Posted inଖେଳ

ଅଟକିଗଲା ଚକଦା ଏକ୍ସପ୍ରେସ୍‌

ଭାରତୀୟ ମହିଳା କ୍ରିକେଟରେ ଚକଦା ଏକ୍ସପ୍ରେସଭାବେ ପରିଚିତ ଥିଲେ ଝୁଲଣ ଗୋସ୍ବାମୀ। ଗତ ଦୁଇ ଦଶନ୍ଧି ମଧ୍ୟରେ ଅନେକ କୀର୍ତ୍ତିମାନ ସ୍ଥାପନ ପରେ ଏହି ଏକ୍ସପ୍ରେସ ଗତିରେ ବିରାମ ଲାଗିଛି। ୨୦୨୨ ସେପ୍ଟେମ୍ବର ୨୪ ତାରିଖ ଦିନ ଇଂଲଣ୍ଡ ବିପକ୍ଷ ଶେଷ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ମହିଳା କ୍ରିକେଟ୍‌କୁ ଅଲ୍‌ବିଦା ଜଣାଇଛନ୍ତି ଏହି ତାରକା ବୋଲର…

ଶେଷରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚତ୍ ବିଶ୍ରାମ ନେଇଛି ଚକଦା ଏକ୍ସପ୍ରେସ୍‌। ଦୀର୍ଘ ଦୁଇ ଦଶନ୍ଧି ଧରି ଭାରତୀୟ ମହିଳା କ୍ରିକେଟ୍‌ ଟ୍ରାକ୍‌ରେ ହୁଙ୍କାର ଭରି ଦ୍ରୁତଗତିରେ ଦୌଡି ଚକଦା ଏକ୍ସପ୍ରେସ୍‌ ବିପକ୍ଷ ମନରେ ଭୟ ସୃଷ୍ଟି କରୁଥିଲା ଏବେ ଏହାର ଗତିରେ ବିରାମ ଲାଗିଛି। ଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତୀୟ କ୍ରିକେଟ୍‌ରେ ଏହି ଏକ୍ସପ୍ରେସ୍‌ ଅନବରତଭାବେ ଦୌଡି ଅନେକ କୀର୍ତ୍ତିମାନ ସ୍ଥାପନ କରିଛି।
ଝୁଲଣ ନିସହିତ୍‌ ଗୋସ୍ବାମୀ- ପୂରା ନାମ। ଜନ୍ମ ୨୫ ନଭେମ୍ବର ୧୯୮୨ରେ ନଦିଆ ଜିଲାର ଛୋଟ ସହର ଚକଦାରେ। ମଧ୍ୟବିତ୍ତ ବଙ୍ଗାଳୀ ପରିବାର। ମଧ୍ୟବିତ୍ତ ପରିବାର କହିଲେ ପାଠଶାଠ ପଢି ମଣିଷ ହେବା ହିଁ ସବୁକିଛି। ସବୁକଥାରେ କଟକଣା। ଝିଅ ହେଲେ ତ କଥା ସରିଲା। କଟକଣାର ଏରୁଣ୍ଡି ବନ୍ଧ ଡେଇଁ ନିଜର ପରିଚୟ ସୃଷ୍ଟି କରିବା କାଠିକର ପାଠ। ତଥାପି ଝୁଲଣ ଏଥିରେ ହାରିଯାଇ ନ ଥିଲେ। ୧୫ ବର୍ଷ ବୟସରୁ କ୍ରିକେଟକୁ ଭଲ ପାଇ ବସିଲେ। ଧୀରେ ଧୀରେ କ୍ରିକେଟ ତାଙ୍କ ଶୈଶବର ଝୁଙ୍କ ପାଲଟିଗଲା। ଆଉ ଯୌବନର ପରିଚୟ। ୧୯୯୨ରେ ଟିଭିରେ ବିଶ୍ୱକପ୍‌ କ୍ରିକେଟ ଦେଖି ସେ କ୍ରିକେଟକୁ ଭଲପାଇ ବସିଲେ। ଚକଦାରେ ଖେଳିବା ପାଇଁ ବିଶେଷ ସୁବିଧା ନ ଥିଲା। ଝୁଲଣ ବାଧ୍ୟ ହୋଇ କୋଲକାତା ଆସିଲେ।
ଝୁଲଣ ଯେତେବେଳେ କ୍ରିକେଟ ଖେଳିବା ଆରମ୍ଭ କଲେ ସେତେବେଳେ ପୁରୁଷ କ୍ରିକେଟ ହିଁ ସବୁକିଛି ଥିଲା। ମହିଳା କ୍ରିକେଟ ଯଦିଓ ଜନ୍ମଲାଭ କରିଥିଲା ତଥାପି ଏଥିରେ ଖେଳିବାକୁ ବେଶି ପାରିଶ୍ରମିକ ମିଳୁ ନ ଥିଲା। ଏବେ ବି ଭାରତୀୟ ମହିଳା ଖେଳାଳିଙ୍କ ପାଇଁ ଆବଶ୍ୟକ ମ୍ୟାଚ ଖେଳିବାକୁ ମିଳୁନାହିଁ। ତେବେ ଆଜି ମହିଳା କ୍ରିକେଟ୍‌ର ସ୍ବରୂପ ଯଦି ବଦଳିଛି ତାହାର ଗୋଟିଏ ବଡ଼ ଭାଗର ଶ୍ରେୟ ଯିବ ଝୁଲଣଙ୍କ ପାଖକୁ।
୨୦୦୨ରେ ଝୁଲଣ ନିଜର ଏକଦିବସୀୟ ଏବଂ ଟେଷ୍ଟ କ୍ରିକେଟ ଆରମ୍ଭ କରିଥିଲେ ଇଂଲଣ୍ଡ ବିପକ୍ଷରେ। ଏହି କୋଡିଏ ବର୍ଷରେ ସେ ଖେଳିଛନ୍ତି ମାତ୍ର ୧୨ଟି ଟେଷ୍ଟ, ୨୦୪ଟି ଏକଦିବସୀୟ ଏବଂ ୬୮ଟି ଟି୨୦ ମ୍ୟାଚ। ଏକଦିବସୀୟରେ ବିଶ୍ୱରେ ସର୍ବାଧିକ ଉଇକେଟ ହାସଲକାରୀ ହିସାବରେ ସେ ପାଇଛନ୍ତି ୨୫୫ଟି ଉଇକେଟ ଏବଂ ଟେଷ୍ଟରେ ୪୪ ଓ ଟି୨୦ରେ ୫୬ ଉଇକେଟ। ଝୁଲଣଙ୍କ ଦୁର୍ଭାଗ୍ୟ ଭାରତୀୟ ମହିଳାଦଳକୁ ଖେଳିବାପାଇଁ ବେଶି ଟେଷ୍ଟ ମ୍ୟାଚ ମିଳି ନାହିଁ। ଆଇସିସି ଟୁର୍ନାମେଣ୍ଟ ଛଡା ଦ୍ୱିପାକ୍ଷିକ ଶୃଙ୍ଖଳା ବି ଭାରତ ବେଶି ଖେଳିପାରି ନାହିଁ। ନ ହେଲେ ଏହି ରେକର୍ଡ କାହିଁ କେତେଗୁଣରେ ଅଧିକ ହୋଇଥାନ୍ତା।
ଏହା ସତ୍ତ୍ୱେ ବି ସେ ନିଜ କ୍ୟାରିୟର ଭିତରେ ଅନେକ ସଫଳତା ପାଇଛନ୍ତି । ଭାରତୀୟ ଜାତୀୟ କ୍ରିକେଟ ଦଳର ଅଧିନାୟକ ପଦ ସହ ୨୦୦୭ରେ ଆଇସିସିର ମହିଳା କ୍ରିକେଟର ଅଫ ଦ ଇୟର ପୁରସ୍କାର ହାସଲ କରିଛନ୍ତି। ୨୦୧୦ରେ ଭାରତ ସରକାରଙ୍କଠାରୁ ଅର୍ଜ୍ଜୁନ ପୁରସ୍କାର ଏବଂ ୨୦୧୨ରେ ପଦ୍ମଶ୍ରୀ ପୁରସ୍କାର ବି ପାଇଛନ୍ତି। ଭାରତ ବିଶ୍ୱକପରେ ଜିତି ନ ପାରିବା ବୋଧହୁଏ ତାଙ୍କର ଏକମାତ୍ର ଅବସୋସ ଥିବ। ତେବେ ମଣିଷର ସବୁ ଆଶା ପୂରଣ ହୁଏ ନାହିଁ। କ୍ରିକେଟରଙ୍କ ସବୁ ଆଶା ବି ପୂରଣ କେମିତି ହେବ।
ନିଜ ବନ୍ଧୁ ମହଲରେ ଗୋଜି ବୋଲି ପରିଚିତ ଝୁଲଣ ଭାରତୀୟ ମହିଳା କ୍ରିକେଟ୍‌ର ଜଣେ ଆଇକନ୍‌ ବୋଲି ନିଶ୍ଚିତ ରୂପେ କୁହାଯାଇ ପାରିବ। ସେ ନିଜର ବୋଲିଂରେ କେବଳ ଯେ ବିପକ୍ଷ ଦଳର ଉଇକେଟ ନେଇଛନ୍ତି ତା’ ନୁହେଁ, ବରଂ ଭାରତୀୟ ମହିଳାମାନଙ୍କୁ ବେଶ୍‌ ଉତ୍ସାହିତ କରିଛନ୍ତି ମଧ୍ୟ। କ୍ରିକେଟ ପରି ଏକ କଷ୍ଟସାଧ୍ୟ ଖେଳରେ ଅବଳା ଭାରତୀୟ ମହିଳା ବିଶ୍ୱର ସର୍ବଶ୍ରେଷ୍ଠ ମଞ୍ଚରେ ନିଜର କୃତିତ୍ୱର ସର୍ବଶ୍ରେଷ୍ଠ ପରାକାଷ୍ଠା ଦେଖାଇପାରେ ତାହା ପ୍ରମାଣିତ କରିଛନ୍ତି। ତାଙ୍କୁ ଦେଖି ଅନେକେ ଖେଳାଳି ହେବାକୁ ମନ ବଳାଇଛନ୍ତି। ମହିଳାମାନେ ବି କ୍ରିକେଟରେ ସଫଳ ହୋଇ ପାରିବେ ତାହା ସେ ଦେଖାଇ ଦେଇଛନ୍ତି।
ଭାରତୀୟ କ୍ରିକେଟକୁ ଝୁଲଣଙ୍କ ଅବଦାନ ଅନସ୍ବୀକାର୍ଯ୍ୟ। ତାଙ୍କ ନାମରେ ଚକଦା ଏକ୍ସପ୍ରେସ୍‌ ବାଓପିକ୍‌ ଅଛି ପୁଣି ଭାରତ ସରକାର ଝୁଲଣଙ୍କ ନାମରେ ଡାକ ଟିକେଟ ବି ବାହାର କରି ମହିଳା କ୍ରିକେଟକୁ ତାଙ୍କର ଅବଦାନକୁ ସ୍ବୀକାର କରିଛନ୍ତି। ଭାରତୀୟ ମହିଳା କ୍ରିକେଟରେ ଝୁଲଣ ଜଣେ ଥିଲେ ଆଉ ସେ ଜଣେ ହିଁ ରହିବେ।
କ୍ୟାରିୟରର ଶେଷ ବେଳକୁ ସେ ଭାରତୀୟ ଦଳର ବୋଲିଂ ପରାମର୍ଶଦାତା ହୋଇ ରହିଥିଲେ। ପୁଣି ନିଜକୁ ଜଣେ କୋଚ୍‌ ଏବଂ ଖେଳାଳି ଭାବେ ଦଳ ସହ ଯାତ୍ରା କରୁଥିଲେ। ଢେର ଦିନରୁ ସେ ମହିଳା ଟି୨୦ ଦଳରୁ ଅବ୍ୟାହତି ନେଇସାରିଥିଲେ। ଆଉ ଶେଷରେ ୨୦୨୨ ସେପ୍ଟେମ୍ବର ୨୪ ତାରିଖ ଦିନ ଇଂଲଣ୍ଡ ବିପକ୍ଷ ଶେଷ ଦିନିକିଆ ମ୍ୟାଚରେ ନିଜର ଶେଷ ଓଭରରେ ଉଇକେଟ ନେଇ ଭାରତୀୟ ମହିଳା କ୍ରିକେଟକୁ ସବୁଦିନ ପାଇଁ ଅଲ୍‌ବିଦା କହିଦେଲେ।
ଯାହା ଜଣାପଡୁଛି ଝୁଲଣ ସିନା ମହିଳା କ୍ରିକେଟକୁ ଅଲ୍‌ବିଦା କହିଦେଲେ ହେଲେ କ୍ରିକେଟ ତାଙ୍କୁ ଏତେ ସହଜରେ ଛାଡିଲା ପରି ଲାଗୁନାହିଁ। ଝୁଲଣଙ୍କର ଗତ ଦୁଇ ଦଶନ୍ଧିର ମହାର୍ଘ ଅନୁଭୂତି ଭାରତୀୟ ମହିଳା କ୍ରିିକେଟ ପାଇଁ ଯେ ନିହାତି ଆବଶ୍ୟକ ତାହା ଯେ କେହି ଆଖି ବୁଜି କହି ଦେଇ ପାରିବ। ତେଣୁ ଆଗାମୀ ଦିନରେ ସେ ଭାରତୀୟ ମହିଳା ଦଳର କୋଚ୍‌ କିମ୍ବା ବୋଲିଂ ପରାମର୍ଶଦାତାଭାବେ ଦୀର୍ଘ ମିଆଦୀ ନିଯୁକ୍ତି ପାଇଲେ ଏହା ଭାରତୀୟ କ୍ରିକେଟ ପାଇଁ ଏକ ବରଦାନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri