ଅଟୋରିକ୍ସାରେ ‘ହ୍ୟାଣ୍ଡଓ୍ବାଶ୍‌’ସୁବିଧା

ଥିରୁଭାନନ୍ତପୁରମ୍‌: ଭାରତରେ ସବୁଠାରୁ ଅଧିକ ସାକ୍ଷରତା ହାର ଏବଂ ଶିକ୍ଷିତ ରାଜ୍ୟଭାବେ ପରିଚିତ କେରଳ। ଏଠାରେ ଅଧିକାଂଶ ରିକ୍ସା ଏବଂ ଅଟୋ ଚାଳକ ମଧ୍ୟ ଗ୍ରାଜୁଏଟ୍‌ ଡିଗ୍ରୀଧାରୀ ହୋଇଥିବା ଜାଣିବାକୁ ପାଇବେ। ତେବେ ରାଜଧାନୀ ଥିରୁଭାନନ୍ତପୁରମ୍‌ର ଅଟୋ ଚାଳକ ସୁରେଶ କୁମାର ଏମ୍‌ଙ୍କ ଶିକ୍ଷାଗତ ଯୋଗ୍ୟତା ଯାହା ହେଉନା କାହିଁକି, ସେ ନିଶ୍ଚିତଭାବେ ଶିକ୍ଷିତ ଏବଂ ସଚେତନ ତାହା ପ୍ରମାଣିତ କରିଛନ୍ତି। କରୋନା ସଂକ୍ରମଣଠାରୁ ନିଜକୁ ଏବଂ ଯାତ୍ରୀଙ୍କୁ ରକ୍ଷା କରିବା ପାଇଁ ସେ ଏକ ସୁନ୍ଦର ବ୍ୟବସ୍ଥା କରିଛନ୍ତି। ଯାତ୍ରୀମାନେ ହାତ ସଫା କରିବା ପାଇଁ ନିଜ ଅଟୋରେ ସେ ହ୍ୟାଣ୍ଡଓ୍ବାଶ୍‌ ଓ ପାଣିର ବ୍ୟବସ୍ଥା କରିଛନ୍ତି। ଯାତ୍ରୀ ଗାଡ଼ିକୁ ଚଢ଼ିବା ପୂର୍ବରୁ ସେ ନିଜେ ହ୍ୟାଣ୍ଡଓ୍ବାଶ୍‌ ଦେଇଥାନ୍ତି। ହାତ ଧୋଇବା ପାଇଁ ଅଟୋରେ ପିଭିସି ପାଇପ୍‌ ଏବଂ ଟ୍ୟାପ୍‌ର ବ୍ୟବସ୍ଥା ମଧ୍ୟ କରିଛନ୍ତି। ଏଥିସହ ସଂକ୍ରମଣକୁ ରୋକିବା ପାଇଁ ସେ ମାସ୍କ ଓ ଗ୍ଲୋବ୍ସ ବ୍ୟବହାର କରିଥାନ୍ତି। ଏମିତିକି ଯାତ୍ରୀ ଏବଂ ନିଜ ମଧ୍ୟରେ ସାମାଜିକ ଦୂରତା ରଖିବା ପାଇଁ ସେ ଅଟୋ ମଧ୍ୟରେ ଏକ ସେପାରେଟର ବ୍ୟବସ୍ଥା କରିବାକୁ ମଧ୍ୟ ଚିନ୍ତା କରୁଥିବା କହିଛନ୍ତି।
ଉଲ୍ଲେଖଯୋଗ୍ୟ, ପାଲ୍ଲିମୁକ୍କୁ ବସ୍‌ଷ୍ଟାଣ୍ଡରେ ସୁରେଶ ଅନ୍ୟ ୨୦ ଅଟୋ ଚାଳକଙ୍କୁ ନେଇ ଏକ ଟ୍ରଷ୍ଟ ମଧ୍ୟ ଗଠନ କରିଛନ୍ତି। ରୋଗୀଙ୍କ ସୁବିଧା ପାଇଁ ସେମାନେ ମାଗଣାରେ ମେଡିକାଲରେ ପହଞ୍ଚାଇବା ଏବଂ ମେଡିକାଲରୁ ଘରେ ଛାଡ଼ିବା ସେବା ଉପଲବ୍ଧ କରିଛନ୍ତି। ଟ୍ରଷ୍ଟର ନିୟମ ଅନୁଯାୟୀ ଅଟୋରେ ଜଣେ ଯାତ୍ରୀ ହିଁ ଯାଇପାରିବେ। ଗୋଟିଏ ପରିବାରର ହୋଇଥିଲେ ସର୍ବାଧିକ ୩ ଜଣ ବସିପାରିବେ। ଏଭଳି ପରିସ୍ଥିତିରେ ସୁରେଶଙ୍କୁ ସକାଳୁ ରାତି ପର୍ଯ୍ୟନ୍ତ ମେଡିକାଲଠାରୁ ରେଳଷ୍ଟେଶନ ପର୍ଯ୍ୟନ୍ତ ଯିବାକୁ ପଡ଼ିଥାଏ। ତେଣୁ ଭୂତାଣୁ ସଂକ୍ରମଣରୁ ସୁରକ୍ଷା ପାଇଁ ସେ ହ୍ୟାଣ୍ଡଓ୍ବାଶ୍‌ ବ୍ୟବସ୍ଥା କରିଥିବା କହିଛନ୍ତି। ଏବେ କେବଳ ସୁରେଶଙ୍କ ଅଟୋରେ ହ୍ୟାଣ୍ଡଓ୍ବାଶ୍‌ ବ୍ୟବସ୍ଥା ରହିଥିବାବେଳେ ଆଗକୁ ଟ୍ରଷ୍ଟର ସମସ୍ତ ଅଟୋରେ ଏହି ସୁବିଧା ଉପଲବ୍ଧ କରିବାକୁ ସେ ଯୋଜନା କରୁଥିବା କହିଛନ୍ତି। ସୁରେଶଙ୍କ ଏଭଳି ସଚେତନତା ଓ ସତର୍କତାମୂଳକ ପଦକ୍ଷେପ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟେକ୍ସଟାଇଲ ପାର୍କ ଆଶାରେ ବଲାଙ୍ଗୀର

ବଲାଙ୍ଗୀର,୧୮ା୨(ବୀରେନ୍ଦ୍ର କୁମାର ଝାଙ୍କର): ଦାଦନପ୍ରବଣ ତଥା ଶିଳ୍ପବିହୀନ ବଲାଙ୍ଗୀର ଜିଲାରେ ଟେକ୍ସଟାଇଲ ପାର୍କ(କ୍ଲଷ୍ଟର) ପ୍ରତିଷ୍ଠା ଘୋଷଣାରେ ଅଟକିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଓଡିଶା ଟେକ୍ସଟାଇଲ କନ୍‌କ୍ଲେଭ…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri