ଅଗ୍ନିକାଣ୍ଡ: ୨୦ ବଖରା ଜଳିଗଲା

ଚିକିଟି/ହାତୀଓଟ,୨୫ା୭(ଡି.ଏନ୍‌.ଏ.)- ଚିକିିଟି ବ୍ଲକ ଚାନ୍ଦପୁର ପଞ୍ଚାୟତ ଆଦିବାସୀ ବାତରଡାପଲ୍ଲୀ ଗ୍ରାମରେ ମଙ୍ଗଳବାର ରାତିରେ ଅଗ୍ନିକାଣ୍ଡ ଘଟି ୮ ଆଦିବାସି ପରିବାରଙ୍କ ୧୬ ବଖରା ଜଳିଯାଇଛି। ସେହିପର ପୋଲସରା ବ୍ଲକ ହାତୀଓଟ ପଞ୍ଚାୟତର ପ୍ରାଣଦେଇପୁର ଗ୍ରାମରେ ବୁଧବାର ଅଗ୍ନିକାଣ୍ଡ ଘଟି ୪ ବଖରା ଜଳିଯାଇଛି।
ପ୍ରକାଶ ଯେ, ବାତରଡାପଲ୍ଲୀରେ ମଙ୍ଗଳବାର ବିଳମ୍ବିତ ରାତିରେ କୌଣସି କାରଣରୁ ନିଅଁା ଲାଗିଥିଲା। ଦିଗପହଣ୍ଡି ଦମକଳ ବାହିନୀ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। କ୍ଷତିଗ୍ରସ୍ତମାନେ ହେଲେ ରୁଷିୟା ନାୟକ, ଗଣପତି ନାୟକ, ନାଥ ନାୟକ, ପାତ୍ର ଦଳାଇ, ଶଶି ଦଳାଇ, ମଙ୍ଗଳା ଦଳାଇ, ଗଣେଶ ପାଇକ ଓ ଗୋପୀ ପାଇକ। ପ୍ରତ୍ୟେକ ପରିବାରର ୨ବଖରା ଲେଖାଏ ୧୬ ବଖରା ପୋଡିଯାଇଛି। ବୁଧବାର ସକାଳେ ଚାନ୍ଦପୁର ସରପଞ୍ଚ ମନୋଜ କୁମାର ସାହୁ, ନୂଆପଡା ଆର୍‌ଆଇ ଏମ୍‌. ରଞ୍ଜନ ପହଞ୍ଚତ୍ କ୍ଷତିଗ୍ରସ୍ତ ପରିବାରଙ୍କୁ ସମବେଦନା ଜଣାଇବା ସହ ପଞ୍ଚାୟତ ପକ୍ଷରୁ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ। କ୍ଷତିଗ୍ରସ୍ତ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସରପଞ୍ଚ ମନୋଜ କୁମାର ସାହୁ ଦାବି କରିଛନ୍ତିି।
ସେହିପରି ପ୍ରାଣଦେଇପୁରରେ ବୁଧବାର ଶର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟି ୨ପରିବାରର ୪ ବଖରା ଜଳିଯାଇଛି। ପୋଲସରା ଦମକଳ ବାହିନୀ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। ସକାଳ ପ୍ରାୟ ୭ଟାରେ ସୁବାସ ପାଣିଗ୍ରାହୀ ଓ ଭଡ଼ାଘରେ ରହୁଥିବା ମମତା ସ୍ବାଇଁଙ୍କ ଘରେ ନିଅଁା ଲାଗିଥିଲା। ସୁବାସଙ୍କ ଗ୍ୟାସ୍‌ ସିଲିଣ୍ଡର ଫାଟିଯିବାରୁ ଘର ୨ଟି ସମ୍ପୂର୍ଣ୍ଣ ପୋଡ଼ିଯିବା ସହ ଟିଣ ଉଡ଼ି ଯାଇଥିଲା। ଘରେ ଥିବା ସମସ୍ତ ଆସବାବପତ୍ର ସହ ୨୦ ବସ୍ତା ଚାଉଳ ଓ ଏକ ବସ୍ତା ଗହମ ପୋଡ଼ିଯାଇଛି।