ଅଗ୍ନିକାଣ୍ଡରେ ଜଳିଗଲା ୨ ବଖରା

ଭାପୁର,୧୪ା୮ (ଡି.ଏନ୍‌.ଏ.):ଭାପୁର ବ୍ଲକ ବାଇଗୁଣିଆ ଗ୍ରାମର ଦାଣ୍ଡ ସାହିରେ ରବିବାର ଅପରାହ୍ନରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ୨ ପରିବାରଙ୍କ ୨ ବଖରା ଜଳିିଯାଇଛି। ଅଗ୍ନିକାଣ୍ଡରେ ଗୋଟିଏ ବାଇକ୍‌ ସହ ବହୁ ଆସବାବପତ୍ର ମଧ୍ୟ ପୋଡ଼ିଯାଇଛି। ଦାଣ୍ଡସାହିର ଉଲ୍ଲାସ ପ୍ରଧାନ ଓ ମାଧବ ପ୍ରଧାନଙ୍କ ଘର ପୋଡ଼ିଯାଇଛି। ଖବରପାଇ ଖଣ୍ଡପଡ଼ା ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲା।