ଅଟୋରିକ୍ସାରେ ‘ହ୍ୟାଣ୍ଡଓ୍ବାଶ୍‌’ସୁବିଧା

ଥିରୁଭାନନ୍ତପୁରମ୍‌: ଭାରତରେ ସବୁଠାରୁ ଅଧିକ ସାକ୍ଷରତା ହାର ଏବଂ ଶିକ୍ଷିତ ରାଜ୍ୟଭାବେ ପରିଚିତ କେରଳ। ଏଠାରେ ଅଧିକାଂଶ ରିକ୍ସା ଏବଂ ଅଟୋ ଚାଳକ ମଧ୍ୟ ଗ୍ରାଜୁଏଟ୍‌ ଡିଗ୍ରୀଧାରୀ ହୋଇଥିବା ଜାଣିବାକୁ ପାଇବେ। ତେବେ ରାଜଧାନୀ ଥିରୁଭାନନ୍ତପୁରମ୍‌ର ଅଟୋ ଚାଳକ ସୁରେଶ କୁମାର ଏମ୍‌ଙ୍କ ଶିକ୍ଷାଗତ ଯୋଗ୍ୟତା ଯାହା ହେଉନା କାହିଁକି, ସେ ନିଶ୍ଚିତଭାବେ ଶିକ୍ଷିତ ଏବଂ ସଚେତନ ତାହା ପ୍ରମାଣିତ କରିଛନ୍ତି। କରୋନା ସଂକ୍ରମଣଠାରୁ ନିଜକୁ ଏବଂ ଯାତ୍ରୀଙ୍କୁ ରକ୍ଷା କରିବା ପାଇଁ ସେ ଏକ ସୁନ୍ଦର ବ୍ୟବସ୍ଥା କରିଛନ୍ତି। ଯାତ୍ରୀମାନେ ହାତ ସଫା କରିବା ପାଇଁ ନିଜ ଅଟୋରେ ସେ ହ୍ୟାଣ୍ଡଓ୍ବାଶ୍‌ ଓ ପାଣିର ବ୍ୟବସ୍ଥା କରିଛନ୍ତି। ଯାତ୍ରୀ ଗାଡ଼ିକୁ ଚଢ଼ିବା ପୂର୍ବରୁ ସେ ନିଜେ ହ୍ୟାଣ୍ଡଓ୍ବାଶ୍‌ ଦେଇଥାନ୍ତି। ହାତ ଧୋଇବା ପାଇଁ ଅଟୋରେ ପିଭିସି ପାଇପ୍‌ ଏବଂ ଟ୍ୟାପ୍‌ର ବ୍ୟବସ୍ଥା ମଧ୍ୟ କରିଛନ୍ତି। ଏଥିସହ ସଂକ୍ରମଣକୁ ରୋକିବା ପାଇଁ ସେ ମାସ୍କ ଓ ଗ୍ଲୋବ୍ସ ବ୍ୟବହାର କରିଥାନ୍ତି। ଏମିତିକି ଯାତ୍ରୀ ଏବଂ ନିଜ ମଧ୍ୟରେ ସାମାଜିକ ଦୂରତା ରଖିବା ପାଇଁ ସେ ଅଟୋ ମଧ୍ୟରେ ଏକ ସେପାରେଟର ବ୍ୟବସ୍ଥା କରିବାକୁ ମଧ୍ୟ ଚିନ୍ତା କରୁଥିବା କହିଛନ୍ତି।
ଉଲ୍ଲେଖଯୋଗ୍ୟ, ପାଲ୍ଲିମୁକ୍କୁ ବସ୍‌ଷ୍ଟାଣ୍ଡରେ ସୁରେଶ ଅନ୍ୟ ୨୦ ଅଟୋ ଚାଳକଙ୍କୁ ନେଇ ଏକ ଟ୍ରଷ୍ଟ ମଧ୍ୟ ଗଠନ କରିଛନ୍ତି। ରୋଗୀଙ୍କ ସୁବିଧା ପାଇଁ ସେମାନେ ମାଗଣାରେ ମେଡିକାଲରେ ପହଞ୍ଚାଇବା ଏବଂ ମେଡିକାଲରୁ ଘରେ ଛାଡ଼ିବା ସେବା ଉପଲବ୍ଧ କରିଛନ୍ତି। ଟ୍ରଷ୍ଟର ନିୟମ ଅନୁଯାୟୀ ଅଟୋରେ ଜଣେ ଯାତ୍ରୀ ହିଁ ଯାଇପାରିବେ। ଗୋଟିଏ ପରିବାରର ହୋଇଥିଲେ ସର୍ବାଧିକ ୩ ଜଣ ବସିପାରିବେ। ଏଭଳି ପରିସ୍ଥିତିରେ ସୁରେଶଙ୍କୁ ସକାଳୁ ରାତି ପର୍ଯ୍ୟନ୍ତ ମେଡିକାଲଠାରୁ ରେଳଷ୍ଟେଶନ ପର୍ଯ୍ୟନ୍ତ ଯିବାକୁ ପଡ଼ିଥାଏ। ତେଣୁ ଭୂତାଣୁ ସଂକ୍ରମଣରୁ ସୁରକ୍ଷା ପାଇଁ ସେ ହ୍ୟାଣ୍ଡଓ୍ବାଶ୍‌ ବ୍ୟବସ୍ଥା କରିଥିବା କହିଛନ୍ତି। ଏବେ କେବଳ ସୁରେଶଙ୍କ ଅଟୋରେ ହ୍ୟାଣ୍ଡଓ୍ବାଶ୍‌ ବ୍ୟବସ୍ଥା ରହିଥିବାବେଳେ ଆଗକୁ ଟ୍ରଷ୍ଟର ସମସ୍ତ ଅଟୋରେ ଏହି ସୁବିଧା ଉପଲବ୍ଧ କରିବାକୁ ସେ ଯୋଜନା କରୁଥିବା କହିଛନ୍ତି। ସୁରେଶଙ୍କ ଏଭଳି ସଚେତନତା ଓ ସତର୍କତାମୂଳକ ପଦକ୍ଷେପ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ତାଳଚେରରେ ଚାଞ୍ଚଲ୍ୟ: ପାଇପଲାଇନ ନିକଟରୁ ମିଳିଲା ୨ ମୃତଦେହ, ହତ୍ୟା ସନ୍ଦେହ

ତାଳଚେର,୨୪।୧୨(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଥାନାର ୧୪୯ନଂ ଜାତୀୟ ରାଜପଥର ଲିଙ୍ଗରାକଟା ଗ୍ରାମ ନିକଟସ୍ଥ ନାଲକୋର ପାଇପଲାଇନ ନିକଟରେ ବୁଧବାର ସକାଳ ସମୟରେ ରାସ୍ତାର...

ପ୍ରିୟଙ୍କା ଗାନ୍ଧୀ ହେବେ ପ୍ରଧାନମନ୍ତ୍ରୀ? ଚମକାଇବା ଭଳି ଉତ୍ତର ଦେଲେ ରବର୍ଟ ଭଦ୍ରା, ରାହୁଲଙ୍କୁ ଟାର୍ଗେଟ କରୁଛି ଭାଜପା

ନୂଆଦିଲ୍ଲୀ,୨୪।୧୨: କଂଗ୍ରେସ ଏମପି ଇମ୍ରାନ ମାସୁଦ ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦାବି କରିଥିଲେ। ରବର୍ଟ ଭଦ୍ରା ମଧ୍ୟ ତାଙ୍କ ବକ୍ତବ୍ୟକୁ ସମର୍ଥନ କରିଥିଲେ।...

ଜିଦରେ ଅଟଳ ରହିପାରିଲାନି ବାଂଲାଦେଶ, ଏବେ ଭାରତକୁ କହିଲାଣି…

ଢାକା,୨୪।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଆର୍ଥିକ ପରାମର୍ଶଦାତା ସାଲେହୁଦ୍ଦିନ ଅହମ୍ମଦ ମଙ୍ଗଳବାର (ଡିସେମ୍ବର ୨୩, ୨୦୨୫) କହିଛନ୍ତି ଯେ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ନୂଆଦିଲ୍ଲୀ...

ଜେଲ୍‌ରେ କଏଦୀଙ୍କ ଆନ୍ଦୋଳନ

ସୁନ୍ଦରଗଡ଼,୨୪।୧୨: ସୁନ୍ଦରଗଡ଼ ଜେଲ ଅଧୀକ୍ଷକଙ୍କ ବିରୋଧରେ କଏଦୀମାନେ ବୁଧବାର ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ୫୦୦ରୁ ଊଦ୍ଧର୍‌ବ କଏଦୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜେଲରେ...

ବାଂଲାଦେଶ ହିଂସା: ହିନ୍ଦୁଙ୍କ ଘର ଜାଳିଦେଲେ କଟ୍ଟରପନ୍ଥୀ, ସାମ୍ନାକୁ ଆସିଲା ଭୟଙ୍କର ଭିଡ଼ିଓ

ଢାକା,୨୪।୧୨: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରର ଧାରା ଥମିବାର ନାଁ ନେଉନାହିଁ। ବାଂଲାଦେଶୀ ଲେଖିକା ତସଲିମା ନସରିନ ଏକ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ଚିଟାଗଙ୍ଗରେ...

ଇତିହାସ ରଚିଲା ଇସ୍ରୋ: ଏଣିକି ବିନା ମୋବୋଇଲ୍‌ ଟାଓ୍ବାରରେ ଆସିବ ନେଟଓ୍ବର୍କ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ପୁଣି ଥରେ ବିଶ୍ୱ ସମ୍ମୁଖରେ ନିଜର ଶକ୍ତି ଏବଂ ଆତ୍ମବିଶ୍ୱାସ ପ୍ରଦର୍ଶନ କରିଛି। ଏକ କମ ବଜେଟ,...

ସୋଲାର ଲାଇଟ ଅଚଳ ଘଟଣା: ସରପଞ୍ଚ ଲଗାଇଲେ ଷ୍ଟ୍ରିଟ ଲାଇଟ

ଦାରିଙ୍ଗବାଡି, ୨୪୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତରେ ପ୍ରତି ମଙ୍ଗଳବାର ସାପ୍ତାହିକ ହାଟ ହେଉଛି। ଏହି ହାଟରେ ଭିଡ଼ ଜମୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri