ଅଜନା ରୋଗ୍‌ରେ କଲବଲ ହେଉଛନ୍‌ ଝି’ ସୁରେଖା; ଟଁକା ପଏସା ଅଭାବୁ ଭଗବାନ ଭରସାରେ ମା’ବାପ୍‌

ଭବାନୀପାଟଣା, ୧୬ା୯ (ଡି.ଏନ୍‌.ଏ.) ଅଜନା ରୋଗ୍‌ ପରଭାବରେ ଗୁଟେ ୫ ବଛ୍‌ରିଆ ଛୁଆର ପେଟ୍‌ ଆର ଶରୀର ଅସୁଆଭାବିକ ଭାବେ ବଢ଼୍‌ତେଲ ଯାଉଛେ। ଯେନ୍‌ଥିରଲାଗି ଅନେକ ସମିଆରେ ସେ ଦରଦ୍‌ରେ ଛଟ୍‌ପଟ ହେଉଛନ୍‌। ଇଆଡ଼େ ଅଭାବ ଅନାଟନ ଲାଗି ପରିବାର ଲୋକ୍‌ ଛୁଆର ଚିକିଛା କରେଇ ନାଇଁ ପାରବାର। ଏନ୍‌ତା ଗୁଟେ ଦୁଖଦ୍‌ ଘଟନା ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା ଥୁ.ରାମପୁର ବ୍ଲକ ଅଂଚଲରେ।
ସୂଚନା ଅନ୍‌ସାରେ ଥୁ.ରାମପୁର ସଦର ପଁଚେତ୍‌ ଅଧୀନ ପୋଇଗୋଡ଼ା ଗଁାର ସୁରତି ମମାଝି ଆର ରମିତା ମାଝିକଁର ଝି’ ସୁରେଖା(୫)। ପରିବାରଟା ଆଦିବାସୀ ସମାଜର ହେଇଥିଲାବେଲେ ସୁରତି କୁଲିମଜୁରି କରି କୁଟୁମ ପୁଷୁଛନ୍‌। ଜମିବାଡ଼ି ବଲି କିଛି ନାଇଁ। ଏନ୍‌ତାଥି ତାକର ୫ ବଛର୍‌ର ଝି’ ସୁରେଖା କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପୀଡ଼ିତ ଅଛନ୍‌। ସୁରେଖାର ବଏସ୍‌କେ ଦେଖ୍‌ଲେ ତାକର ପେଟ୍‌ ଆର ଦିହିମୁଡ଼ ଅସୁଆଭାବିକ୍‌ ଭାବେ ବଢ଼ୁଛେ। ରୋଗ୍‌ ପରଭାବରେ ଏହେଦେ ସେ ଚାଲବୁଲ କି ବସିଉଠି ନାଇଁ ପାରବାର। ଝି’ର ଏନ୍‌ତା ଗୁଲ୍‌ଗୁଲା ଦେଖି ଅସାହା ଗରିବ୍‌ ମା’ବାପ୍‌ ହରମେଶା ଅଁାଖିରୁ ଲହ ଗଡ଼ଉଛନ୍‌। ଗରିବ୍‌ ମା’ବାପ୍‌ ଝି’ର ଚିକିଛା ଲାଗି ପହେଲା ଥୁ.ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆର ପଛେ ସ୍ବାସ୍ଥ୍ୟ ସ୍ବରାଜ ଦୁଆରା ପରିଚାଲିତ କାଣିଗୁମା ସ୍ବାସ୍ଥ୍ୟ କେନ୍ଦ୍ରକେ ଚିକିଛା ଲାଗି ନେଇଥିଲେ। ହେଲେ ସୁରେଖା କାଏଁ ରୋଗ୍‌ରେ ପୀଡ଼ିତ ଅଛନ୍‌ ଡାକ୍‌ତର ବି ଠହରେଇ ନାଇଁ ପାରବାର। ଏନ୍‌ତାଥି ଟଁକା ପଏସା ଅଭାବ୍‌କେ ସୁରତି ଝି’ର ଚିକିଛା କେନ୍‌ଠାନେ କରାବେ କିଛି ଭାବି ନାଇଁପାରବାର। ଇଆଡ଼େ ଯେ କେନ୍ଦ୍ର ଆର ରାଜ୍‌ ସରକାର ଗରିବ୍‌ ଦୁଖିକର ଚିକିଛା ସୁବିଧା ଲାଗି ଅନେକ୍‌ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ଇ ଅସାହା ଗରିବ୍‌ ପରିବାର ସରକାରକଁର ସବୁ ଯୋଜନାରୁ ବଁଚିତ୍‌ ହେଇ ରହିଯାଇଛେ। ଏନ୍‌ତାଥି ଜିଲା ପରଶାସନ ଇ ନିରିହ ଆଦିବାସୀ ଛୁଆର ଉଜଲ ଭବିଷତ୍‌ କାମନା କରି ଚିକିଛା ସେବା ଯୁଗେଇ ଦେବାକେ ବୁଧିଜୀବୀ ମହଲରେ ଦାବି ହେଉଛେ। ଇ ବାବ୍‌ଦେ ଜିଲା ମୁଖିଆ ଚିକିଛା ଅଧ୍‌କାରୀ ଡ.ବନଲତା ଦେବୀକୁଁ ପଚରାଲାରୁ ଥୁ.ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବାର ଆର୍‌ବିଏସ୍‌କେ ଜରିଆରେ ସଅଳ ରୋଗ ନିରୂପଣ କେନ୍ଦ୍ରକେ ଛୁଆକେ ଆନ୍‌ଲା ଉତାରୁ ତାର ପରୀକ୍ଷା ନିରୀକ୍ଷା କରାଯିବା। ଦରକାର ପଡ଼ଲେ ଚିକିଛା ଲାଗି କଟକ ଶିଶୁ ଭବନକେ ପଠାବାର ବେବସ୍‌ତା କରାଯିବା ବଲି ସେ କହିଛନ୍‌। ସେନ୍‌ତା ଇ ବାବ୍‌ଦେ ଥୁ.ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିଛା ଅଧ୍‌କାରୀ ଡା.ଅବିନାଶ ରଥକୁଁ ପଚରାଲାରୁ ଯେତେ ଜଲଦି ହେବା ସୁରେଖାକେ ଚିକିଛା ସୁବିଧା ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।