ଲକ୍‌ଡାଉନ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଶିଶୁ ପାଇଁ କ୍ଷୀର ମାଗିଲେ ମା’: ସାହାଯ୍ୟ କଲେ ଓଡ଼ିଶା କ୍ୟାଡର ଆଇପିଏସ୍‌

ମୁମ୍ବାଇ,୧୪।୪: କରୋନା ସଂକ୍ରମଣ ଯୋଗୁ ଦେଶରେ ଚାଲିଥିବା ଲକ୍‌ଡାଉନ ଫଳରେ କିଏ କେତେ ପ୍ରକାରର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହି ସମୟରେ ଜଣେ ଅଟିଜିମ ପୀଡିତ ଶିଶୁର ମା’ଙ୍କ ଦୁଃଖକୁ ଲାଘବ କରିଛନ୍ତି ଜଣେ ଓଡ଼ିଆ ଆଇପିଏସ୍‌ ଅରୁଣ ବୋଥ୍ରା। ତାଙ୍କର ବଦାନ୍ୟତା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏପ୍ରିଲ ୪ରେ ମୁମ୍ବାଇର ଚେମ୍ବୁରରେ ରହୁଥିବା ନେହା ସିହ୍ନା ନାମକ ଜଣେ ମହିଳା ତାଙ୍କ ସାଢେ ୩ ବର୍ଷର ଶିଶୁ ପାଇଁ ଓଟ କ୍ଷୀର ଯୋଗାଇଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟୁଇଟର ଯୋଗେ ଅନୁରୋଧ କରିଥିଲେ। ଶିଶୁଟିର ସିଭିୟର ଫୁଡ ଆଲର୍ଜି ଥିବାରୁ ସେ କେଳବ ଓଟ କ୍ଷୀର ପିଏ ବୋଲି ତାଙ୍କ ମା’ ଏହି କ୍ଷୀର ଅଥବା ଏହାର କିଛି ପାଉଡର ତାଙ୍କୁ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। ଲକ୍‌ଡାଉନ ଯୋଗୁ ତାଙ୍କ ନିକଟରେ ଗଚ୍ଛିତ ଥିବା ଓଟ କ୍ଷୀର ସରି ଆସିବାରୁ ରାଜସ୍ତାନର ସଡରିରୁ ଏହାକୁ ମଗାଇ ଦେବାକୁ ସେ ଅନୁରୋଧ କରିଥିଲେ। ତେବେ ଏପ୍ରିଲ ୬ ପର୍ଯ୍ୟନ୍ତ ଏହାର କୌଣସି ଉତ୍ତର ମିଳି ନ ଥିଲା ନେହାଙ୍କୁ। ଏହାପରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଅରୁଣ ବୋଥ୍ରାଙ୍କର ୬୩.୫ ହଜାର ସୋସିଆଲ ମିଡିଆ ଫଲୋୟର୍ସଙ୍କ ମଧ୍ୟରୁ କେହି ଜଣେ ଫଲୋୟର୍ସ ତାଙ୍କୁ ଏହା ଟ୍ୟାଗ କରିବା ପରେ ସେ ଏ ସମ୍ପର୍କରେ ସୂଚନା ପାଇଥିଲେ। ତୁରନ୍ତ ସେ ଏହାର ସମାଧାନ ଖୋଜି ମୁମ୍ବାଇରେ ଓଟ କ୍ଷୀର ଓ ଏହାର ପାଉଡର ଯୋଗାଉଥିବା ଆଡଭିକ ଫୁଡସ୍‌(Advik Foods) ସହ ଯୋଗାଯୋଗ କରି କୌଣସି ମତେ ଉକ୍ତ ମହିଳାଙ୍କୁ ୪ଶହ ଗ୍ରାମ ଓଟ କ୍ଷୀର ପାଉଡର ଯୋଗାଇ ଦେଇଥିଲେ। ଏହାପରେ ସେ ରେଲଓ୍ବେର ସହଯୋଗରେ ରାଜସ୍ଥାନର ସଡରିରୁ ୨୦ ଲିଟର ଓଟ କ୍ଷୀର ଓ ୨୦ କିଲେଗ୍ରାମ ଓଟ କ୍ଷୀର ପାଉଡର ମଗାଇ ନେହାଙ୍କୁ ଯୋଗାଇ ଦେଇଥିଲେ। ଫାଲନା ଷ୍ଟେଶନ ଯେଉଁଠାରେ ଟ୍ରେନ୍‌ ଅଟକେ ନାହିଁ ସେଠାରେ ଟ୍ରେନକୁ ଅଟକାଇ ସେ ମୁମ୍ବାଇ ପର୍ଯ୍ୟନ୍ତ ଏହି କ୍ଷୀର ପହଞ୍ଚାଇ ଜଣେ ଅଟିଜିମ ପିଲାକୁ ସାହାଯ୍ୟ କରିଥିବାରୁ ଏବେ ସେ ସମସ୍ତଙ୍କର ପ୍ରଶଂସା ସାଉଁଟିଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ କେମିତି ଲୋକଙ୍କୁ ଅସୁବିଧା ସମୟରେ ସାହାଯ୍ୟ କରାଯାଇପାରେ ସେ କଥା ବୋଥ୍ରା ଏକ ସାକ୍ଷାତ୍‌କାରରେ କହିଛନ୍ତି। ୧୯୯୬ ବ୍ୟାଚର ଏହି ଆଇପିଏସ୍‌ ଏବେ ଓଡ଼ିଶା ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଇ ଇଉଟିଲିଟିର ସିଇଓ ଓ କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟର ମ୍ୟାନେଜିଙ୍ଗ ଡାଇରେକ୍ଟର(CEO, Odisha Central Electricity Supply Utility, and Managing Director of Capital Region Urban Transport) ଭାବେ ନିଯୁକ୍ତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?