ଶିଥିଳ ହେଉଛି ପୃଥିବୀର ଚୁମ୍ବକୀୟ କ୍ଷେତ୍ର

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସହ ସାରା ବିଶ୍ୱ ଲଢୁଥିବାବେଳେ ଏବେ ଏକ ନୂଆ ସଙ୍କଟର ପଦଧ୍ୱନି ଶୁଣିବାକୁ ମିଳିଛି। ସବୁଜ ଗ୍ରହ ପୃଥିବୀର ଚୁମ୍ବକୀୟ କ୍ଷେତ୍ର (ଆର୍ଥ ମାଗ୍ନେଟିକ୍‌ ଫିଲ୍ଡ) ଧୀରେ ଧୀରେ ଶୀଥିଳ ପଡ଼ିବାରେ ଲାଗିଛି। ଗତ ଦୁଇ ଶତାବ୍ଦୀ ମଧ୍ୟରେ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ୧୦% ତୀବ୍ରତା ହରାଇ ସାରିଛି। ଜୀବଜଗତକୁ ଭୟଙ୍କର ସୌର ବିକିରଣରୁ ବଞ୍ଚାଉଥିବା ଏହି ଚୁମ୍ବକୀୟ କ୍ଷେତ୍ର ଦୁର୍ବଳ ହେବା ବଡ଼ ବିପଦ ବୋଲି କୁହାଯାଉଛି। ପୃଥିବୀରେ ଜୀବନ ସଞ୍ଚାର ଲାଗି ଚୁମ୍ବକୀୟ କ୍ଷେତ୍ର ଏକ ବଡ଼ ଆବଶ୍ୟକତା। ଏହା ସୂର୍ଯ୍ୟଙ୍କଠାରୁ ଆସୁଥିବା ରେଡିଏଶନ ଏବଂ ମହାକାଶରୁ ଆସୁଥିବା ବୈଦ୍ୟୁତିକ କଣିକା (ଆୟନ, ମଲେକ୍ୟୁଲ୍‌, ଅଣୁ)ରୁ ସୁରକ୍ଷିତ ରଖିଥାଏ। କାଳକ୍ରମେ ଏଥିରେ ଶିଥିଳତା ଆସିବା ଜୀବଜଗତ ଲାଗି ଶୁଭଙ୍କରୀ ନୁହେଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଆଫ୍ରିକା ଏବଂ ଲାଟିନ ଆମେରିକା ମଧ୍ୟରେ ପୃଥିବୀର ଆଭ୍ୟନ୍ତରରେ ଥିବା ବୃହତ୍‌ ଭୂଖଣ୍ଡ (ସାଉଥ୍‌ ଆଟଲାଣ୍ଟିକ ଆନୋମାଲେ)ରେ ଚୁମ୍ବକୀୟ କ୍ଷେତ୍ର ଅତିମାତ୍ରାରେ ଶିଥିଳ ପଡ଼ିବାରେ ଲାଗିଛି। ବିଶେଷକରି ଗତ ୫୦ବର୍ଷ ମଧ୍ୟରେ ଏହି ପ୍ରକ୍ରିୟା ଅଧିକ ଦ୍ରୁତତର ହୋଇଥିବା ଦେଖିବାକୁ ମିଳିଛି।
ୟୁରୋପୀୟ ମହାକାଶ ଏଜେନ୍ସି (ଇଏସ୍‌ଏ)ର ବୈଜ୍ଞାନିକମାନେ ଏହାକୁ ବିଶ୍ଲେଷଣ କରିବା ଲାଗି ସ୍ବାର୍ମ ସାଟେଲାଇଟ୍‌ ଡାଟାର ଉପଯୋଗ କରୁଛନ୍ତି। ପୃଥିବୀର ଚୁମ୍ବକୀୟ କ୍ଷେତ୍ର ପ୍ରସ୍ତୁତ କରୁଥିବା ବିଭିନ୍ନ ଚୁମ୍ବକୀୟ ସଙ୍କେତକୁ ସ୍ବାର୍ମ ସାଟେଲାଇଟ୍‌ ଚିହ୍ନିଥାଏ ଏବଂ ସେଗୁଡ଼ିକୁ ମାପ କରିଥାଏ। ଗତ ୫ବର୍ଷ ମଧ୍ୟରେ ଆଫ୍ରିକାର ଦକ୍ଷିଣ-ପଶ୍ଚିମ ଦିଗରେ କମ୍‌ ତୀବ୍ରତା ବିଶିଷ୍ଟ ଅନ୍ୟ ଏକ କେନ୍ଦ୍ର ବିକଶିତ ହୋଇଛି। ଏଥିରୁ ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି ଯେ, ପୃଥିବୀର ଚୁମ୍ବକୀୟ କ୍ଷେତ୍ର ପୃଥକ୍‌ ହୋଇ ଦୁଇ ଭାଗରେ ବିଭକ୍ତ ହେଉଛି। ଅନ୍ୟପଟେ ଚୁମ୍ବକୀୟ କ୍ଷେତ୍ର ଦୁର୍ବଳ ହେବାର ପ୍ରତିକୂଳ ପ୍ରଭାବ ଉପଗ୍ରହ, ମହାକାଶଯାନ ଉପରେ ପଡ଼ିବା ଆଶଙ୍କା ବେଶି। ଗ୍ରହ ଚାରିପଟେ ପରିକ୍ରମା କରିବା ସମୟରେ ଏଗୁଡ଼ିକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍‌ ଜିଓସାଇନ୍ସର ଡା. ଜୁର୍ଗନ ମତ୍‌ଜକା ଏ ସଂକ୍ରାନ୍ତରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇ କହିଛନ୍ତି ଯେ, ଆଟଲାଣ୍ଟିକ ବିସଙ୍ଗତି ବିକାଶର ଯାଞ୍ଚ କରିବା ଲାଗି ପୃଥିବୀ କକ୍ଷପଥରେ ସ୍ବାର୍ମ ସାଟେଲାଇଟ୍‌ ରହିଛି। ଏଥିଲାଗି ଆମେ ଭାଗ୍ୟଶାଳୀ। ତେବେ ଚୁମ୍ବକୀୟ କ୍ଷେତ୍ରରେ ହେଉଥିବା ପରିବର୍ତ୍ତନ ଏବଂ ପୃଥିବୀ ଆଭ୍ୟନ୍ତରରେ ଅହରହ ଚାଲିଥିବା ପ୍ରକ୍ରିୟାକୁ ବୁଝିବା ଏବେ ବଡ଼ ଚ୍ୟାଲେଞ୍ଜ। ଏଥିରୁ ଅନ୍ୟ ଏକ ଆଶଙ୍କା ସାମ୍ନାକୁ ଆସୁଛି। ହୁଏତ ପୃଥିବୀର ମେରୁ ବଦଳିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିଲାଗି ଲକ୍ଷାଧିକ ବର୍ଷ ଲାଗିଯାଇପାରେ। ଏହି ସମୟ ମଧ୍ୟରେ ଗ୍ରହର ଚତୁଃପାର୍ଶ୍ୱରେ ଅନେକ ଚୁମ୍ବକୀୟ ବଳୟ ସୃଷ୍ଟି ହେବ। ତେବେ ଏହା ପ୍ରଥମ ଥର ଲାଗି ହୋଇନାହିଁ। ପ୍ରତି ସାଢ଼େ ୨ ଲକ୍ଷ ବର୍ଷରେ ଏହି ଚକ୍ରର ପୁନରାବୃତ୍ତି ହୋଇଥାଏ। ଏହି ପରିବର୍ତ୍ତନରେ ସାଧାରଣ ଜୀବନଯାତ୍ରା ବିଶେଷ ଭାବେ ପ୍ରଭାବିତ ହୋଇ ନ ପାରେ, କିନ୍ତୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଉଥିବା ସାଟେଲାଇଟ୍‌ ଏବଂ ମହାକାଶ ଯାନରେ ବୈଷୟିକ ସମସ୍ୟା ସୃଷ୍ଟି ହେବା ଥୟ। ଏହାର କାରଣ ଚୁମ୍ବକୀୟ କ୍ଷେତ୍ର ଦୁର୍ବଳ ହେବା ସହିତ ବିଶ୍ୱ ବ୍ରହ୍ମାଣ୍ଡରେ ଘୂରି ବୁଲୁଥିବା ଅବଶେଷ କଣିକା ଓଜନସ୍ତର ଭେଦି ପୃଥିବୀ ପୃଷ୍ଠ ଯାଏ ଚାଲି ଆସିବ। ଏହାଦ୍ୱାରା କକ୍ଷପଥରେ ଘୂରୁଥିବା ସାଟେଲାଇଟ୍‌ଗୁଡ଼ିକ ଲାଗି ସମସ୍ୟା ବଢ଼ିଯିବ।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri