ଅଗ୍ନିକାଣ୍ଡରେ ଦୋକାନ ଜଳିଗଲା

ବୁଗୁଡ଼ା,୬ ।୯(ଡି.ଏନ.ଏ.)- ବୁଗୁଡ଼ା ବ୍ଲକ ପଙ୍କଳବାଡ଼ି ଗ୍ରାମର ଏକ ଦୋକାନ ଶୁକ୍ରବାର ରାତି ୮ଟାରେ ଜଳିଯାଇଛି। ସ୍ଥାନୀୟ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚତ୍ ନିଆଁ ଲିଭାଇଥିଲେ। ପଙ୍କଳବାଡ଼ିର ପ୍ରତାପ ଜେନା ତାଙ୍କର କିରାଣୀ ଦୋକାନରେ ବସି ବ୍ୟବସାୟ କରୁଥିବା ବେଳେ କୌଣସି ଦୁର୍ବୃତ୍ତମାନେ ନିଆଁ ଲାଗାଇଦେଇଥିବା ସେ ଅଭିଯୋଗ କରିଛନ୍ତି। ପୋଲିସ ପହଞ୍ଚତ୍ ତଦନ୍ତ ଚାଳାଇଛି। ଅଗ୍ନିକାଣ୍ଡରେ ଦୋକାନ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି ।