାକୁରମାନଙ୍କ ପ୍ରତିନିଧି ସ୍ବରୂପ ପଟିଦିଅଁ ପୂଜା ପାଆନ୍ତି। ଅଣସର ସମୟରେ ପୂଜା ପାଉଥିବାରୁ ଏହାକୁ ଅଣସର ପଟି ମଧ୍ୟ କୁହାଯାଏ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିନିଧି ସ୍ବରୂପ ଯଜ୍ଞନାରାୟଣ, ପ୍ରଭୁ ବଳଭଦ୍ରଙ୍କ ପ୍ରତିନିଧି ଅନନ୍ତ ବାସୁଦେବ ଏବଂ ଦେବୀ ସୁଭଦ୍ରାଙ୍କ ପ୍ରତିନିଧି ଭାବେ ଭୁବନେଶ୍ୱରୀ ପୂଜା ପାଇଥାନ୍ତି।
ବରିଷ୍ଠ ଚିତ୍ରକର ନାରାୟଣ କହନ୍ତି, ସୂତା କପଡ଼ାରେ ଖଡ଼ିଗୁଣ୍ଡ, ଅଠା ମିଶ୍ରିତ ଏକ ମଣ୍ଡ ଲେପନ କରି ପଟି ପ୍ରସ୍ତୁତ କରାଯାଏ। ପଟିକୁ ଖରାରେ ଶୁଖାଯାଏ। ପରେ ଏକ ମସୃଣ ପଥରରେ ପଟି ଘଷାଯାଏ। ପାରମ୍ପରିକ ରୀତିରେ ହିଙ୍ଗୁଳ, ହରିତାଳ, ଶଙ୍ଖ ଓ ପୋଡ଼ା ଷଢେଇରେ ପ୍ରସ୍ତୁତ ରଙ୍ଗ (ନାଲି, ହଳଦିଆ, ଧଳା, କଳା) ପ୍ରସ୍ତୁତ କରାଯାଏ। ରୁକୁଣା ଏକାଦଶୀଠାରୁ ପ୍ରସ୍ତୁତ ପଟିରେ ରଙ୍ଗ ଦେଇ ପାରମ୍ପରିକ ଶୈଳୀରେ ଚିତ୍ର ଅଙ୍କନ କରାଯାଏ। ଅଣସର ବେଳେ ଶ୍ରୀମନ୍ଦିରରେ ପୂଜିତ ଏହି ପଟିଦିଅଁଙ୍କଠାରୁ ଓଡ଼ିଶାର ପଟଚିତ୍ର ଶିଳ୍ପର ଉତ୍ପତ୍ତି ବୋଲି ଐତିହ୍ୟ ଗବେଷକ ଦେବୀ ନନ୍ଦ ମତବ୍ୟକ୍ତ କରିଛନ୍ତି। ଦେଶ ତଥା ବିଦେଶରେ ଏହି ପଟଚିତ୍ରର ବେଶ୍‌ ଚାହିଦା ରହିଛି।
ପଟିଦିଅଁ (ଅଣସର ପଟି)ଙ୍କ ବିବରଣୀ
ବଳଭଦ୍ର: ଅନନ୍ତ ବାସୁଦେବ ବା ଶେଷନାଗ ଭାବେ ପୂଜିତ। ଦେହ ବର୍ଣ୍ଣ ଶୁଭ୍ର। ନୀଳ ରଙ୍ଗ ବସ୍ତ୍ର, ମୁଣ୍ଡ ଉପରେ ସପ୍ତଫେଣୀ ନାଗ ସହିତ ପଦ୍ମାସନରେ ଉପବିଷ୍ଟ। ପାର୍ଶ୍ୱଦେବତା : ବାମରେ ଇନ୍ଦ୍ର, ଦକ୍ଷିଣରେ ଶିବ। ଆୟୁଧ: ଉପର ବାମହସ୍ତରେ ଶଙ୍ଖ, ଉପର ଦକ୍ଷିଣ ହସ୍ତରେ ଚକ୍ର, ନିମ୍ନ ବାମହସ୍ତରେ ହଳ, ନିମ୍ନ ଦକ୍ଷିଣ ହସ୍ତରେ ମୂଷଳ ରହିଥିବାବେଳେ ବେକରେ ଚମ୍ପାକଢି ମାଳ ଝୁଲିଥାଏ।
ଦେବୀ ସୁଭଦ୍ରା: ଯାଜ୍ଞସେନୀ ବା ଭୁବନେଶ୍ୱରୀ ଭାବେ ପୂଜିତା। ପଦ୍ମାସନରେ ଉପବିଷ୍ଟ। ଦେହବର୍ଣ୍ଣ ହଳଦିଆ, ବସ୍ତ୍ର-ଶୁଭ୍ର ବର୍ଣ୍ଣରେ ସାମାନ୍ୟ ଛିଟା। ପାର୍ଶ୍ୱଦେବୀ: ଜୟା ଓ ବିଜୟା। ଆୟୁଧ : ଉପର ଦୁଇ ହସ୍ତରେ ପଦ୍ମ, ତଳ ବାମହସ୍ତରେ ବରଦ ମୁଦ୍ରା ଓ ଦକ୍ଷିଣ ତଳ ହସ୍ତରେ ଅଭୟ ମୁଦ୍ରା, ବେକରେ ପଦ୍ମକଢି ମାଳ ରହିଥାଏ।
ଶ୍ରୀଜଗନ୍ନାଥ : ପଦ୍ମାସନରେ ଉପବିଷ୍ଟ। ଏହି ରୂପ ଯଜ୍ଞ ନାରାୟଣ ଭାବେ ପୂଜିତ। ଦେହ ବର୍ଣ୍ଣ କଳା, ବସ୍ତ୍ର-ହଳଦିଆ ରଙ୍ଗ। ପାର୍ଶ୍ୱରେ ସପ୍ତଋଷି ବିଦ୍ୟମାନ। ଆୟୁଧ : ଉପର ବାମ ହସ୍ତରେ ଶଙ୍ଖ, ଦକ୍ଷିଣରେ ଚକ୍ର, ନିମ୍ନ ବାମ ହସ୍ତରେ ଗଦା, ଦକ୍ଷିଣରେ ପଦ୍ମ ଶୋଭା ପାଏ। ବେକରେ ପଦ୍ମମାଳ ରହିଥାଏ।

ପ୍ରଭାତ ପାଣିଗ୍ରାହୀ


Enter your email to get our daily news in your inbox.

All Right Reserved By Dharitri.Com

ଲବି କରୁଥିଲେ ତିନି ନେତା, ବର୍ଷାଙ୍କୁ ଟିକେଟ୍ ଦେଇ ଚମକାଇଦେଲେ ନବୀନ

ଭୁବନେଶ୍ୱର,୨୦ା୪: ଶନିବାର ବିଜୁ ଜନତା(ବିଜେଡି) ଦଳ ମୁଖିଆ ନବୀନ ପଟ୍ଟନାୟକ ଶନିବାର ନଅ ବିଧାନସଭା ଆସନ ପାଇଁ ଟିକେଟ୍ ଘୋଷଣା କରିଛନ୍ତି। ଏଥିରେ ଅଭିନେତ୍ରୀ ବର୍ଷା...

ଏଣିକି ଟ୍ରାଫିକ୍‌ ପୋଲିସ ପିନ୍ଧିବେ AC ହେଲ୍‌ମେଟ୍‌

ଭୁବନେଶ୍ୱର,୨୦ା୪: ପ୍ରଚଣ୍ଡ ଖରାରୁ ରକ୍ଷା ପାଇବା ପାଇଁ କମିଶନରେଟ୍‌ ପୋଲିସରେ କାର୍ଯ୍ୟରତ ସମସ୍ତ ଟ୍ରାଫିକ୍‌ କର୍ମଚାରୀ ଏଣିକି ଏସି ବା ଏୟାର କଣ୍ଡିଶନ ହେଲ୍‌ମେଟ୍‌ ପିନ୍ଧିବେ।...

ମହାନଦୀ ବୋଟ୍‌ ଟ୍ରାଜେଡି: ମିଳିଲା ଆଉ ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡି ଘଟଣାରେ ଆଉ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ ମୋଟ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି...

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

ବିଜେଡି ପ୍ରାର୍ଥୀ ଘୋଷଣା ପରେ ବଡ଼ ବୟାନ ଦେଲେ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ଦଳ ଚିଲିକାରୁ ରଘୁନାଥ ସାହୁଙ୍କୁ ପ୍ରାର୍ଥୀ କରିଛି। ତେବେ ଚିଲିକା...

ବଡଚଣାରୁ ଲଢିବେ ବର୍ଷା, କେଉଁଠୁ ଲଢିବେ ଅନୁଭବ?

ଭୁବନେଶ୍ୱର,୨୦।୪: ବିଜେଡି ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁଥିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସରପ୍ରାଇଜ କ୍ୟାଣ୍ଡିଡେଟ୍‌ ଭାବେ ବର୍ଷା ପ୍ରିୟଦର୍ଶିନୀଙ୍କୁ...

ଏହି ୨ ବିଧାୟକଙ୍କୁ ମିଳିଲାନି ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ପ୍ରାର୍ଥୀ ଘୋଷଣାରେ ଚମ୍ପୁଆ ବିଧାୟକ ମିନାକ୍ଷୀ ମହାନ୍ତ ଏବଂ ଆନନ୍ଦପୁର...

ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା: ୫ ବିଧାୟକଙ୍କ କଟିଲା ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଟିକେଟ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ତାଲିକାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri