ମୁମ୍ବାଇ,୨୮।୭: ଅଚାନକ ଟିମ ଇଣ୍ଡିଆର ସହକାରୀ କୋଚ୍ ରୟାନ ଟେନ ଡୋଶେଟ (Ryan ten Doeschate) ନିଜ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ୟୁକେ (UK) ଗସ୍ତରେ ଟିମ ଇଣ୍ଡିଆର ଖରାପ ପ୍ରଦର୍ଶନ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ସହିତ ଏହା ମଧ୍ୟ କୁହାଯାଇଛି ଯେ ସେ ଆଇପିଏଲରେ ଆଗାମୀ ସିଜନ ଅର୍ଥାତ୍ IPL ୨୦୨୭ରେ ପୁଣିଥରେ କୋଲକାତା ନାଇଟ ରାଇଡର୍ସ (KKR)ର ହାତ ଧରିବେ।
ଏକ ରିପୋର୍ଟରେ ଏହି ଇସ୍ତଫା ସମ୍ପର୍କରେ ସୂଚନା ଦିଆଯାଇଛି। ଏହାପୂର୍ବରୁ ମଧ୍ୟ ଏହି ଚର୍ଚ୍ଚା ଜୋର୍ ଧରିଥିଲା ଯେ ଇଂଲଣ୍ଡ ଗସ୍ତରେ ଖେଳାଯାଇଥିବା ଟି-୨୦ ସିରିଜ ପରେ ଟିମ ଇଣ୍ଡିଆର ସହକାରୀ କୋଚ ଭୂମିକା ନିର୍ବାହ କରୁଥିବା ନେଦରଲ୍ୟାଣ୍ଡର ଏହି ପ୍ରାକ୍ତନ ଖେଳାଳି ନିଜ ପଦରୁ ଓହରିଯିବେ।

