ଅଗ୍ନି ବିପନ୍ନଙ୍କୁ ଭେଟିଲା ପ୍ରଶାସନ

ମାଧପୁର, ୧୬ା୫- ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡ ନୂଆମାଣତ୍ରୀ ଗ୍ରାମରେ ଶୁକ୍ରବାର ରାତିରେ ଅଗ୍ନିକାଣ୍ଡରେ ଜୀବର୍ଦ୍ଧନ ଘିଓ୍ବାଲା, ନିରଞ୍ଜନ ପ୍ରଧାନ, ବବ୍‌ରୁବାହାନ ପ୍ରଧାନ, ନବକୁମାର ପ୍ରଧାନ, ମାଧବ ପ୍ରଧାନ, ବିରେନ ପ୍ରଧାନ, ସୁମନ୍ତ ପ୍ରଧାନ, ସୁଧାବକର ପ୍ରଧାନଙ୍କ ୧୦ ବଖରା ଜଳିଯାଇଥିଲା। ଶନିବାର ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ଉପଜିଲାପାଳ ରଜନୀକାନ୍ତ ବିଶ୍ୱାଳ, ସରପଞ୍ଚ ବୀରେନ୍ଦ୍ର ବଡ଼ମାଳି, ସମିତି ସଭ୍ୟ ବାସୁଦେବ ପ୍ରଧାନ ପ୍ରମୁଖ ବିପନ୍ନ ପରିବାରକୁ ଭେଟିବା ସହ ସହାୟତା ଯୋଗାଇଛନ୍ତି। ସେହିପରି ଏମ୍‌ପିଙ୍କ ପ୍ରତିନିଧି ପରେଶ ଚନ୍ଦ୍ର ଦେଓ, କଂଗ୍ରେସ ନେତା ବିଜୟାନନ୍ଦ ଚାଉଳିଆଙ୍କ ତରଫରୁ ଦଳୀୟ କର୍ମୀ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରିଛନ୍ତି। ପୁରୁଣାମାଣତ୍ରୀ ରାଜସ୍ବ ଅଧିକାରୀ ଶୁଭଲକ୍ଷ୍ମୀ ବେହେରା କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେଇଛନ୍ତି।