ଅଙ୍ଗନୱାଡି କେନ୍ଦ୍ରରୁ ଚୋରି

ଶଙ୍କରାଖୋଲ,୫ା୬(ଡି.ଏନ୍‌.ଏ.)- ଚକାପାଦ ବ୍ଲକ ଶଙ୍କରାଖୋଲ ପଞ୍ଚାୟତ ଅଡାବାଡି ଗ୍ରାମରେ ଥିବା ଅଙ୍ଗନୱାଡି କେନ୍ଦ୍ରରୁ ଗୁରୁବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଙ୍ଗନୱାଡି କର୍ମୀ ପ୍ରେମୀ ନାଏକ ଟିକାବାଲି ଥାନାରେ ଶୁକ୍ରବାର ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଶୁକ୍ରବାର ସକାଳେ ସେ କେନ୍ଦ୍ର ଖୋଲିବାକୁ ଆସିଥିବାବେଳେ ତାଲା ଭାଙ୍ଗି ପଡିଥିବା ସହ କବାଟ ଖୋଲାଥିବା ଦେଖିଥିଲେ। ଭିତରକୁ ଯାଇ ଦେଖିବା ବେଳକୁ ୮୬ କେ.ଜି ଚାଉଳ, ଡାଲି ନ ଥିବା ଦେଖିଥିଲେ। ଏନେଇ ଚକାପାଦ ସିଡିପିଓ ଅଲିଅଳ ପ୍ରଧାନଙ୍କୁ ଜଣାଇବା ପରେ ଟିକାବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହା ପୂର୍ବର ମଧ୍ୟ କେନ୍ଦ୍ରରୁ ୨ଥର ଚୋରି ହୋଇଛି।