ଅଗ୍ନିକାଣ୍ଡରେ ୨ ବଖରା ଜଳିଗଲା

ବୁଗୁଡ଼ା,୬ା୯(ଡି.ଏନ.ଏ.): ବୁଗୁଡ଼ା ବ୍ଲକ ଜେକ ଗ୍ରାମରେ ଅଗ୍ନିକାଣ୍ଡ ଘଟି ଶୁକ୍ରବାର ସକାଳେ ଦୁଇ ପରିବାରର ୨ ବଖରା ଜଳିଯାଇଛି। ବିଶ୍ୱନାଥ ବେହେରାଙ୍କ କୁମ୍ଭାର ଶାଳରେ ହାଣ୍ଡି ପୋଡ଼ିବା ସମୟରେ ଅଚାନକ ଅଗ୍ନିକାଣ୍ଡ ଘଟି ତାଙ୍କର ଶାଳ ପୋଡ଼ି ଯାଇଥିବାବେଳେ ତାଙ୍କ ପଡ଼ିଶା ଘର ଫକୀର ବେହେରାଙ୍କ ରୋଷେଇ ଘର ମଧ୍ୟ ଅଗ୍ନିକାଣ୍ଡରେ ପୋଡ଼ି ଯାଇଛି। ଖବର ପାଇ ବୁଗୁଡ଼ା ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ ନିଆଁକୁ ଲିଭାଇଥିଲେ। ୨ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇବାକୁ ଦାବି ହୋଇଛି।