ଅଜଣା ମୃତଦେହ ଉଦ୍ଧାର

ବଡ଼ସାହି,୧୫।୧(ସ୍ବ.ପ୍ର.)-ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଦେଉଳିଆ ରାସ୍ତାର ଭାଲୁବସାଠାରେ ଜନୈକ ବାଇକ ଚାଳକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକଙ୍କ ପରିଚୟ ମିଳି ନ ଥିବାବେଳେ ଘଟଣାସ୍ଥଳରେ ବାଇକଟି ପଡିଛି। ପାରିପାଶର୍‌ବିକ ସ୍ଥିତିରୁ ଜଣାଯାଏ, ଭାଲୁବସାଠାରେ ଥିବା ବାଙ୍କ ରାସ୍ତାରେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଏକ ଶାଳ ଗଛରେ ବାଡେଇ ହୋଇଛି। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଖବରପାଇ ପୋଲିସ ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିବା ସହ ମୃତଦେହ ଉଦ୍ଧାର କରି ବାରିପଦା ପିଆରଏମ ମେଡିକାଲକୁ ପଠାଇଛି।