ଅଣନିଃଶ୍ୱାସୀ କରୁଛି ଆବର୍ଜନା ବୋଝ

ପୁରୀ ଅଫିସ, ୫ା୬: ବାତ୍ୟା ‘ଫନୀ’ ପରେ ବିଗିଡ଼ିଛି ପୁରୀ ଜିଲାର ପରିମଳ ବ୍ୟବସ୍ଥା। ଜଳ, ବାୟୁ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇଛି। ଆବର୍ଜନା ବୋଝରେ ଅଣନିଃଶ୍ୱାସୀ ହୋଇପଡ଼ିିଛି ପୁରୀ ସହର। ଏବେ ସହରରୁ ପୂର୍ବାପେକ୍ଷା ଦୈନିକ ୧୦ଗୁଣ ଅଧିକ ଆବର୍ଜନା ବାହାରୁଛି। ସେହିପରି ଜଳ ପ୍ରଦୂଷଣ ଯୋଗୁ ବିଭିନ୍ନ ସଂକ୍ରାମକ ରୋଗ ବ୍ୟାପିଲାଣି। କିଛିଦିନ ତଳେ ବଳିଆପଣ୍ଡା ଅଞ୍ଚଳରେ ଝାଡ଼ାବାନ୍ତିରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବାବେଳେ ଏବେ ବସ୍ତିଅଞ୍ଚଳରେ ଚର୍ମରୋଗ ବ୍ୟାପିଛିି। ଫଳରେ ପ୍ରଦୂଷଣକୁ ନେଇ ସହରବାସୀ ଛାନିଆ ହୋଇପଡ଼ିଛନ୍ତି।
ଇତିମଧ୍ୟରେ ଫନୀକୁ ମାସେ ପୂରିଯାଇଛି। ବାତ୍ୟାରେ ପୁରୀ ଜିଲାରେ ଲକ୍ଷ ଲକ୍ଷ ଗଛ ଏବଂ ଘର ଧରାଶାୟୀ ହୋଇଥିଲା। ଏଥିପାଇଁ ଆବର୍ଜନାର ପରିମାଣ ବୃଦ୍ଧି ପାଇଥିବାବେଳେ ପରିବେଶ ସନ୍ତୁଳନ ହରାଇଛି। ବାଲୁଖଣ୍ଡ ଅଭୟାରଣ୍ୟ ହେଉ କି ଜିଲାର ବିଭିନ୍ନ ସଂରକ୍ଷିତ ଜଙ୍ଗଲ ଯୋଗୁ ଲୋକେ ମୁକ୍ତ ବାୟୁ ଓ ଶୀତଳତା ପାଇ ପାରୁଥିଲେ। ମାତ୍ର ବାତ୍ୟାରେ ବାଲୁଖଣ୍ଡ ଅଭୟାରଣ୍ୟ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବା ବେଳେ ଜିଲାର ପ୍ରାୟ ସବୁ ଅଞ୍ଚଳରେ ଗଛ ଭାଙ୍ଗିପଡ଼ିିଛି। ଏଥିଯୋଗୁ ପୂର୍ବାପେକ୍ଷା ତାପମାତ୍ରା ଓ ଗୁଳୁଗୁଳି ଅସହ୍ୟ ହେଉଛି। ସେହିପରି ପରିବେଶକୁ ଅଧିକ ବିଗାଡୁଛି କୁଢ କୁଢ ଆବର୍ଜନା। ପୁରୀ ସହର କଥା ବିଚାର କଲେ ଆବର୍ଜନା ଏବେ ପୌରସଂସ୍ଥା ପାଇଁ ବୋଝ ପାଲଟିଛି। ଗୋଟିଏ ପଟେ ବାତ୍ୟାରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ଭାଙ୍ଗି ପଡ଼ିିଥିବାବେଳେ ଏପଟେ ସହରରୁ ଦୈନିକ ଶହ ଶହ ଟ୍ରିପ୍‌ ଅଳିଆ ଆବର୍ଜନା ବାହାରୁଛି। ଏହା କେଉଁଠାରେ ଜମା କରାଯିବ ତାହା ଚିନ୍ତାର ବିଷୟ ହୋଇଛି। ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପରେ ପାହାଡ଼ ଉଚ୍ଚର ଆବର୍ଜନା ଜମିଗଲାଣି। ସହରର ଆହୁରି ୩/୪ଟି ଖୋଲା ଜାଗାରେ ଆବର୍ଜନା ଗଦା କରୁଛି ପୌରସଂସ୍ଥା। ଏଗୁଡ଼ିକ ବି ପୂରିଗଲାଣି। ଆଗକୁ ଆହୁରି ଅଧିକ ଅଳିଆ ଆବର୍ଜନା ବାହାରିବାକୁ ଥିବାରୁ ତାହାକୁ ଗଦା କରିବା ଲାଗି ସ୍ଥାନାଭାବ ଦେଖାଦେଇଛି। ଏତେ ପରିମାଣର ଆବର୍ଜନା ପରିବେଶ ପାଇଁ ମାରାତ୍ମକ ହେବ ବୋଲି କୁହାଯାଉଛି।
ପୁରୀ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶଙ୍କ ସୂଚନା ମୁତାବକ, ବାତ୍ୟା ପରେ ସହରରୁ ବହୁ ପରିମାଣରେ ଆବର୍ଜନା ବାହାରୁଛି। ଏହି ମାସକ ମଧ୍ୟରେ ୮,୭୨୮ ଟ୍ରିପ୍‌ ଅର୍ଥାତ୍‌ ୧୭,୪୫୬ ଟନ୍‌ ଅଳିଆ ବାହାରିଛି। ବାତ୍ୟା ପୂର୍ବରୁ ଦୈନିକ ପୁରୀ ସହରରୁ ପ୍ରାୟ ୬୦ ଟନ୍‌ ଆବର୍ଜନା ବାହାରୁଥିବାବେଳେ ବର୍ତ୍ତମାନ ଦୈନିକ ୧୦ଗୁଣ ଅଧିକ ବାହାରୁଛି। ଏହାକୁ ଜମା କରିବା ବଡ଼ ସମସ୍ୟା ହୋଇଛି। କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ବାତ୍ୟାରେ ଭାଙ୍ଗିରୁଜି ଯାଇଛି। ସେଠାରେ ପାହାଡ଼ ଭଳି ଆବର୍ଜନା ଜମିଲାଣି। ସହରର ପ୍ରାୟ ୩/୪ଟି ଜାଗାରେ ଅଳିଆ ଜମା ହେଉଥିଲା। ତାହା ମଧ୍ୟ ପୂର୍ଣ୍ଣ ହୋଇଗଲାଣି। ଦୁଇ ପର୍ଯ୍ୟାୟରେ ସହରର ପ୍ରତ୍ୟେକ ୱାର୍ଡ ଏବଂ ବସ୍ତି ଅଞ୍ଚଳରୁ ଅଳିଆ ବୁହା ସରିଲାଣି। ତଥାପି ଆହୁରି ବାହାରୁଛି। କ୍ଷୟକ୍ଷତି ଆକଳନ ପରେ ଲୋକେ ଘର ସଜାଡ଼ିବାରେ ବ୍ୟସ୍ତ। ତେଣୁ ଆହୁରି ଆବର୍ଜନା ବାହାରିବ। ତାହାକୁ କେଉଁଠାରେ ଜମା କରାଯିବ ସେନେଇ ଚିନ୍ତା ବଢିଲାଣି ବୋଲି ଦାଶ ପ୍ରକାଶ କରିଛନ୍ତି। ପୁରୀର ବିଭିନ୍ନ ଅଞ୍ଚଳରେ ଜଳ ଓ ବାୟୁ ପ୍ରଦୂଷିତ ହେବାରେ ଲାଗିଛି। ବିଭିନ୍ନ ସ୍ଥାନରେ ଜମା ଥିବା ଆବର୍ଜନାକୁ ଲୋକେ ପୋଡ଼ି ଦେଉଛନ୍ତି। ଫଳରେ ପ୍ରବଳ ମାତ୍ରାରେ ନିଅଁା ଓ ଧୂଅଁା ଯୋଗୁ ପରିବେଶ ପ୍ରଦୂଷିତ ହେଉଛି। ସହରରୁ ଟ୍ରାକ୍ଟରରେ ବୁହାହେଉଥିବା ଅଳିଆରେ ବିଭିନ୍ନ ପ୍ରକାର ଲୁହା ସାମଗ୍ରୀ ରହୁଛି। ସେଗୁଡ଼ିକୁ ଉଦ୍ଧାର କରି ବିକିବା ପାଇଁ କେତେଜଣ ବ୍ୟକ୍ତି ଆବର୍ଜନାରେ ନିଆଁ ଲଗାଉଥିବା ପୌରସଂସ୍ଥା ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ ଜଳ ପ୍ରଦୂଷଣ ଯୋଗୁ ବଳିଆପଣ୍ଡା ଅଞ୍ଚଳରେ ଚର୍ମରୋଗ ଓ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ତେଣୁ ଏବେଠୁ ପରିବେଶ ପ୍ରଦୂଷଣ ପ୍ରତି ସତର୍କ ନ ହେଲେ ଆଗକୁ ଜଳ ପ୍ରଦୂଷଣଜନିତ ରୋଗ ଭୟାବହ ପରିସ୍ଥିତି ସୃଷ୍ଟି କରିପାରେ ବୋଲିି ଆଶଙ୍କା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

ଜୁନାଗଡ଼ ରୋଡ୍‌ରୁ ହାଓ୍ବଡା ଇସ୍ପାତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ଏମ୍‌ପି: ୨୨ରୁ ଗଡ଼ିବ ଟ୍ରେନ୍‌…

ଜୁନାଗଡ଼,୧୯।୨(ସୁନୀଲ କୁମାର ସିଂହ/ଅଂଶୁମାନ ଯୋଶୀ)- ପଶ୍ଚିମ ଓଡ଼ିଶାରେ ରେଳ ସଂଯୋଗକୁ ସୁଦୃଢ଼ ​​କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ହାଓ୍ବଡା-ଟିଟଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ୍ ଜୁନାଗଡ଼ ରୋଡ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri